Categories: ମେଟ୍ରୋ

ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ନିଯୁକ୍ତି ପରୀକ୍ଷା ଘୁଞ୍ଚାଇବାକୁ ଦାବି

ପୁରୀ ଅଫିସ,୨୦।୫ : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ମେ’ ୩୦ ଓ ୩୧ ତାରିଖ ଦୁଇ ଦିନ ଧରି ରାଜ୍ୟରେ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ନିଯୁକ୍ତି ପରୀକ୍ଷା ଅନୁଷ୍ଠିତ ହେବ। ପ୍ରଥମ ଥର ଲାଗି କମ୍ପ୍ୟୁଟର ବେସ୍‌ ଟେଷ୍ଟ(ସିବିଟି) ମାଧ୍ୟମରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ମାତ୍ର ପୁରୀ ଜିଲାରେ ବିଦ୍ୟୁତ୍‌ ସେବା ବନ୍ଦ ରହିଛି। ଇଣ୍ଟରନେଟ ସେବା ଉପଲବ୍ଧ ନାହିଁ । ତେଣୁ ଏହି ଜିଲାର ପ୍ରାୟ ୨ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେବା ସମ୍ଭବ ନୁହେଁ। ପରୀକ୍ଷା ତାରିଖ ଘୁଞ୍ଚାଇବା ଲାଗି ସେମାନେ ଦାବି କରିଛନ୍ତି। ଅଭିଯୋଗକାରୀ ସଂଗ୍ରାମ ମାନସିଂହ, ଗୁରୁ ପ୍ରସାଦ ସାହୁ, ନମିତା ବିଶୋଇ, ପ୍ରତ୍ୟୁଷ ମହାନ୍ତି, ଅମରନାଥ ପଲାଇ, ଦିବ୍ୟଜ୍ୟୋତି ସାମନ୍ତରାୟ, କୃଷ୍ଣ ପୂଜାରୀ, ପ୍ରଣତି ଜାଲି ପ୍ରମୁଖ ଏହି ଦାବି କରିଛନ୍ତି ।