ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌: ନିୟମ ମାନୁନାହାନ୍ତି ଅନେକ ଶୋ’ରୁମ୍‌ ମାଲିକ

ଭୁବନେଶ୍ୱର, ୨୧ା୯(ବ୍ୟୁରୋ): ଆତଙ୍କବାଦ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସମଗ୍ର ଦେଶରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବାକୁ ସବୁ ରାଜ୍ୟକୁ ପରାମର୍ଶ ଦେଇଛନ୍ତି। ଓଡ଼ିଶାରେ ଗତ ମେ ୧ରୁ ନୂତନ ଗାଡ଼ିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ନିୟମ ଲାଗୁ ହୋଇଛି। ଜଣେ ବ୍ୟକ୍ତିଙ୍କୁ ଗାଡ଼ି ବିକିବା ବେଳେ ଶୋ’ ରୁମ୍‌ କର୍ତ୍ତୃପକ୍ଷ ଏହି ନମ୍ବର ପ୍ଲେଟ ଲଗାଇ ଦେବେ। ବିନା ନମ୍ବର ପ୍ଲେଟରେ କୌଣସି ଗାଡ଼ି ରାସ୍ତାରେ ଗଡ଼ିପାରିବ ନାହିଁ। ଏପରି କି ୨୦୧୯ ମୋଟର ଯାନ ଆଇନ ଅନୁଯାୟୀ, ଯଦି କୌଣସି ଶୋ’ରୁମ୍‌ ମାଲିକ ବିନା ନମ୍ବର ପ୍ଲେଟରେ ଗାଡ଼ି ଗ୍ରାହକଙ୍କୁ ଦେଇଥାନ୍ତି, ତାହାହେଲେ ମୋଟରଯାନ ଆକ୍ଟ ୧୮୨(ଏ) ଅନୁଯାୟୀ ଏକ ଲକ୍ଷ ଟଙ୍କା ଫାଇନ କରାଯିବ। ଏଥିସହ ଆର୍‌ଟିଓ ଉକ୍ତ ନମ୍ବର ପ୍ଲେଟ ବିହୀନ ଗାଡ଼ିକୁ ଜବତ କରି ଏକ ଚାଲାଣ କାଟି ମାମଲାକୁ କୋର୍ଟକୁ ପଠାଇ ଦେବେ। କିନ୍ତୁ ଏବେ ରାଜଧାନୀ ସହ ରାଜ୍ୟର ବିଭିନ୍ନ ଜିଲାରେ ଗାଡ଼ି ଶୋ’ରୁମ୍‌ ଗୁଡ଼ିକରେ ଏହି ନିୟମ ଉଲ୍ଲଂଘନ କରାଯାଉଛି। ଶୋ’ରୁମ୍‌ ମାଲିକମାନେ ଗ୍ରାହକଙ୍କୁ ଖୁସି କରିବାକୁ ଯାଇ ବିନା ନମ୍ବର ପ୍ଲେଟ୍‌ରେ ଗାଡ଼ି ଦେଇ ଦେଉଛନ୍ତି। ଫଳରେ ଅନେକ ସମୟରେ ଅପରାଧ ଘଟାଇ ସହଜରେ ଖସିଯିବା ପାଇଁ ନମ୍ବରବିହୀନ ଗାଡ଼ିକୁ ବ୍ୟବହାର କରୁଛନ୍ତି ଦୁର୍ବୃତ୍ତ। ଆର୍‌ଟିଓ କିମ୍ବା ପୋଲିସ ପକ୍ଷରୁ ଏଭଳି ଗାଡ଼ିଗୁଡ଼ିକର ଯାଞ୍ଚ କରାଯାଉନାହିଁ। ଏହି ନିୟମ କେବଳ କାଗଜପତ୍ରରେ ସୀମିତ ରହିଛି।
ରାଜଧାନୀର ବିଭିନ୍ନ ଛକରେ ଗୁରୁବାର ମାଳମାଳ ନୂଆ ଗାଡ଼ିରେ ନମ୍ବର ପ୍ଲେଟ ନ ଥିବା ଦେଖିବାକୁ ମିଳିଥିଲା। ସିଆରପି ଛକରେ ଗୋଟିଏ ନମ୍ବର ପ୍ଲେଟ ବିହୀନ ଗାଡ଼ିର ଚାଳକଙ୍କୁ ଅଟକାଇ ପଚାରିବାରୁ ସେ କହିଥିଲେ, ୪ଦିନ ତଳେ ଗାଡ଼ି କିଣିଛି। ତେବେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ସମ୍ପର୍କରେ କିଛି ଜାଣିନାହିଁ। ସେହିଭଳି ଜୟଦେବ ବିହାର ଛକ, ରାଜମହଲ ଓ ଏଜି ଛକରେ ଏଭଳି ଗାଡ଼ି ସହ କେବଳ ନମ୍ବର ପ୍ଲେଟ ଲାଗିଥିବା ବାଇକ୍‌ ଗଡୁଥିଲା। ପୋଲିସ ଏସବୁ ଦେଖୁଥିଲେ ମଧ୍ୟ ଚୁପ୍‌ ରହିଥିଲା। ଅନ୍ୟପକ୍ଷେ, ୫ଦିନ ତଳେ ଜଣେ ମହିଳା ଏକ ନମ୍ବର ବିହୀନ ଆକ୍ଟିଭାରେ ଯାଉଥିବାବେଳେ ବାରଙ୍ଗ ନିକଟରେ ଆର୍‌ଟିଓ ଚେକିଂରେ ଧରାପଡ଼ିଥିଲେ। ଶୋ’ରୁମ୍‌ ପକ୍ଷରୁ ତାଙ୍କୁ ନମ୍ବର ପ୍ଲେଟ ଦିଆଯାଇ ନ ଥିଲା। ଆର୍‌ଟିଓ କର୍ମଚାରୀ ସେହି ବାଇକ୍‌ ଜବତ କରି ଶୋ’ରୁମ୍‌ ମାଲିକଙ୍କୁ ୧ଲକ୍ଷ ଟଙ୍କା ଫାଇନ୍‌ କରିଥିଲେ। ଭୁବନେଶ୍ୱରସ୍ଥିତ ଏକ ବାଇକ୍‌ ଶୋ’ରୁମ୍‌ ମ୍ୟାନେଜର ମୃତ୍ୟୁଞ୍ଜୟ ମହାପାତ୍ର ଏ ନେଇ କହିଛନ୍ତି, ଆମେ ବିନା ନମ୍ବର ପ୍ଲେଟରେ ବାଇକ୍‌ ଦେବାକୁ ଗ୍ରାହକଙ୍କୁ ମନା କରୁଛୁ। ଏପରି କି, ଯିଏ ଗାଡ଼ି ନେବେ ସେ ଟଙ୍କା ଜମା କରିବା ପରେ ନିଜର ଆଧାରକାର୍ଡ ଦେଇଯିବେ। ପରେ ତାଙ୍କ ନାମରେ ନମ୍ବର ପ୍ଲେଟ ରେଜିଷ୍ଟ୍ରି କରାଯିବ। ଏ ନେଇ ତାଙ୍କ ମୋବାଇଲ ଫୋନ୍‌କୁ ଏକ ମେସେଜ ଯିବ। ୩ ଦିନ ଭିତରେ ଆର୍‌ଟିଓ ଅଫିସରୁ ନୂଆ ନମ୍ବର ଆସିବା ପରେ ଗ୍ରାହକଙ୍କୁ ଗାଡ଼ି ହସ୍ତାନ୍ତର କରାଯାଉଛି। ସୂଚନାନୁଯାୟୀ, ରାଜ୍ୟ ବାହାରର ୫ ଭେଣ୍ଡର ଓଡ଼ିଶାରେ ନୂତନ ନମ୍ବର ପ୍ଲେଟ ଯୋଗାଉଛନ୍ତି। ଏହି ଭେଣ୍ଡରମାନେ ଶୋ’ରୁମ ମାଲିକଙ୍କଠାରୁ ଦୁଇଚକିଆ ଯାନ ନମ୍ବର ପ୍ଲେଟ ଲଗାଇବା ସକାଶେ ୨୨୦ ଟଙ୍କା ଏବଂ ଚାରିଚକିଆ ଯାନ ପାଇଁ ୪୩୦ ଟଙ୍କା ସହିତ ୧୮% ଜିଏସ୍‌ଟି ନେଉଛନ୍ତି। ଶୋ’ରୁମ୍‌ ମାଲିକମାନେ ଗାଡି କିଣୁଥିବା ବ୍ୟକ୍ତିଙ୍କଠାରୁ ଟଙ୍କା ନେଉଥିଲେ ମଧ୍ୟ ତାହା ଠିକ୍‌ ସମୟରେ ପଇଠ କରୁ ନ ଥିବାରୁ ଗ୍ରାହକ ଜିଦ୍‌ କରି ଗାଡ଼ିି ନେଉଛନ୍ତି। ଏ ସଂକ୍ରାନ୍ତରେ ଆର୍‌ଟିଓ ପ୍ରଦୀପ ମହାନ୍ତି କହିଛନ୍ତି, ଶୋ’ରୁମଗୁଡିକ ଏଭଳି କରୁଥିଲେ ଦଣ୍ଡନୀୟ। ଯେଉଁ ନୂଆ ଗାଡିଗୁଡିକ ରାସ୍ତାରେ ବୁଲୁଥିବା ଆମ ନଜରରେ ଆସିବ, ତାହାକୁ ଜବତ କରି ଶୋ’ରୁମ୍‌ ମାଲିକଙ୍କୁ ଏକ ଲକ୍ଷ ଟଙ୍କା ଫାଇନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri