ହାଇଓ୍ବା ଧକ୍କା: ଜଣେ ମୃତ, ଜଣେ ଗୁରୁତର; ସ୍ଥାନୀୟ ଲୋକଙ୍କ ରାସ୍ତାରୋକୋ

ବଅଁରପାଳ,୯।୧(ଡି.ଏନ୍‌.ଏ.): ୫୫ ନଂ. ଜାତୀୟ ରାଜପଥର ବଅଁରପାଳ ଥାନା ସନ୍ତ୍ରୀ ଛକ ନିକଟରେ ଗୁରୁବାର ସକାଳେ ଏକ ହାଇଓ୍ବା ଧକ୍କାରେ ପୁରୁଣାଗଡ଼ ଅଞ୍ଚଳର ମନୁ ବାରିକ(୨୫) ନାମକ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଦାଦା ଗୁରୁତର ହୋଇଛନ୍ତି। ଦାଦା ପୁତୁରା ମିଶି ଏକ ବାଇକ୍‌ ଯୋଗେ ପୁରୁଣାଗଡ଼ର ନୂଆହତା ଯାଉଥିବା ବେଳେ ପଛରୁ ଆସୁଥିବା ହାଇଓ୍ବା ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ମନୁଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଦାଦାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏହି ଦୁର୍ଘଟଣା ଯୋଗୁ ସ୍ଥାନୀୟ ଲୋକେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଏବଂ ହମ୍ପ୍‌ସ ନିର୍ମାଣ ଦାବିରେ ରାସ୍ତାରୋକୋ କରିଛନ୍ତି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଯାନବାହନ ଅଟକି ରହିଛି। ଘଟଣାସ୍ଥଳରେ ବଅଁରପାଳ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରୁଛି।