ହାଫିଜ୍‌ଙ୍କୁ ଖୁବ୍‌ଶୀଘ୍ର ଗିରଫ କରିବ ପାକିସ୍ତାନ:ଭୟରେ ଭୁଆଁ

ଲାହୋର/ନୂଆଦିଲ୍ଲୀ,୫।୭(ପି.ଟି.):ଭାରତର କୂଟନୀତି ଓ ଅନ୍ତର୍ଜାତୀୟ ସମୁଦାୟର ଚାପ ଆଗରେ ମୁଣ୍ଡ ନୁଆଁଇ ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍‌ ସୟିଦ୍‌ଙ୍କ ସମେତ ତାଙ୍କର ୧୨ ସହଯୋଗୀଙ୍କ ବିରୋଧରେ ମାମଲା ରୁଜୁ କରିଛି ପାକିସ୍ତାନ। ଆତଙ୍କବାଦ ପାଇଁ ପାଣ୍ଠି ଯୋଗାଣ ମାମଲାରେ ପଞ୍ଜାବ ପ୍ରଦେଶର ଆତଙ୍କବାଦ ମୁକାବିଲା ବିଭାଗ (ସିଟିଡି) ଜମାତ୍‌-ଉଦ୍‌-ଦାଓ୍ବା (ଜେୟୁଡି) ନେତାମାନଙ୍କ ବିରୋଧରେ ପ୍ରମାଣ ପାଇଥିବା ଦର୍ଶାଇ ଏହି କାର୍ଯ୍ୟାନୁଷ୍ଠାନ ନେଇଛି। ସେମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଲାହୋର ପୋଲିସ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଏହାକୁ ଅନ୍ତର୍ଜାତୀୟ ସମୁଦାୟକୁ ଭୁଆଁ ବୁଲାଇବା ପାଇଁ ଏହା ପାକିସ୍ତାନର କସ୍‌ମେଟିକ୍‌ ଷ୍ଟେପ୍‌ ବୋଲି ଭାରତ ଅଭିହିତ କରିଛି।
ପାଇଁ ପାଣ୍ଠି ଯୋଗାଣକୁ ରୋକିବାରେ ବିଫଳ ହୋଇଥିବା ପାକିସ୍ତାନ ଗତବର୍ଷ ଜୁନ୍‌ରୁ ଫାଇନାନ୍‌ସିଆଲ ଆକ୍ସନ୍‌ ଟାସ୍କ ଫୋର୍ସ (ଏଫ୍‌ଏଟିଏଫ୍‌) ଗ୍ରେ ଲିଷ୍ଟ (ଧୂସର ତାଲିକା)ରେ ରହିଛି। ଏହାସହ ଆସନ୍ତା ଅକ୍ଟୋବର ସୁଦ୍ଧା ଆତଙ୍କବାଦୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନ ନେଲେ ଏହାର ପରିଣାମ ଭୋଗିବ ବୋଲି ପ୍ୟାରିସ୍‌ସ୍ଥିତ ଏଫ୍‌ଏଟିଏଫ୍‌ ପକ୍ଷରୁ ଇସ୍‌ଲାମାବାଦକୁ ଚେତାବନୀ ଦିଆଯାଇଛି। ସେହିପରି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଆସନ୍ତା ୨୨ରେ ଓ୍ବାଶିଂଟନ ଗସ୍ତକରି ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହି ପରିପ୍ରେକ୍ଷୀରେ ପାକିସ୍ତାନର ଅନୁରୋଧକ୍ରମେ ଆମେରିକା ବୁଧବାର ବେଲୁଚିସ୍ତାନ ଲିବରେଶନ୍‌ ଆର୍ମି (ବିଏଲ୍‌ଏ)କୁ ଏକ ବିଶ୍ୱ ଆତଙ୍କବାଦୀ ସଙ୍ଗଠନ ଭାବେ ଘୋଷଣା କରିଛି। ହାଫିଜ୍‌ ସୟିଦ୍‌ଙ୍କ ଦ୍ୱାରା ପ୍ରତିଷ୍ଠିତ ଲଶ୍କର-ଇ-ତୋଇବା (ଏଲ୍‌ଇଟି)କୁ ଆମେରିକା ୨୦୧୪ ଜୁନ୍‌ରେ ଅନ୍ତର୍ଜାତୀୟ ଆତଙ୍କବାଦୀ ସଙ୍ଗଠନ ଘୋଷଣା କରିଥିବାବେଳେ ପାକିସ୍ତାନ ଏହାକୁ ଅସ୍ବୀକାର କରିଆସୁଛି। ଏହାସହ ହାଫିଜ୍‌ଙ୍କୁ ଗିରଫ କରିବା ନାମରେ ସୁରକ୍ଷା ଦେଇଆସୁଛି। ଏଭଳି ସମୟରେ ଦାତବ୍ୟ ଅନୁଷ୍ଠାନ ନାମରେ ଚାଲିଥିବା ୫ଟି ସଙ୍ଗଠନକୁ ଏବଂ ହାଫିଜ୍‌ ତଥା ତାଙ୍କ ୧୨ ବରିଷ୍ଠ ସହଯୋଗୀଙ୍କ ବିରୋଧରେ ହଠାତ୍‌ ପ୍ରମାଣ ପାଇ ୨୩ଟି ମାମଲା ରୁଜୁ କରିବା ସ୍ବାଭାବିକ ମନେହେଉନାହିଁ। ଏନେଇ ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରବୀଶ କୁମାର କହିଛନ୍ତି, ପାକିସ୍ତାନର ଲୋକଦେଖାଣିଆ ପଦକ୍ଷେପକୁ ନେଇ କେହି ବୋକା ହେବାର ନାହିଁ। କାରଣ ପାକିସ୍ତାନ ସବୁବେଳେ କାର୍ଯ୍ୟାନୁଷ୍ଠାନ ନେବା କଥା ଦାବି କରିଥାଏ। କିନ୍ତୁ ପ୍ରକୃତପକ୍ଷେ ସେପରି କରି ନ ଥାଏ। ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି ବିଶ୍ୱ ସମୁଦାୟକୁ ଦେଖାଇବା ଲାଗି ପାକିସ୍ତାନ ଏବେ ଏପରି କରୁଛି। ଏହା ଇସ୍‌ଲାମାବାଦର ଦୋମୁହଁା ଚେହେରାକୁ ପଦାରେ ପକାଇଛି। କାରଣ ୧୯୯୩ ମୁମ୍ବାଇ ବିସ୍ଫୋରଣର ମାଷ୍ଟରମାଇଣ୍ଡ ଦାଉଦ୍‌ ଇବ୍ରାହିମ୍‌ ପାକିସ୍ତାନରେ ଆମତ୍ଗୋପନ କରିଥିବାବେଳେ ଏହାକୁ ପଡ଼ୋଶୀ ଦେଶ ଅସ୍ବୀକାର କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏତିକି ଦିନ ପାଇଁ ଅସ୍ତ୍ରବିରତି ଘୋଷଣା: ୨ ନେତାଙ୍କୁ ଧନ୍ୟବାଦ ଦେଲା ଇରାନ, କହିଲା ଏମାନଙ୍କ ପାଇଁ…

ଓ୍ବାଶିଂଟନ୍‌,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇ ସପ୍ତାହ ପାଇଁ…

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

କରାମାଡ଼ରେ ଦୋହଲିଲା ଚାଷୀଙ୍କ ମେରୁଦଣ୍ଡ: ୨୮୦୦ ହେକ୍ଟର ଫସଲ ପ୍ରଭାବିତ

ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ବର୍ଷା ଓ କରାମାଡ଼ ଜିଲାର ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଜିଲାର ଅନେକ ଚାଷୀଙ୍କ…

‘ଏହା ଯୁଦ୍ଧର ଶେଷ ନୁହେଁ, କିନ୍ତୁ…’ ଯୁଦ୍ଧବିରତି ଉପରେ ଇରାନର ବିସ୍ଫୋରକ ବୟାନ, ଟ୍ରମ୍ପ କାବା

ଓ୍ବାଶିଂଟନ୍‌,୮।୪: ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ସମସ୍ତ ସାମରିକ ୟୁନିଟକୁ ଗୁଳି ବିରତି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। “ଏହା ଯୁଦ୍ଧର ଶେଷ ନୁହେଁ,…

ଟ୍ରମ୍ପଙ୍କ ଗୋଟିଏ ଘୋଷଣାରେ ଖସିଲା ଅଶୋଧିତ ତେଲ ମୂଲ୍ୟ, ଜାଣନ୍ତୁ ନୂଆ ଦାମ୍‌

ଓ୍ବାଶିଂଟନ୍‌,୮।୪: ୮ ଏପ୍ରିଲରେ ଅଶୋଧିତ ତୈଳ ମୂଲ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ଘଟିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ସମ୍ଭାବ୍ୟ ବୋମା ବିସ୍ଫୋରଣକୁ ଦୁଇ…

୪୨.୫% ଭାରତୀୟ ସ୍ବାସ୍ଥ୍ୟକୁ କରନ୍ତି ଅଣଦେଖା: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୮ା୪(ପି.ଟି.):କାର୍ଯ୍ୟବ୍ୟସ୍ତତା କାରଣରୁ ୪୨.୫ ପ୍ରତିଶତ ଭାରତୀୟ ସେମାନଙ୍କ ସ୍ବାସ୍ଥ୍ୟ ପ୍ରତି ଅଣଦେଖା କରୁଥିବା ସ୍ବୀକାର କରିଛନ୍ତି। ୫୭.୮ ପ୍ରତିଶତ କହିଛନ୍ତି, ସେମାନଙ୍କ ସ୍ବାସ୍ଥ୍ୟ ପାଇଁ କ’ଣ ଭଲ…

୮୦ ଫୁଟ୍‌ ତଳକୁ ଖସିଲା ଟ୍ରକ୍‌: ଭିତରେ ଥିଲେ ଡ୍ରାଇଭର

ଜୟପୁର,୮।୪(ପବନ ପାଣିଗ୍ରାହୀ): ୮୦ ଫୁଟ୍‌ ତଳକୁ ଖସିଲା ଟ୍ରକ୍‌। ଫଳରେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ପୋଲିସ ଡାକ୍ତରଖାନାରେ ଭର୍ତ୍ତି କରିଛି। ଜୟପୁର…

ଘୂର୍ଣ୍ଣିବଳୟ ସୃଷ୍ଟି: ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାଜ୍ୟରେ….

ଭୁବନେଶ୍ୱର,୮ା୪(ବନ୍ଦନା ସେଠୀ):ଓଡ଼ିଶା ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଉପରବାୟୁ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଘୂର୍ଣ୍ଣିବଳୟଟି ସମୁଦ୍ର ପତ୍ତନଠାରୁ ୦.୯ କିମି ଉଚ୍ଚତାରେ ରହିଛି। ଏହାସହ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri