ହାତୀପଲଙ୍କ ଉପଦ୍ରବ, ଧାନଫସଲ ନଷ୍ଟ

ଦଶପଲ୍ଲା,୨୫।୧୧(ଡି.ଏନ୍‌.ଏ.): ଦଶପଲ୍ଲା ବନାଞ୍ଚଳର ଚଡ଼େୟାପଲ୍ଲୀ ଓ ପୋଖରୀଗୋଚ୍ଛା ସଂରକ୍ଷିତ ଜଙ୍ଗଲରେ ୧୩ଟି ହାତୀ ଡେରା ପକାଇଛନ୍ତି। ହାତୀପଲ ସନ୍ଧ୍ୟା ହେଲେ ନିକଟସ୍ଥ ଧାନକ୍ଷେତକୁ ଆସି ଫସଲ ଖାଇବା ସହ ଦଳିଚକଟି ନଷ୍ଟ କରୁଛନ୍ତି। ଜଙ୍ଗଲରେ ଖାଦ୍ୟାଭାବ ଏବଂ ବର୍ତ୍ତମାନ ଧାନ ପାଚିବା ସମୟ ହୋଇଥିବାରୁ ହାତୀମାନେ ୨ଟି ଦଳରେ ଆସି ଚଡ଼େୟାପଲ୍ଲୀ ଓ ପୋଖରୀଗୋଚ୍ଛା ଅଞ୍ଚଳରେ ବ୍ୟାପକ କ୍ଷତି ଘଟାଉଛନ୍ତି। ବନ ବିଭାଗ ରେଞ୍ଜ ଅଫିସରଙ୍କ କହିବା ଅନୁଯାୟୀ ଏହା ଉପରେ ଦୃଷ୍ଟି ରଖାଯିବା ସହ ହାତୀମାନଙ୍କୁ ଜଙ୍ଗଲ ମଧ୍ୟକୁ ଘଉଡାଇବା ପାଇଁ ଚେଷ୍ଟା ଜାରି ରହିଛି। କ୍ଷୟକ୍ଷତି ଆକଳନ ପରେ ସରକାରଙ୍କୁ ଜଣାଇ ଦିଆଯିବ।