ହାତୀପଲଙ୍କ ଉପଦ୍ରବ: ଭାଙ୍ଗିଲେ ଘର

ଆନନ୍ଦପୁର,୨୦।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ କାଠକଟା ପଞ୍ଚାୟତ କୁଶବଣିଆ ଗ୍ରାମରେ ଗୁରୁବାର ବିଳମ୍ବିତ ରାତିର ହାତୀପଲ ପଶି ଉପଦ୍ରବ କରିଛନ୍ତି। ହାତୀପଲ ଗ୍ରାମର ମାଳତୀ ମହାକୁଡ଼ଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗି ତାଙ୍କ ପରିବାରକୁ ବେସାହାରା କରିବା ସହିତ ଫସଲ ନଷ୍ଟ କରିଛନ୍ତି। ରାତିରେ ମାଳତୀଙ୍କ ସହ ପ୍ରଫୁଲ୍ଲ, ଓ ଝୁମୁରୀ ମହାକୁଡ଼ ଘରେ ରହିଥିଲେ। ହାତୀପଲ ଘରଭାଙ୍ଗିବାରୁ ସେମାନେ ଭୟଭୀତ ହୋଇ ପଳାଇବା ସମୟରେ ପ୍ରଫୁଲ୍ଲ ଆହତ ହୋଇଥିଲେ। ତାଙ୍କୁ ଚିକିତ୍ସା ଲାଗି ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।