ହାଟକୁ ଡାକି ନେଇ ସ୍ତ୍ରୀଙ୍କୁ ହତ୍ୟା

ଓଡ଼ାପଡ଼ା, ୧୨ା୧୧ (ଡି.ଏନ.ଏ.)- ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ଶ୍ରୀଡ଼ିହ ଗ୍ରାମର ସାବିତ୍ରୀ ଭୋଇ (୩୨) ନିଖୋଜ ଘଟଣାର ସୋମବାର ପର୍ଦ୍ଦାଫାସ ହୋଇଛି। ଅଭିଯୁକ୍ତ ସ୍ବାମୀ ବିରଞ୍ଚତ୍ ଭୋଇ (୩୭) ହିଁ ସ୍ତ୍ରୀଙ୍କ ହତ୍ୟାକାରୀ ଏବଂ ଏହି ହତ୍ୟାକାଣ୍ଡ ପଛର କାରଣ ଚରିତ୍ରକୁ ନେଇ ସନ୍ଦେହ ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ କରିଛି। ଅନ୍ୟପଟେ ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ ତଦନ୍ତ ପରିସର ବଢ଼ାଇଛି।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସାବିତ୍ରୀଙ୍କ ଚରିତ୍ରକୁ ନେଇ ବିରଞ୍ଚତ୍ ସନ୍ଦେହ କରି ଆସୁଥିଲେ। ତାଙ୍କୁ ହତ୍ୟା କରିବାକୁ ସେ ପ୍ରସ୍ତୁତ କରିଥିଲେ ବ୍ଲୁ-ପ୍ରିଣ୍ଟ। ଗତ ୪ ତାରିଖରେ ବିରଞ୍ଚତ୍ ସ୍ତ୍ରୀ ସାବିତ୍ରୀଙ୍କୁ ନେଇ ହାଟକୁ ଯାଇଥିଲେ। ରାଣୀବଣିଆ ନିକଟ ଏକ ନିଛାଟିଆ ସ୍ଥାନରେ ପୂର୍ବ ଯୋଜନା ଅନୁଯାୟୀ ସ୍ତ୍ରୀଙ୍କୁ ନିର୍ମମ ଭାବେ ହତ୍ୟା କରି ଫିଙ୍ଗି ଦେଇଥିଲେ। ଘଟଣା ଘଟାଇ ସାରିବା ପରେ ହାଟରୁ ସ୍ତ୍ରୀ
ନିଖୋଜ ହୋଇଯାଇଥିବା ନେଇ ମୋଟଙ୍ଗା ଥାନାରେ ଅଭିଯୋଗ କରିଥିଲେ। ହେଲେ ଝିଅର ନିଖୋଜ ଘଟଣାକୁ ବିଶ୍ୱାସ କରି ନ ଥିଲେ ସାବିତ୍ରୀଙ୍କ ବାପା ଡମ୍ବରୁ ଭୋଇ। ଯୌତୁକ ଦାବିରେ ତାଙ୍କ ଝିଅକୁ ହତ୍ୟା କରିଥିବା ନେଇ ସେ ଥାନାର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗକୁ ଭିତ୍ତିକରି ପୋଲିସ ତଦନ୍ତ ଆରମ୍ଭ କରିଥିଲା। ମାରାଥନ ଜେରାର ସମ୍ମୁଖୀନ ହୋଇ ନ ପାରି ଅଭିଯୁକ୍ତ ସବୁ ମାନିଯାଇଥିଲେ। ବିରଞ୍ଚତ୍ଙ୍କ ତଥ୍ୟ ଆଧାରରେ ସାବିତ୍ରୀଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଥିଲା। ସଦର ଏସ୍‌ଡିପିଓ ଶ୍ରୀହର୍ଷ ମିଶ୍ର, ଥାନାଧିକାରୀ ନମିତା ନାୟକ ସାଇଣ୍ଟିଫିକ୍‌ ଦଳ ସହିତ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରିଛନ୍ତି। ଚରିତ୍ର ସନ୍ଦେହରେ ସ୍ବାମୀ ହାତରେ ସ୍ତ୍ରୀଙ୍କ ଜୀବନ ଯିବା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।
ସୂଚନାଯୋଗ୍ୟ, ବିରଞ୍ଚତ୍ଙ୍କ ବିବାହ ବମ୍ପା ଗ୍ରାମର ଡମ୍ବରୁ ଭୋଇଙ୍କ ଝିଅ ସାବିତ୍ରୀଙ୍କ ସହ ହୋଇଥିଲା। ପାରିବାରିକ ଅଶାନ୍ତି ଯୋଗୁ ସାବିତ୍ରୀ ଅଧିକାଂଶ ସମୟ ବାପ ଘରେ ରହି ଆସୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଣ୍ଡରେ କଫନ୍ ବାନ୍ଧି କଂଗ୍ରେସର ସଂସ୍କାର ପାଇଁ ବାହାରିଛି’: ମହମ୍ମଦ ମୋକିମ୍

କଟକ,୧୧ା୧୨: ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍‌ ଦଳର ସଂସ୍କାର ଆଣିବା ଉଦ୍ଦେଶ୍ୟରେ ବାହାରିଥିବା କହିଛନ୍ତି। ପୂର୍ବରୁ ପିସିସି ସଭାପତି...

ଜବରଦଖଲକାରୀଙ୍କୁ ରାଜସ୍ବ ମନ୍ତ୍ରୀଙ୍କ କଡ଼ା ଚେତାବନୀ: ସମୟ ଅଛି ଜମି ଫେରାଅ ନଚେତ୍‌…

ଭୁବନେଶ୍ୱର,୧୧ା୧୨: ପ୍ରଭାବଶାଳୀ ଜମି ଜବରଦଖଲକାରୀଙ୍କୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କଡ଼ା ଚେତାବନୀ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ସମୟ ଅଛି ଜମି ଫେରାଅ, ନ ହେଲେ...

ଯାଞ୍ଚ ବେଳେ ଔଷଧ ଦୋକାନରୁ ବାହାରିଲା ମଦ, ଦେଖିକି ତାଜୁବ ହୋଇଗଲା ପୋଲିସ

ଭଦ୍ରକ, ୧୧।୧୨(ସନାତନ ରାଉତ): ଭଦ୍ରକ ସହର ବାଇପାସସ୍ଥିତ ଏକ ଔଷଧ ଦୋକାନରୁ ପୋଲିସ ବିପୁଳ ପରିମାଣର ମଦ ଜବତ କରିଛି । ସୂଚନା ମୁତାବକ ଉକ୍ତ...

ପୂର୍ବ ସରକାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଟାର୍ଗେଟ୍‌, କହିଲେ ଯେଉଁ ଅଧିକାରୀଙ୍କ କାର୍ଯ୍ୟକାଳ ସରୁଥିଲା ତାଙ୍କୁ…

ଭୁବନେଶ୍ୱର,୧୧ା୧୨: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଆୟୋଜିତ ହୋଇଥିବା ନିଯୁକ୍ତି ମେଳାରେ ପୂର୍ବ ସରକାରଙ୍କୁ କଡ଼ା ଟାର୍ଗେଟ୍‌ କରିଛନ୍ତି। ମୁଖ୍ୟମନ୍ତ୍ରୀ ସମାଲୋଚନା କରି କହିଛନ୍ତି,...

ଶୋଇଥିଲେ ମହିଳା, ଘରେ ପଶି ଦଳିଦେଲା ହାତୀ

ବଲାଙ୍ଗୀର,୧୧ା୧୨(ସୁନିଲ କୁମାର ମହାନ୍ତି): ବଙ୍ଗୋମୁଣ୍ଡା ରେଞ୍ଜ ତୁରେକେଲା ଥାନା ଅନ୍ତର୍ଗତ ସାନବାଙ୍କୀ ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳା଼ଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ...

କଂଗ୍ରେସ ଛାଡି ନୂଆ ଦଳ ଗଠନ କରିବେ ମୋକିମ! ମୁହଁ ଖୋଲିଲେ ସୁର, କହିଲେ…

ଭୁବନେଶ୍ୱର,୧୧।୧୨: ମୋକିମଙ୍କ ଚିଠି ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ। ସୁର କହିଛନ୍ତି, ମୋକିମ ଏପରି କରି ଝିଅ କ୍ୟାରିୟରକୁ...

ବସ୍‌-ବାଇକ୍‌ ମୁହାଁମୁହିଁ, ଚାଲିଗଲା ୨ ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୧ା୧୨(ଆଶିଷ ରଞ୍ଜନ ପଣ୍ଡା): ଗୁଡାରୀରୁ ବାଡ଼ିସୋଲା ସ୍କୁଲରେ ଯୁକ୍ତଦୁଇ ପାଠ ପଢ଼ିବା ପାଇଁ ବାଇକ୍‌ରେ ଯାଉଥିବା ବେଳେ ଗୁରୁବାର ସକାଳୁ ରାମନାଗୁଡ଼ା ବ୍ଲକ ପାଲୁପାଇ ନିକଟରେ...

ରାଜ୍ୟରେ ହାଡଭଙ୍ଗା ଶୀତ: ୧୦ ଡିଗ୍ରୀ ତଳେ ୧୬ ସହର, ସେମିଳିଗୁଡ଼ାରେ ସର୍ବନିମ୍ନ…

ଭୁବନେଶ୍ୱର,୧୧।୧୨: ଶୀତର ପ୍ରକୋପ ସମଗ୍ର ଓଡ଼ିଶାରେ କାୟା ବିସ୍ତାର କରିଥିବା ବେଳେ ରାଜ୍ୟର ବହୁ ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳେ ରହିଛି। ବିଗତ ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri