Categories: ଜାତୀୟ

ହଷ୍ଟେଲରେ ଲାଗିଲା ନିଆଁ: ଜିଅନ୍ତା ଜଳିଗଲେ ଏମ୍‌ବିବିଏସ୍‌ ଛାତ୍ରୀ

ବରେଲି, ୨୪।୧: ଉତ୍ତର ପ୍ରଦେଶର ବରେଲିରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଥିବା ଏକ ମେଡିକାଲ କଲେଜ ହଷ୍ଟେଲରେ ନିଆଁ ଲାଗିଯିବା ଫଲରେ ଜଣେ ଏମବିବିଏସ୍‌ ଛାତ୍ରୀ ଜୀଅନ୍ତା ଜଳିଯାଇଛନ୍ତି। ମୃତ ଛାତ୍ରୀ ଜଣଙ୍କ ହେଲେ ସୁକୀର୍ତ୍ତି ଶର୍ମା। ସେ ଏମବିବିଏସ୍‌ ପରେ ହଷ୍ଟେଲରେ ରହି ଇଣ୍ଟନର୍ର୍ଶିପ୍‌ କରୁଥିଲେ। ସୂଚନାଯୋଗ୍ୟ, ଭୋଜପୁରୀ ଥାନା ଅଞ୍ଚଳରେ ଥିବା ଏସଆରଏମଏସ ମେଡିକାଲ କଲେଜରେ ଏଭଳି ଘଟଣା ଘଟିଛି। ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ। ସେତେବେଳେକୁ ସୁକୀର୍ତ୍ତି ନିଆଁରେ ସମ୍ପୂର୍ଣ୍ଣ ଜଳିଯାଇଥିଲେ। ପୋଲିସ ଏବେ ଘଟଣାର ଯାଞ୍ଚ କରୁଛି।

Share