Posted inଖେଳ

ହାମିଲଟନ ଜିତିଲେ କାନାଡିଆନ୍‌ ଗ୍ରାଁପ୍ରି

ମଣ୍ଟ୍ରିଲ, ୧୦ା୬ (ଏଏଫ୍‌ପି)-ମର୍ସିଡିଜ୍‌ର ଲୁଇସ୍‌ ହାମିଲଟନ କନାଡିଆନ୍‌ ଫର୍ମୁଲା ଓ୍ବାନ୍‌ ମୋଟର ରେସ୍‌ ଗ୍ରାଁ ପ୍ରି ଟାଇଟଲ ଜିତିଛନ୍ତି। ରବିବାର ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ୫ ସେକେଣ୍ଡ ପେନାଲ୍ଟି ଯୋଗୁ ଫେରାରିର ସେବାଷ୍ଟିଆନ ଭେଟେଲ ବିଜୟରୁ ବଞ୍ଚତ୍ତ ହୋଇଥିଲେ। ୫୦ତମ ଲାପ୍‌ରେ ଏହି ଦୁଇ ଡ୍ରାଇଭରଙ୍କ ମଧ୍ୟରେ ଜୋର୍‌ଦାର ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ଦୁହିଁଙ୍କ ମଧ୍ୟରେ ଦୁର୍ଘଟଣା ପରିସ୍ଥିତି ସୃଷ୍ଟି ହୋଇଥିଲା। ଭେଟେଲ ରେସ୍‌ର ଅଧିକାଂଶ ସମୟ ଅଗ୍ରଣୀ ରହିଥିଲେ। କିନ୍ତୁ ତାଙ୍କ ବିପଜ୍ଜନକ ଡ୍ରାଇଭିଂ ଯୋଗୁ ହାମିଲଟନଙ୍କ କାର୍‌ ବ୍ୟାରିକେଡ୍‌ରେ ପିଟି ହୋଇଯିବା ଆଶଙ୍କା ସୃଷ୍ଟି ହୋଇଥିଲା। ଏହି କାରଣରୁ ଭେଟେଲଙ୍କୁ ୫ ସେକେଣ୍ଡ ଟାଇମ୍‌ ପେନାଲ୍ଟି ହୋଇଥିଲା। ଯାହାଫଳରେ ହାମିଲଟନଙ୍କୁ ବିଜୟୀ ଘୋଷଣା କରାଯାଇଥିଲା। ଏହି ବିଜୟ ଦ୍ୱାରା ଡ୍ରାଇଭର୍ସ ଚାମ୍ପିୟନଶିପ୍‌ରେ ତାଙ୍କ ଅଗ୍ରଣୀ ବ୍ୟବଧାନ ୨୯ ପଏଣ୍ଟକୁ ବୃଦ୍ଧି କରିପାରିଛନ୍ତି। ଫେରାରିର ଚାର୍ଲସ ଲେକ୍‌ରେକ୍‌ ତୃତୀୟ ଏବଂ ମର୍ସିଡିଜର ଭାଲଟେରି ବୋଟାସ ଚତୁର୍ଥ ହୋଇଥିଲେ। ଟପ୍‌ ୧୦ରେ ଯଥାକ୍ରମେ ସ୍ଥାନ ପାଇଥିବା ଅନ୍ୟ ଡ୍ରାଇଭରମାନେ ହେଲେ ମାକ୍ସ ଭର୍ଷ୍ଟାପେନ (ରେଡ୍‌ବୁଲ), ଡାନିଏଲ ରିକାର୍ଡୋ(ରେନଲ୍ଟ), ନିକୋ ହକେନବର୍ଗ (ରେନଲ୍ଟ), ପିଏରେ ଗାସ୍‌ଲି (ରେଡ୍‌ବୁଲ୍‌), ଲାନ୍ସ ଷ୍ଟ୍ରୋଲ (ରେସିଂ ପଏଣ୍ଟ) ଏବଂ ଡାନିଲ କ୍ୟାତ୍‌(ଟୋରୋ ରୋସୋ)।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ସ୍କୋର ଆଶାରେ ସାଉଥ୍‌ ଆଫ୍ରିକା

ନୂଆଦିଲ୍ଲୀ,୨୨ା୨: ଟସ୍‌ ଜିତି ବ୍ୟାଟିଂ କରିବାକୁ ସାଉଥ୍‌ ଆଫ୍ରିକା ନିଷ୍ପତ୍ତି ନେଇଛି। ଟି-୨୦ ବିଶ୍ବକପ୍‌ର ସୁପର ଏଇଟ ମୁକାବିଲାରେ ସାମ୍ନାସାମ୍ନି ହେବ। ଟସ୍‌ ଜିତି ବ୍ୟାଟିଂ କରିବାକୁ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ମୃତ ପୋଲିସ ପରିବାରଙ୍କୁ ମିଳିବ ୫ ଲକ୍ଷ ଟଙ୍କା ଲେଖାଏ ସହାୟତା

ଭୁବନେଶ୍ୱର,୨୨।୨: ଝାରସୁଗୁଡ଼ା ଜିଲା ସଦର ଥାନାରୁ ପ୍ରାୟ ଶହେ ମିଟର ଦୂର ଏଚ୍‌ କଣ୍ଟାପାଲି ଏନ୍‌ଏଚ୍‌ ୪୯ରେ ରବିବାର ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ଜଣ ପୋଲିସ…

ହାତୀ ମୃତ୍ୟୁ ଘଟଣା:୩ ଶିକାରୀ ଗିରଫ,ଏବେ ବି ଡେପୁଟି ରେଞ୍ଜର ଫେରାର…

ବାଲିଗୁଡ଼ା,୨୨ା୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ବନଖଣ୍ଡର ବେଲଘର ରେଞ୍ଜ ଅନ୍ତର୍ଗତ ମୁଣ୍ଡୁଟି ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ୩ ଜଣ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ୫୦ ଲକ୍ଷ ଟଙ୍କା ଦେଲେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଜାଣନ୍ତୁ କିଏ ଦେଲା ମହଙ୍ଗା କାର୍‌…

ପାଟ୍‌ନା,୨୨ା୨: ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ୱକପ -୨୦୨୬ ଜିତିଥିବା ଭାରତୀୟ ଦଳରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ବିହାରକୁ ଗର୍ବିତ କରିଥିବା ବୈଭବ…

ତାରିକ ରହମାନ ଆସିବା ପରେ ସୁଧୁରୁଛି ସମ୍ପର୍କ.., ବାଂଲାଦେଶ ପୁଣି ଭାରତ ପାଇଁ ଆରମ୍ଭ କରିବ ଏହି ସେବା, ତାରିଖ ଆସିଲା ସାମ୍ନାକୁ!

ନୂଆଦିଲ୍ଲୀ/ଢାକା,୨୨।୨: ନୂତନ ସରକାର ଗଠନ ହେବା ସହିତ, ବାଂଲାଦେଶ ଭାରତ ସହିତ ସମ୍ପର୍କ ଉନ୍ନତ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନେଇଛି। ବାଂଲାଦେଶ ବୈଦେଶିକ ମନ୍ତ୍ରଣାଳୟର…

T20 ବିଶ୍ୱକପରେ ଆଉ ଖେଳିବେନି ଏହି ୭ କିମ୍ବଦନ୍ତୀ, ନାମ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୨୨।୨: ୨୦୨୬ ଟି୨୦ ବିଶ୍ୱକପ ଧୀରେ ଧୀରେ ଶେଷ ହେବାକୁ ଯାଉଛି। ଟୁର୍ଣ୍ଣାମେଣ୍ଟର ସୁପର ୮ ରାଉଣ୍ଡ ଆରମ୍ଭ ହୋଇସାରିଛି। ଏହି ସମୟରେ, ଆମେ ୭ ଷ୍ଟାର…

Video: ରାଜସ୍ଥାନରେ ଘୋଡ଼ା ଉପରେ ବ୍ଲିଙ୍କିଟ ଡେଲିଭରି! ବୃଦ୍ଧ ଡେଲିଭରି ବୟଙ୍କ ଭିଡିଓ ଭାଇରାଲ, ଲୋକେ କହିଲେ ଏଠି ଯୁବକଙ୍କୁ ମିଳୁନି…

ଜୟପୁର,୨୨।୨: ରାଜସ୍ଥାନରେ, ଯେଉଁଠାରେ ଘୋଡ଼ା ଏବଂ ଓଟଙ୍କୁ ପରମ୍ପରା, ଗର୍ବ ଏବଂ ବୀରତ୍ୱର ପ୍ରତୀକ ଭାବରେ ବିବେଚନା କରାଯାଏ, ସେଠାରେ ଏକ ଭିଡ଼ିଓ ସାମ୍ନାକୁ ଆସିଛି ଯାହା…

ବର୍ଷା ଯୋଗୁ ମ୍ୟାଚ ଧୋଇଗଲେ ଏହି ନିମୟମରେ ହେବ ସେମିଫାଇନାଲର ନିଷ୍ପତ୍ତି, ବୁଝନ୍ତୁ ଏହି ଗଣିତ

ନୂଆଦିଲ୍ଲୀ,୨୨।୨: ୨୦୨୬ ଟି୨୦ ବିଶ୍ୱକପ ସୁପର ୮ ପର୍ଯ୍ୟାୟରେ ବର୍ଷା ବିପର୍ଯ୍ୟୟ ସୃଷ୍ଟି କରୁଛି। ଗତ ଶନିବାର (୨୧ ଫେବୃଆରୀ) ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri