ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଭେଳିକି :ଜୀବିକା ଛଡ଼ାଇନେଲେ ରାଜ୍ୟ ବାହାର ଭେଣ୍ଡର

ଭୁବନେଶ୍ୱର, ୨୯।୮ (ବ୍ୟୁରୋ): ଆତଙ୍କବାଦୀ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସମଗ୍ର ଦେଶରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବାକୁ ରାଜ୍ୟଗୁଡିକୁ ପରାମର୍ଶ ଦେଇଛନ୍ତି। ଗାଡ଼ି କିଣିବା ସମୟରେ ଏହି ନମ୍ବର ପ୍ଲେଟ ଲାଗି କରି ଆସିବ। ବିନା ନମ୍ବରରେ କୌଣସି ନୂତନ ଯାନ ରାସ୍ତାରେ ଗଡ଼ିପାରିବ ନାହିଁ। ଉକ୍ତ ନମ୍ବର ପ୍ଲେଟକୁ କୌଣସି ପରିସ୍ଥିତିରେ ଖୋଲାଯାଇ ପାରିବ ନାହିଁ। ଖୋଲିବା ମାତ୍ରେ ତାହା ନଷ୍ଟ ହୋଇଯିବ। ଏହାଛଡ଼ା ଏଥିରେ ଥିବା ବାରକୋଡ ପରିବହନ କାର୍ଯ୍ୟାଳୟର ‘ବାହାନ’ ସଫ୍ଟଓ୍ବେର ସହିତ ଯୋଡ଼ି ହୋଇରହିବ। ନମ୍ବର ପ୍ଲେଟ ପରିବର୍ତ୍ତନ କଲେ ନିକଟସ୍ଥ ପରିବହନ କାର୍ଯ୍ୟାଳୟକୁ ମାଲିକଙ୍କ ବିଷୟରେ ସମସ୍ତ ସୂଚନା ମିଳିପାରିବ। ସୁରକ୍ଷା ଦୃଷ୍ଟିରୁ କେନ୍ଦ୍ର ସରକାର ସମଗ୍ର ଦେଶରେ ଏହି ବ୍ୟବସ୍ଥା ଲାଗୁ କରିଛନ୍ତି। ଓଡ଼ିଶାରେ ୨୦୧୯ ମେ ପହିଲାରୁ ନୂତନ ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲାଗିବା ଆରମ୍ଭ ହୋଇଛି। କେନ୍ଦ୍ର ସରକାରଙ୍କ କେନ୍ଦ୍ରୀୟ ରାସ୍ତା ଗବେଷଣା ପ୍ରତିଷ୍ଠାନ (ସିଆର୍‌ଆର୍‌ଆଇ) ଠାରୁ ସାର୍ଟିଫିକେଟ ପାଇଥିବା ରାଜ୍ୟ ବାହାରର ୫ ଭେଣ୍ଡର ଓଡ଼ିଶାରେ ନୂତନ ନମ୍ବର ପ୍ଲେଟ ଯୋଗାଉଛନ୍ତି। ଏହି ଭେଣ୍ଡରମାନେ ଶୋ’ରୁମ୍‌ ମାଲିକଙ୍କଠାରୁ ଦୁଇଚକିଆ ଯାନ ପାଇଁ ନମ୍ବର ପ୍ଲେଟ ଲଗାଇବା ସକାଶେ ୨୨୦ଟଙ୍କା ସହିତ ୧୮% ଜିଏସ୍‌ଟି ଏବଂ ୪ ଚକିଆ ଯାନ ପାଇଁ ୪୩୦ ଟଙ୍କା ସହିତ ୧୮% ଜିଏସ୍‌ଟି ନେଉଛନ୍ତି। ଶୋ’ରୁମ୍‌ ମାଲିକମାନେ ଗାଡ଼ି କିଣୁଥିବା ଲୋକଙ୍କଠାରୁ ତାହା ଅସୁଲ କରୁଛନ୍ତି। ବିନା ନମ୍ବର ପ୍ଲେଟରେ ନୂଆ ଗାଡ଼ି ଶୋ’ରୁମ୍‌ ବାହାରକୁ ନ ଛାଡ଼ିବାକୁ ଡିଲରମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ମାତ୍ର ଏହାର ଠିକ୍‌ ବିପରୀତ ଦେଖିବାକୁ ମିଳୁଛି। ନମ୍ବର ପ୍ଲେଟ ନ ଲଗାଇ ଶୋ’ରୁମ୍‌ ଗାଡ଼ି ଛାଡ଼ି ଦେଉଛନ୍ତି। ବିନା ନମ୍ବର ପ୍ଲେଟରେ ମାସ ମାସ ଧରି ରାସ୍ତାରେ ଗଡୁଛି। ଏହା ନ ଥିବାରୁ ମାଲିକଙ୍କୁ ଜରିମାନା ଗଣିବାକୁ ପଡୁଛି।
ନୂଆ ବୁଲେଟ କିଣିଥିବା ରମେଶ ନାୟକ କହିଛନ୍ତି, ଦେଢ଼ମାସ ଅପେକ୍ଷା କରିବା ପରେ ମୋତେ ନମ୍ବର ପ୍ଲେଟ ଦେଇଛନ୍ତି। ମୋ ଠାରୁ ଏ ବାବଦରେ ପଇସା ନେଇଥିଲେ ମଧ୍ୟ ଏହାକୁ ବାହାରେ ଲଗାଇବାକୁ କହୁଛନ୍ତି। ଏହା ପାଇବାରେ ଡେରି ହେବାରୁ ମୋତେ ୫୦୦ ଟଙ୍କା ଜରିମାନା ଦେବାକୁ ପଡ଼ିଛି। କେବଳ ରମେଶ ନୁହନ୍ତି ଅନେକ ବ୍ୟକ୍ତି ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ନମ୍ବର ପ୍ଲେଟ ବାବଦରେ ପଇସା ନେଉଥିଲେ ମଧ୍ୟ ବାହାର ରାଜ୍ୟର ଭେଣ୍ଡର ନିର୍ଦ୍ଧାରିତ ସମୟରେ ତାହା ଯୋଗାଉ ନାହାନ୍ତି। ଏହାଛଡ଼ା ଯେଉଁ ନମ୍ବର ପ୍ଲେଟ ଲଗାଯାଉଛି ତାହା ଅତ୍ୟନ୍ତ ନିମ୍ନମାନର। କମ୍‌ ଦିନ ମଧ୍ୟରେ ଲେଖା ଲିଭିଯିବା ସହ ସହଜରେ ଏହାକୁ ବାହାର କରି ଦିଆଯାଇପାରୁଛି। ପରିବହନ କାର୍ଯ୍ୟାଳୟ ଅଧିକାରୀ କେବଳ ଟିକସ ଆଦାୟ କରି ଆରାମରେ ବସି ଯାଉଛନ୍ତି। ଦେଶର ସୁରକ୍ଷା ସହ ଏହା ଜଡ଼ିତ ଥିଲେ ମଧ୍ୟ ପରିବହନ ଅଧିକାରୀମାନେ ଏହାକୁ ଅତି ହାଲ୍‌କା ଭାବେ ନେଉଛନ୍ତି। ନମ୍ବର ପ୍ଲେଟ ଖୋଲିବା କଥାକୁ ଭୁବନେଶ୍ୱର ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଦୀପ କୁମାର ମହାନ୍ତି ଗ୍ରହଣ କରିବାକୁ ନାରାଜ। ସେ କହିଛନ୍ତି, କୌଣସି ପରିସ୍ଥିତିରେ ସେହି ନମ୍ବର ପ୍ଲେଟ ଖୋଲିବ ନାହିଁ। ତାହା ଭାଙ୍ଗିଯିବ ପଛେ ଖୋଲାଯାଇ ପାରିବ ନାହିଁ।
ଅନ୍ୟପକ୍ଷରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ଦାୟିତ୍ୱ ଦିଲ୍ଲୀ, ଉତ୍ତର ପ୍ରଦେଶ ଭଳି ବାହାର ରାଜ୍ୟର ଭେଣ୍ଡର ହାତେଇ ନେଇଥିବାରୁ ରାଜ୍ୟରେ ନମ୍ବର ପ୍ଲେଟ ଲେଖି ଚଳୁଥିବା ପ୍ରାୟ ୨୫ ହଜାର ପରିବାରର ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଇଛି। ଗତ ୪ ମାସ ହେବ ନମ୍ବର ପ୍ଲେଟ ଲେଖାଳିମାନେ ହାତବାନ୍ଧି ବସିଛନ୍ତି। ଶହୀଦନଗରଠାରେ ୨୭ବର୍ଷ ହେବ ନମ୍ବର ପ୍ଲେଟ ଲେଖି ଜୀବିକା ନିର୍ବାହ କରୁଥିବା ବସନ୍ତ ରାଉତ କହିଛନ୍ତି ଯେ, ବାହାର ଭେଣ୍ଡରକୁ ନମ୍ବର ପ୍ଲେଟ ଲେଖିବା ଦାୟିତ୍ୱ ମିଳିବା ପରଠାରୁ ଆମ ଜୀବିକା ଉଜୁଡ଼ିଯାଇଛି। ଆମ ପାଖକୁ ଆଉ କେହି ଆସୁନାହାନ୍ତି। ମୋ ପିଲାଙ୍କ ମୁହଁରେ ଦାନ ଦେବାକୁ ମୁଁ ଅଯୋଗ୍ୟ ହୋଇଗଲିଣି। ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, କେନ୍ଦ୍ର ସରକାର ଏହି ବ୍ୟବସ୍ଥା କରିଛନ୍ତି। ଆମ ହାତରେ କିଛି ନାହିଁ। ଏ ବାବଦରେ ଓଡ଼ିଶା ନମ୍ବର ପ୍ଲେଟ ଏବଂ ଷ୍ଟିକରିଂ ସଂଘ ପକ୍ଷରୁ ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ବାରମ୍ବାର ଜଣାଇବା ପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ । କେନ୍ଦ୍ର ଉପରେ ଦୋଷ ଲଦି ଦେଇ ପରିବହନ ବିଭାଗ ରାଜ୍ୟର ନମ୍ବର ପ୍ଲେଟ ଲେଖୁଥିବା ଗରିବ ପରିବାରଙ୍କ ପେଟରେ ଲାତ ମାରିଛନ୍ତି। ସରକାର ତୁରନ୍ତ ଏହାର ପ୍ରତିକାର ନ କଲେ ସମସ୍ତ ଶୋ’ରୁମ ଆଗରେ ଧାରଣା ଦିଆଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଏପରି କି ଜୀବନ ଜୀବିକା ସୁରକ୍ଷା ପାଇଁ ଆନ୍ଦୋଳନକୁ ଜୋରଦାର କରିବୁ ବୋଲି ସଂଘର ଉପଦେଷ୍ଟା ଶଶାଙ୍କ ଶେଖର ନାୟକ କହିଛନ୍ତି।

ଅନୀଲ ଦାସ


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri