‘ହାସ୍ୟବିଦ୍ୟୁଷୀ’ ପଙ୍କଜିନୀ ଦାଶଙ୍କ ପରଲୋକ

ଢେଙ୍କାନାଳ ଅଫିସ, ୧୯।୮: ଆଉ ନାହାନ୍ତି ଓଡ଼ିଶାର ଖ୍ୟାତନାମା ‘ହାସ୍ୟବିଦ୍ୟୁଷୀ ପଙ୍କଜିନୀ ଦାସ’। ଢେଙ୍କାନାଳ ସହର କୁଞ୍ଜକାନ୍ତ ଉତ୍ତର ମଧୁବନସ୍ଥିତ ବାସ ଭବନରେ ରବିବାର ତାଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ଅନ୍ତିମ ସମୟରେ ତାଙ୍କ ନିକଟରେ ପରିବାର ଏବଂ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ। ଏହି ସୂଚନା ପ୍ରଚାରିତ ହେବା ପରେ ବହୁ ମାନ୍ୟଗଣ୍ୟବ୍ୟକ୍ତି, ସାହିତି୍ୟକ ପହଞ୍ଚତ୍ ତାଙ୍କର ଶେଷ ଦର୍ଶନ କରିଥିଲେ। କୁଞ୍ଜକାନ୍ତ ପୋଖରୀସ୍ଥିତ ଶ୍ମଶାନଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।
ଓଡ଼ାପଡ଼ା ବ୍ଲକ ଧଳପୁର ଗ୍ରାମରେ ଜନ୍ମିତ ପଙ୍କଜିନୀ ଥିଲେ ବହୁମୁଖୀ ପ୍ରତିଭାର ଅଧିକାରିଣୀ। ସାହିତ୍ୟକୁ ବାଦ୍‌ଦେଲେ ସଙ୍ଗୀତ ଏବଂ ସେବାମୂଳକ କାର୍ଯ୍ୟରେ ତାଙ୍କର ବେଶ୍‌ ରୁଚି ରହିଥିଲା। ୧୯୫୫ରେ ତାଙ୍କ ଦ୍ୱାରା ରଚିତ ପ୍ରଥମ କବିତା ‘ପଦ୍ମଜା’ ପ୍ରକାଶିତ ହୋଇଥିଲା। ୧୯୭୫ରୁ ଆହୁରି ତୀବ୍ର ହୋଇଥିଲା ତାଙ୍କ ଲେଖନୀ। ଗଳ୍ପ, କବିତା, ପ୍ରବନ୍ଧ, ଶିଶୁ ଗଳ୍ପ, କବିତା, ରମ୍ୟରଚନା ଭଳି ସାହିତ୍ୟର ବିଭିନ୍ନ ବିଭାଗରେ ସେ ନିଜର କଲମ ଚାଳନା କରି ପାରଦର୍ଶିତାର ପରିଚୟ ଦେଇଥିଲେ। ତାଙ୍କ ଦ୍ୱାରା ଲେଖାଯାଇଥିବା ‘ଗୁଲାବୀ ଚିଠି’ ଏବଂ ‘ମୀମାଂସା’ ଟେଲି ଫିଲ୍ମ ଭାବେ ଦିଲ୍ଲୀ ଦୂରଦର୍ଶନରେ ପ୍ରସାରିତ ହୋଇଥିଲା। ସାହିତ୍ୟ ପ୍ରତି ଗଭୀର ଭଲପାଇବାର ଫଳ ତାଙ୍କୁ ମିଳିଥିଲା ୧୯୮୮ରେ। ଏହି ବର୍ଷ ପଙ୍କଜିନୀଙ୍କୁ ସାହିତ୍ୟ ଏକାଡେମୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେହିପରି ସେ ମଧ୍ୟ ‘କାନ୍ତକବି’ ପୁରସ୍କାର ହାସଲ କରିଥିଲେ। ଏଥିସହ ସେ ଓଡ଼ିଶା, ବିଶାଖାପାଟଣା, କଲିକତା, ମାଡ୍ରାସ, ବମ୍ବେର ଓଡ଼ିଆ ସମାଜ ଦ୍ୱାରା ସମ୍ମାନିତ ମଧ୍ୟ ହୋଇଛନ୍ତି। ନିଜର ନିଆରା ପ୍ରତିଭା ପାଇଁ ତାଙ୍କୁ ସରସ ସାହିତ୍ୟ ସମିତି ପକ୍ଷରୁ ‘ହାସ୍ୟବିଦ୍ୟୁଷୀ’, ଆକାଶବାଣୀ ଧ୍ରୁବତାରା ପକ୍ଷରୁ ‘ରଙ୍ଗବତୀ ରସକୁଇନ୍‌’, ଇପିଟାଟା ଲେଡିଜ୍‌ କ୍ଲବ ପକ୍ଷରୁ ‘ହାସ୍ୟ ସାମ୍ରାଜ୍ଞୀ’, ଖୋର୍ଦ୍ଧା ଦରବାର ସାହିତ୍ୟ ସଂସଦ ପକ୍ଷରୁ ‘ମହିଳାମଣି’, ‘ହାସ୍ୟ ଚମ୍ପାବତୀ’ ଏବଂ ଗୋଳମାଳ ପତ୍ରିକା ପକ୍ଷରୁ ‘ହାସ୍ୟ ଶ୍ରୀମତୀ’ ଉପାଧିରେ ଭୂଷିତ କରାଯାଇଥିଲା। କେବଳ ଏତିକି ନୁହେଁ, ସେ ଢେଙ୍କାନାଳ ଜିଲାର ସର୍ବୋଚ୍ଚ ‘ମହିମା ସମ୍ମାନ’ରେ ମଧ୍ୟ ସମ୍ମାନିତ ହୋଇଛନ୍ତି।
ତାଙ୍କର ଦ୍ୱାରା ରଚିତ ପ୍ରମୁଖ ପୁସ୍ତକ ମଧ୍ୟରେ ‘ଅଜାଙ୍କ ମଜା କାହାଣୀ’, ‘କୁନି କାହାଣୀମାଳା’, ‘ଟିକିଏ ହସ’, ‘ନୂଆ ପଢୁଆଙ୍କ ମଜା କାହାଣୀ’, ‘ଆମରି ପାଠ ଆମରି ଗପ’, ’କାହାଣୀ ନୁହେଁ ଏତ ଆମରି କଥା’, ‘ଟିକିଏ ପଢ଼ ଟିକିଏ ହସ’, ‘ସାନ ପିଲାଙ୍କ କାହାଣୀ’, ‘ନ୍ୟାୟବନ୍ତ ରାଜା’, ‘ଜନ୍ମମାମୁଙ୍କୁ ଅଳି, ‘ମାର୍‌ ମାର୍‌ ଭଣ୍ଡାରିଆକୁ’, ‘ପରାଜିତା ସୂପର୍ଣ୍ଣଖା’, ‘ପୁସ୍ତକ ହରଣ’, ‘ଅଜାଗା ଘା’ର ଯନ୍ତ୍ରଣା’, ‘ଆପଣାହସ୍ତେ ଜିହ୍ବାଚ୍ଛେଦୀ’, ‘ଶତାବ୍ଦୀର ଯନ୍ତ୍ରଣା’, ‘ନାରୀ ଜାଗରଣ’, ‘ନନ୍ଦିତା ନିରୁପମା’, ‘ଅପାଠୋଇ ବୋହୂ’, ବ୍ୟଙ୍ଗ ସଙ୍କଳନ ‘ଗେଣ୍ଡୁମାଳ ବୁଢ଼ୀ କି ଦେବି’ ପ୍ରମୁଖ ଅନ୍ୟତମ। ସେହିପରି ସେ ବିଭିନ୍ନ କବିତା ସଙ୍କଳନ, ଉପନ୍ୟାସ ଏବଂ ନାଟକ ମଧ୍ୟ ଲେଖିଥିଲେ। ପଙ୍କଜିନୀ ଢେଙ୍କାନାଳର ଯୁବ ସାହିତ୍ୟ ଅନୁଷ୍ଠାନ ସନ୍ଧ୍ୟାତାରା ସାହିତ୍ୟ ସଂସଦ ସଭାନେତ୍ରୀ ଭାବେ ୨୯ ବର୍ଷ ଧରି ଦାୟିତ୍ୱରେ ଥିଲେ। ଏଥିସହ ବିଭିନ୍ନ ସାହିତ୍ୟ, ସାଂସ୍କୃତିକ ଓ ସଙ୍ଗୀତ ଅନୁଷ୍ଠାନ ସହିତ ଜଡ଼ିତ ଥିଲେ। ତାଙ୍କ ପରଲୋକରେ ସହରରେ ଶୋକର ଛାୟା ଖେଳିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧।୧: ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ମଝି ଚିଲିକାରେ ୫୦ ଯାତ୍ରୀ, ଗୋଟିଏ ବସ ଓ ୨ଟି...

ଜାଡ଼ରେ ଜିରୋ ନାଇଟ, ସକାଳୁ ନୂଆବର୍ଷ ପାଇଁ ଉତ୍ସବମୁଖର: ଭାଇଚାରା ବାଣ୍ଟିଲେ ଅଞ୍ଚଳବାସୀ

ଦାରିଙ୍ଗବାଡି, ୧ (୧ (ଅରୁଣ ସାହୁ ):ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ଲାଗି ରହିଛି ଶୀତ। ତାପମାତ୍ରା ୭ ଡିଗ୍ରୀ ରହିଥିବାବେଳେ ଶୀତକୁ ଖାତିର ନକରି ସବୁଠି...

ନିଆରା ଢଙ୍ଗରେ ନୂଆବର୍ଷକୁ ସ୍ବାଗତ: ଚା’ ବାଣ୍ଟି ଜଣାଇଲେ ଶୁଭେଚ୍ଛା

ରାଇକିଆ,୧।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ ହୋଇଛି ଇଂରାଜୀ ନୂତନ ବର୍ଷ। ଏହାକୁ ନିଆରା ଢଙ୍ଗରେ ପାଳନ...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ବଜାରରେ ମିଳୁଛି ନକଲି ଶାଗୁଦାନା: ହୋଇଯାନ୍ତୁ ସାବଧାନ

ନୂଆପଡ଼ା,୧ା୧ (ମକାରୁ ବେମାଲ):ନୂଆପଡ଼ା ସହରରେ ପ୍ଲାଷ୍ଟିକ ଶାଗୁଦାନା ବିକ୍ରୟ ହେଉଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଟାନୱାଟ ପଞ୍ଚାୟତ ଝିଲମିଲା ଗାଁର ଜ୍ୟୋତିର୍ମୟ ପୁହାଣ ନୂଆପଡ଼ା...

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri