Posted inଫୁରସତ

ହାତ ଖର୍ଚ୍ଚରେ ପ୍ରଥମ ଦରମା ଟଙ୍କା ସରିଥିଲା: ନାଟ୍ୟ ନିର୍ଦ୍ଦେଶକ ପୁଲିନ ବିହାରୀ ମାନସିଂହ

ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ କୁହୁଡି ଗାଁର ଏକ ସମ୍ଭ୍ରାନ୍ତ ପରିବାରରେ ମୋର ଜନ୍ମ। ବାପା ରାଜକିଶୋର ମାନସିଂହ ଥିଲେ ଜଣେ ଆଶୁକବି। ଗାଁ ରାସ ଦଳରେ ସେ ଗୀତ ରଚନା କରିବା ସହ ସ୍ବର ସଂଯୋଜନା ଓ ନିର୍ଦ୍ଦେଶନା ବି ଦେଉଥିଲେ। ତା’ସହିତ ଗାଁ ନାଟକରେ ବାପା, ଦାଦା, ବଡ଼ଭାଇ ଓ ଅନ୍ୟ ଗୁରୁଜନମାନେ ମଧ୍ୟ ଅଭିନୟ କରୁଥିଲେ। ତାଙ୍କୁ ଦେଖି ମୁଁ ବି ନାଟକ ପ୍ରେମରେ ପଡିଗଲି। ଷଷ୍ଠ ଶ୍ରେଣୀରେ ପଢିଲାବେଳେ ‘ବିଷ ପୀୟୁଷ’ ନାଟକରେ ଶିଶୁ କଳାକାର ଭାବେ ପ୍ରଥମେ ଅଭିନୟ କଲି। ପ୍ରଥମ ନାଟକରେ ହିଁ ମୋ ଅଭିନୟକୁ ଦର୍ଶକେ ଖୁବ୍‌ ପ୍ରଶଂସା କରିଥିଲେ। ବାସ୍‌ ସେବେଠାରୁ ଆଉ ପଛକୁ ଫେରି ଚାହିଁନି। ନାଟକରେ ଅଭିନୟ ସାଙ୍ଗକୁ କ୍ରମେ ନାଟ୍ୟ ନିର୍ଦ୍ଦେଶନା ଦେବା ବି ଆରମ୍ଭ କଲି। ତା’ସାଙ୍ଗକୁ ପାଠ ବି ଭଲ ପଢୁଥିଲି। ଜନତା ହାଇସ୍କୁଲ୍‌ରୁ ୧୯୬୬ ମସିହାରେ ମାଟ୍ରିକ୍‌ ପାସ୍‌ କରି ପୁରୀ ଏସ୍‌ସିଏସ୍‌ କଲେଜରେ ବି.ଏସ୍‌ସି. ଯାଏ ପଢିଲି। କଲେଜ ଫଙ୍କଶନ୍‌ରେ ହେଉଥିବା ନାଟକରେ ଅଭିନୟ କରିବା ସହ ନିର୍ଦ୍ଦେଶନା ମଧ୍ୟ ଦେଉଥିଲି। ଏପରି କି କଲେଜ ପଢା ପରେ ରାଉରକେଲା ସରକାରୀ ମହାବିଦ୍ୟାଳୟର କେମେଷ୍ଟ୍ରି ଡିପାର୍ଟମେଣ୍ଟରେ ଡେମୋନଷ୍ଟ୍ରେଟର୍‌ ଭାବେ କାର୍ଯ୍ୟରତ ଥିବାବେଳେ ବି ଅନେକ ନାଟକରେ ନିର୍ଦ୍ଦେଶନା ଦେଇଛି। ତେବେ ଏହି ଚାକିରି କ୍ଷେତ୍ରରୁ ମିଳିଥିବା ମୋର ପ୍ରଥମ ଦରମା ନିଜ ହାତଖର୍ଚ୍ଚରେ ହିଁ ସରିଯାଇଥିଲା। ଏଠାରେ ୧୦ ବର୍ଷ କାମ କରିବା ଭିତରେ ସ୍ଥାନୀୟ ‘କଳିଙ୍ଗ କଳା ପରିଷଦ’ ନାମକ ଏକ ନାଟ୍ୟ ଅନୁଷ୍ଠାନ ସହ ମୋର ନିବିଡ ସମ୍ପର୍କ ଗଢି ଉଠିଥିଲା। ତେଣୁ ପରବର୍ତ୍ତୀ ସମୟରେ ରାଉରକେଲା ଇସ୍ପାତ କାରଖାନାରେ ଚାକିରି କରି ବି ଏହି ଅନୁଷ୍ଠାନ କଥା ବୁଝୁଥିଲି। ଶେଷରେ ଏହିଠାରୁ ହିଁ ୨୦୦୯ ଏପ୍ରିଲ୍‌ରେ ମ୍ୟାନେଜର୍‌ ପର୍ସନାଲ୍‌ ଭାବେ ଚାକିରିରୁ ଅବସର ନେଲି। ଚାକିରିରେ ଥିଲାବେଳେ ଯେମିତି ନାଟକରେ ଅଭିନୟ ସହ ନିର୍ଦ୍ଦେଶନା ଦେଉଥିଲି ଅବସର ପରେ ବି ସେମିତି କଲି। ୟା’ଭିତରେ ଭୁବନେଶ୍ୱର, ବାଲେଶ୍ୱର, ଅନୁଗୋଳ, ଆଲ୍ଲାହାବାଦ୍‌, ଦିଲ୍ଲୀ, ମୁମ୍ବାଇ, ସଢ଼େଇକଳା ଇତ୍ୟାଦି ସହରରେ କଳିଙ୍ଗ କଳା ପରିଷଦ ଦ୍ୱାରା ଅନେକ ନାଟକ ମଞ୍ଚସ୍ଥ କରି ବହୁ ପ୍ରଶଂସିତ ଓ ପୁରସ୍କୃତ ହୋଇସାରିଲିଣି। ଏପରି କି ରାଉରକେଲା ଷ୍ଟିଲ୍‌ ଟେଲିଭିଜନ ସେଣ୍ଟରରେ ଦୀର୍ଘଦିନ ଧରି ଚାଲିଥିବା ‘ନଗର ନାଗରିକ’ କାର୍ଯ୍ୟକ୍ରମରେ ଅଭିନୟ କରି କାରଖାନାର କର୍ମଚାରୀମାନଙ୍କ ଭିତରେ ସୁରକ୍ଷା, ସମୟାନୁବର୍ତ୍ତିତା, ସଚେତନତା ସୃଷ୍ଟି କରି ପାରିଥିବାରୁ ମୋତେ ଅନେକ ପ୍ରଶଂସା ମିଳିଛି। ସେହିପରି କଲ୍‌ଚରାଲ୍‌ ଏକାଡେମୀ ଦ୍ୱାରା ପ୍ରତିବର୍ଷ ଆୟୋଜିତ ରାଜ୍ୟସ୍ତରୀୟ ଲୋକ ନାଟକ ପ୍ରତିଯୋଗିତାରେ ଭାଗନେଇ ବହୁବାର ଶ୍ରେଷ୍ଠ ନିର୍ଦ୍ଦେଶକ, ଦ୍ୱିତୀୟ ଶ୍ରେଷ୍ଠ ନିର୍ଦ୍ଦେଶକ, ତୃତୀୟ ଶ୍ରେଷ୍ଠ ନିର୍ଦ୍ଦେଶକ ଏବଂ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା ଭାବେ ପୁରସ୍କୃତ ମଧ୍ୟ ହୋଇସାରିଛି। ଅନ୍ୟପକ୍ଷେ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ, ପୁରୀଠାରେ ଆୟୋଜିତ ରାଜ୍ୟସ୍ତରୀୟ ନାଟକ ପ୍ରତିଯୋଗିତାରେ ବି ଦ୍ୱିତୀୟ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ପୁରସ୍କାର ପାଇବା ମୋ ପାଇଁ ଥିଲା ଏକ ଗର୍ବର ବିଷୟ। କେବଳ ସେତିକି ନୁହେଁ ଚଳିତ ବର୍ଷ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ପାରାଦୀପଠାରେ ଆୟୋଜିତ ରାଜ୍ୟସ୍ତରୀୟ ନାଟକ ଉତ୍ସବରେ ସମ୍ବର୍ଦ୍ଧିତ ହେବା ବି ମୋ ପାଇଁ ଏକ ସୌଭାଗ୍ୟର କଥା। ଏତଦ୍‌ବ୍ୟତିତ ଓଡିଶାର ବିଭିନ୍ନ ନାଟ୍ୟ ଅନୁଷ୍ଠାନମାନଙ୍କ ଦ୍ୱାରା ସମ୍ମାନିତ ଓ ସମ୍ବର୍ଦ୍ଧିତ ହୋଇ ମୁଁ ଖୁସିଅଛି। ତେବେ କେବଳ ନାଟକ ନୁହେଁ ‘ଖୋୟା ଖ୍ବାବ’ ନାମକ ଏକ ହିନ୍ଦୀ ସିରିୟଲ୍‌ରେ ମଧ୍ୟ ଅଭିନୟ କରି ଉଚ୍ଚ ପ୍ରଶଂସିତ ହୋଇଛି। ନାଟକରେ ଅଭିନୟ ଓ ନିର୍ଦ୍ଦେଶନା ବ୍ୟତୀତ ବର୍ତ୍ତମାନ ମୁଁ କଳିଙ୍ଗ କଳା ପରିଷଦର ସାଧାରଣ ସମ୍ପାଦକ ଏବଂ ରାଉରକେଲାର ୨୪ଟି ନାଟ୍ୟ ଅନୁଷ୍ଠାନକୁ ନେଇ ଗଢିଉଠିଥିବା ‘ଏକତ୍ର’ ଅନୁଷ୍ଠାନର ସଭାପତି ଦାୟିତ୍ୱ ବି ସମ୍ଭାଳୁଅଛି। ପ୍ରକାଶ ଥାଉକି, କଳିଙ୍ଗ କଳା ପରିଷଦ ଆଗକୁ ତା’ର ସୁବର୍ଣ୍ଣ ଜୟନ୍ତୀ ପାଳନ କରିବାକୁ ଯାଉଛି। ଏସବୁ କାର୍ଯ୍ୟରୁ ମୋତେ ସମାଜରେ ଏକ ନିଆରା ପରିଚିତି ମିଳିଥିବାରୁ ମୁଁ ଖୁବ୍‌ ଶାନ୍ତି ଅନୁଭବ କରିପାରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସକାଳର ପ୍ରଥମ କିରଣ ଛୁଇଁଥିଲା ଶ୍ରୀସୂର୍ଯ୍ୟଙ୍କ ବିଗ୍ରହଙ୍କୁ…

କୋଶୋଦାସର ଶ୍ରୀପଦ୍ମକେଶର ମନ୍ଦିର ଆକ୍ରମଣର ସବିଶେଷ ଇତିହାସ ଆଲୋଚନା ଆଢ଼ୁଆଳରେ ଅଛି। ଆମେ କେବଳ ଗତ ସଂଖ୍ୟାରେ ସୂଚନା ଦେଇଥିଲୁ। ଅନୁସନ୍ଧାନ ଆମର ନୀରବ ହୋଇନାହିଁ। ଶ୍ରୀପଦ୍ମକେଶର…

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri