ହଳଦିଆ ବାହାଳରେ ହାତୀ ଆତଙ୍କ

ଓଡ଼ାପଡ଼ା,୧୯।୧୨(ଡି.ଏନ.ଏ.) – ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ମେରାମଣ୍ଡଳୀ ସେକ୍ସନ ଅଞ୍ଚଳରେ ୬୦ ହାତୀ ଉପଦ୍ରବ ଚଳାଇଛନ୍ତି। ଫଳରେ ଅଞ୍ଚଳବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ବୁଧବାର ପ୍ରାୟ ଭୋର ସମୟରେ ଉକ୍ତ ହାତୀପଲ ବ୍ରାହ୍ମଣୀ ନଦୀ ପାର ହୋଇ ସୁରଭୀ, ବିଡ଼ୋ, ତାଳଡଙ୍ଗା ଓ ରଞ୍ଜାସିଙ୍ଗା ଆଦି ଅଞ୍ଚଳରେ ଥିବା ଧାନଚାଷ ଜମିରେ ପଶି ବହୁ ପରିମାଣର ଧାନ ଫସଲ ନଷ୍ଟ କରିଛନ୍ତି। ସେହିପରି ଉକ୍ତ ହାତୀପଲ ବିଡୋ ଗ୍ରାମରେ ପଶି ଭ୍ରମରବର ମହାଳିକଙ୍କର ଚାଳ ଘରକୁ ଭାଙ୍ଗି ଦେଇଛନ୍ତି। ଏଥିସହିତ ଘରେ ଥିବା ଧାନ, ଚାଉଳ ଆଦିକୁ ଖାଇଦେଇଥିବା ବେଳେ କେତେକ ଖଳାରୁ କଟା ହୋଇ ରଖାଯାଇଥିବା ଧାନ ବିଡ଼ା ସବୁକୁ ମଧ୍ୟ ନଷ୍ଟ କରି ଦେଇଛନ୍ତି। ସକାଳ ହେବା ପରେ ଉକ୍ତ ହାତୀପଲ ପୁଣି ଥରେ ବ୍ରାହ୍ମଣୀ ନଦୀ ସେପାଖକୁ ପଳାଇଯାଇଥିବା ବେଳେ ବୁଧବାର ସାରେ ପୁଣି ଥରେ ଉକ୍ତ ଅଞ୍ଚଳ ଆଡ଼କୁ ମୁହିଁାଇଥିଲେ। କର୍ମଚାରୀମାନେ ହାତୀପଲ ଉପରେ ନଜର ରଖିଥିବା ବନବିଭାଗ ସୂତ୍ରରୁ ପ୍ରକାଶ।