ହରିଡ଼ାଖଣ୍ଡିରେ ବାର୍‌ହା ଆତଙ୍କ: ଧରିବାକୁ ଯାଇ ବନକର୍ମଚାରୀଙ୍କ ସମେତ ୯ ଆହତ

ବ୍ରହ୍ମପୁର ଅଫିସ,୩୦।୩- କରୋନା ଭାଇରସକୁ ନେଇ ସାରା ବିଶ୍ୱ ଆତଙ୍କିତ ଥିବାବେଳେ ସୋମବାର ସକାଳୁ ବ୍ରହ୍ମପୁରରେ ଦେଖାଦେଇଥିଲା ବାର୍‌ହା ଆତଙ୍କ। ବ୍ରହ୍ମପୁର ହରିଡାଖଣ୍ଡି ଗୌଡ଼ସାହି ଲକ୍ଷ୍ମୀ ନୃସିଂହ ମଠର ତାପବନରେ ଦୁଇଦିନ ଧରି ଏକ ବାର୍‌ହା ବୁଲୁଥିବାରୁ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ଥିଲେ। ଖବର ପାଇ ବନବିଭାଗ ଅଧିକାରୀ ସକାଳୁ ପହଞ୍ଚତ୍ ବାର୍‌ହା ଧରିବା ଅଭିଯାନ ଚଳାଇଛନ୍ତି। ଦୁଇଦିନ ମଧ୍ୟରେ ଅଞ୍ଚଳର ୭ ଜଣଙ୍କ ସମେତ ୨ଜଣ ବନ କର୍ମଚାରୀ ବାର୍‌ହା ଆକ୍ରମଣରେ ସାମାନ୍ୟ ହୋଇଛନ୍ତି। ଏହାକୁ କାବୁ କରିବାକୁ ଉଦ୍ୟମ ଚାଲିଛି।