ହସ୍ପିଟାଲରୁ ଘରକୁ ଫେରିଲେ ଅମିତାଭ, ଫଟୋ ଶେୟାର କରି ପ୍ରଶଂସକଙ୍କୁ ଜଣାଇଲେ ଧନ୍ୟବାଦ

ଅମିତାଭ ବଚ୍ଚନ ଶୁକ୍ରବାର ବିଳମ୍ବିତ ରାତିରେ ମୁମ୍ବାଇର ନାନାବତୀ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି। ଘରକୁ କାର୍‌ରେ ଯିବା ସମୟରେ ତାଙ୍କୁ ରାସ୍ତାରେ ସ୍ପଟ୍‌ କରାଯାଇଛି।

ତାଙ୍କ ସହିତ ଜୟା ବଚ୍ଚନ ଏବଂ ଅଭିଷେକ ବଚ୍ଚନ ମଧ୍ୟ ଥିଲେ। ଅମିତାଭ ଏକ ଧଳା ଏବଂ ନାଲି ରଙ୍ଗର ଜ୍ୟାକେଟ୍‌ ପିନ୍ଧିଥିଲେ। ମୁଣ୍ଡରେ ଟୋପି ଦେଇଥିବା ଦେଖିବାକୁ ମିଳିଥିଲା।
ପ୍ରକାଶ ଯେ,ସେ ମଙ୍ଗଳବାର ରାତିରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କ ପେଟରେ କୌଣସି ସମସ୍ୟା ଥିଲା। ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଖବର ଶୁଣି ପ୍ରଶଂସକମାନେ ପୂଜାର୍ଚ୍ଚନା କରି ସୁସ୍ଥ ହେବାକୁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବାରେ ଲାଗିଥିଲେ। ସୁସ୍ଥ ହୋଇ ଘରକୁ ଫେରିବା ପରେ ପ୍ରଶଂସକମାନଙ୍କ ପାଇଁ ସୋସିଆଲ ମିଡିଆରେ କିଛି କ୍ୟାପଶନ୍‌ ଲେଖିଛନ୍ତି। ନାତୁଣୀ ଆରାଧ୍ୟାଙ୍କ ସହିତ ଏକ ଫଟୋ ଶେୟାର କରି ଏଥିରେ ସେ କ୍ୟାପଶନ୍‌ ଲେଖିଛନ୍ତି, ଯେଉଁମାନେ ମୋ’ ଆରୋଗ୍ୟ ପାଇଁ ଶୁଭ ମନାସିଛନ୍ତି, ସମସ୍ତଙ୍କୁ ମୋର ପ୍ରେମଭରା ଅଭିନନ୍ଦନ। ଏଥିପାଇଁ ଧନ୍ୟବାଦ।


ଅମିତାଭ ହିନ୍ଦୀ ସିନେମା ଜଗତର ଜଣେ ବ୍ୟସ୍ତ କଳାକାର। ୭୭ ବର୍ଷରେ ପଦାର୍ପଣ କରିଥିଲେ ମଧ୍ୟ ସେ ଫିଲ୍ମରେ ଅଭିନୟ ଜାରି ରଖିଛନ୍ତି। ମୁକ୍ତି ଅପେକ୍ଷାରେ ତାଙ୍କ ଅଭିନୀତ ଫିଲ୍ମ ‘ଗୁଲାବୋ ସିତୋବୋ’, ‘ଝୁଣ୍ଡ୍‌’ ଏବଂ ‘ଚେହେରେ’। ତିନୋଟି ଯାକ ଫିଲ୍ମର ଶୁଟିଂ ଶେଷ ହୋଇସାରିଛି। ରଣବୀର କପୁର ଏବଂ ଆଲିଆ ଭଟ୍ଟ ସହିତ ତାଙ୍କ ଅଭିନୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ଏବେ ଚର୍ଚ୍ଚାରେ। ଏହି ଫିଲ୍ମର କିଛି ଭାଗ ନଭେମ୍ବରରେ ଶୁଟିଂ ହେବ।

Share