ହାଇଓ୍ବା ଚୋରି ଘଟଣା : ଝାଡ଼ଖଣ୍ଡରୁ ଜବତ କଲା ପୋଲିସ

ବଡ଼ବିଲ,୨୧।୯(ସ୍ବ.ପ୍ର.) : କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ୧୦ ନମ୍ବର ରାଜ୍ୟ ରାଜପଥ ପାର୍ଶ୍ୱରୁ ଗୁରୁବାର ଭୋର୍‌ରୁ ଏକ ହାଇଓ୍ବା ଚୋରି ହୋଇଥିଲା। ଏହି ଘଟଣାରେ ପୋଲିସ ଶୁକ୍ରବାର ସଂପୃକ୍ତ ଅଭିଯୁକ୍ତ ସୁନ୍ଦରଗଡ଼ ଜିଲା କୋଇଡା ଥାନା ଅଞ୍ଚଳର ଛୋଟୁ ଓରଫ୍‌ ଗୁରୁଦେବ ଗୁପ୍ତାଙ୍କୁ ଗିରଫ କରିଥିଲାବେଳେ ଶନିବାର ଚୋରି ହାଇଓ୍ବାଟିକୁ ଝାଡ଼ଖଣ୍ଡରୁ ଜବତ କରି ବଡ଼ବିଲ ଥାନା ପରିସରକୁ ଆଣିଛି।
ସୂଚନା ଅନୁଯାୟୀ, ବଡ଼ବିଲ ଅଞ୍ଚଳର ବିନିତ ବନସାଲ ନାମକ ଜଣେ ବ୍ୟକ୍ତିଙ୍କର ଓଡି ୦୯ ସି ୬୪୪୭ ନମ୍ବର ବିଶିଷ୍ଟ ହାଇଓ୍ବା ଟ୍ରକ୍‌ଟି ରାଜ୍ୟ ରାଜପଥ ସେରେଣ୍ଡାସ୍ଥିତ ରାସ୍ତା କଡ଼ରୁ ଗୁରୁବାର ଭୋର୍‌ରୁ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ତଦନ୍ତ କରି ପୋଲିସ, ଘଟଣାରେ ସଂପୃକ୍ତ ଅଭିଯୁକ୍ତ ଛୋଟୁ ଓରଫ୍‌ ଗୁରୁଦେବ ଗୁପ୍ତାଙ୍କୁ ଶୁକ୍ରବାର ଗିରଫ କରି ହାଇଓ୍ବାର ସନ୍ଧାନ ପାଇଁ ଝାଡ଼ଖଣ୍ଡ ଗସ୍ତ କରିଥିଲା।