Categories: ଫୁରସତ

ହାତରେ ତଲଓ୍ବାର ଧରି କଲେ ରିପୋର୍ଟିଂ: ଭିଡିଓ ଭାଇରାଲ

ବଲିଉଡ୍‌ ମୁଭି ବଜରଙ୍ଗି ଭାଇଜାନର ଖବର ଦାତା ଚାନ୍ଦ ନଓ୍ବାବଙ୍କ କଥା ସମସ୍ତଙ୍କୁ ଅଳ୍ପ ବହୁତେ ଜଣାଥିବ। ଏବେ ପାକିସ୍ତାନର ଏମିତି ଜଣେ ଖବରଦାତାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯିଏ ହାତରେ ତଲଓ୍ବାର ଧରି ଖବର ସଂଗ୍ରହ କରୁଥିବା ଦେଖାଯାଇଛି। ଏହି ଖବରଦାତାଙ୍କ ନାଁ ଅମିନ ହଫିଜ ବୋଲି କୁହାଯାଉଛି। ସେ ଜିଓ ନ୍ୟୁଜରେ କାମ କରୁଛନ୍ତି ବୋଲି ଶୁଣିବାକୁ ମିଳିଛି। ୨୦୧୮ରେ ମଧ୍ୟ ହଫିଜଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା। ସେତେବେଳେ ସେ ଗଧ ଉପରେ ବସି ରିପୋର୍ଟିଂ କରୁଥିବା ଦେଖାଯାଇଥିଲା। ଜିଓ ଟେଲିଭିଜନର ସୂଚନା ଅନୁଯାୟୀ, ହଫିଜ ଯେଉଁ ସ୍ଥାନରେ ରିପୋର୍ଟିଂ କରୁଥିଲେ ତାହା ଲାହୋର କିଲା। କିଛିଦିନ ପୂର୍ବରୁ ଏହି କିଲାରେ ଏକ ବିବାହ ଅନୁଷ୍ଠିତ ହୋଇଥିବା କୁହାଯାଏ। ଯାହାକୁ ନେଇ ବିବାଦ ଉପୁଜିଥିଲା।

Share