Categories: ଜାତୀୟ

ହାଇକୋର୍ଟ ଗଲେ ନିର୍ଭୟାଙ୍କ ମା’

ନୂଆଦିଲ୍ଲୀ,୫ା୨(ପି.ଟି.): ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାରେ ଦୋଷୀମାନଙ୍କୁ ତୁରନ୍ତ ଫାଶୀ ଦେବା ପାଇଁ କେନ୍ଦ୍ର ସରକାର ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ହାଇକୋର୍ଟ ରବିବାର ଏହା ଉପରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି। ତେବେ ୪ ଦୋଷୀଙ୍କ ଫାଶୀ ଉପରେ ଖୁବଶୀଘ୍ର ନିଷ୍ପତ୍ତି ନେବା ଲାଗି ନିର୍ଭୟାଙ୍କ ମା’ବାପା ମଙ୍ଗଳବାର ହାଇକୋର୍ଟଙ୍କୁ ଅନୁରୋଧ କରିଛନ୍ତି। ପ୍ରକାଶ ଯେ ଦୋଷୀ ବିନୟ ଶର୍ମା, ମୁକେଶ ସିଂ, ଅକ୍ଷୟ ସିଂ ଓ ପବନ ଗୁପ୍ତାଙ୍କୁ ଫାଶୀ ଦେବା ପାଇଁ ୨ଥର ଡେଥ୍‌ ଓ୍ବାରେଣ୍ଟ ଜାରି ହୋଇଥିଲା। ଦୋଷୀଙ୍କ ଓକିଲ ଏହାକୁ ଚ୍ୟାଲେଞ୍ଜ କରିବା ପରେ ପଟିଆଲା ହାଉସ୍‌ କୋର୍ଟ ଏହା ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି।

Share