Categories: ଜାତୀୟ

ହରତାଳରେ ବସିଲେ ୫ ଲକ୍ଷ ଡାକ୍ତର: ରୋଗୀ ସେବା ବାଧାପ୍ରାପ୍ତ

ନୂଆଦିଲ୍ଲୀ,୧୭।୬: ସାରା ଦେଶରେ ଡାକ୍ତର ଆନ୍ଦୋଳନ ଜୋର ଧରିଛି। ପଶ୍ଚିମବଙ୍ଗରୁ ଆରମ୍ଭ ହୋଇ ଏହା ସାରା ବ୍ୟାପିଛି। ସୋମବାର ପ୍ରାୟ ୫ ଲକ୍ଷ ଡାକ୍ତର ହରତାଳରେ ବସିଛନ୍ତି। ଇଣ୍ଡିଆନ୍‌ ମେଡିକାଲ ଆସୋସିଏସନ୍‌ ପକ୍ଷରୁ ଦିଆଯାଇଥିବା ଏହି ଧର୍ମଘଟରେ ଦିଲ୍ଲୀ ମେଡିକାଲ ଆସୋସିଏସନ୍‌ର ୧୮ ହଜାର ଡାକ୍ତରଙ୍କ ସମେତ ଏମ୍ସର ଡାକ୍ତରମାନେ ମଧ୍ୟ ସାମିଲ ଅଛନ୍ତି। ଡାକ୍ତରଙ୍କ ହରତାଳ ଯୋଗୁ ରୋଗୀ ବାଧାପ୍ରାପ୍ତ ହୋଇଛି। ଡାକ୍ତରଙ୍କ ଉପରକୁ ହେଉଥିବା ଆକ୍ରମଣ ପ୍ରତିବାଦରେ ଏହି ହରତାଳ କରାଯାଇଛି। ଏନେଇ ଏକ ସ୍ବତନ୍ତ୍ର ଆଇନ୍‌ ଅଣାଯାଉ ବୋଲି ଡାକ୍ତରମାନେ ଦାବି କରିଛନ୍ତି।

Share