Categories: ଜାତୀୟ

ହତ୍ୟା ଉଦ୍ୟମ ମାମଲା: ଛୋଟା ରାଜନ୍‌ଙ୍କୁ ୮ ବର୍ଷ ଜେଲ୍‌

ମୁମ୍ବାଇ,୨୧ା୮(ପି.ଟି.): ଏକ ହତ୍ୟା ଉଦ୍ୟମ ମାମଲାରେ ଗ୍ୟାଙ୍ଗଷ୍ଟର ଛୋଟା ରାଜନ୍‌ ଓ ଅନ୍ୟ ୫ ଜଣଙ୍କୁ ୮ ବର୍ଷ ଜେଲ୍‌ଦଣ୍ଡ ମିଳିଛି। ୨୦୧୨ରେ ଏହି ଗ୍ୟାଙ୍ଗଷ୍ଟର ଏକ ହୋଟେଲ୍‌ର ମାଲିକଙ୍କୁ ହତ୍ୟା ଉଦ୍ୟମ କରିଥିବା ନେଇ ମାମଲା ଦାଏର ହୋଇଥିଲା। ସ୍ବତନ୍ତ୍ର କୋର୍ଟର ବିଚାରପତି ଏ.ଟି. ଓ୍ବାଙ୍ଖେଡେ ମକୋକା ଏବଂ ଭାରତୀୟ ପେନାଲ କୋଡ୍‌ର ବିଭିନ୍ନ ଧାରାରେ ୬ ଜଣଙ୍କୁ ଦୋଷୀସାବ୍ୟସ୍ତ କରିଥିଲେ। ୮ ବର୍ଷ ଜେଲ୍‌ ସମେତ ପ୍ରତ୍ୟେକଙ୍କୁ ୫ ଲକ୍ଷ ଟଙ୍କା ଲେଖାଏ ଅର୍ଥଦଣ୍ଡରେ ଦଣ୍ଡିତ କରାଯାଇଛି। ହୋଟେଲ ବ୍ୟବସାୟୀ ବି.ଆର୍‌. ସେଟ୍ଟୀ ୨୦୧୨ ଅକ୍ଟୋବରରେ ତାଙ୍କର ଜଣେ ବନ୍ଧୁଙ୍କୁ ଭେଟିବା ପାଇଁ ଯାଉଥିବାବେଳେ ଅନ୍ଧେରିଠାରେ ତାଙ୍କୁ ଗୁଳି କରାଯାଇଥିଲା। ଏହି ମାମଲାରେ ନିତ୍ୟାନନ୍ଦ ନାୟକ, ସେଲଭିନ ଡାନିଏଲ, ରୋହିତ ଥାଙ୍ଗାପ୍ପାନ ଜୋସେଫ ଓରଫ ସତୀଶ କାଲିଆ, ଦିଲୀପ ଉପାଧ୍ୟାୟ ଏବଂ ତଲଭିନ୍ଦର ସିଂ ଦଣ୍ଡିତ ହୋଇଛନ୍ତି।

Share