Categories: ଜାତୀୟ

ହଟିଲା ଚନ୍ଦ୍ରାବାବୁଙ୍କ ଜେଡ୍‌ ପ୍ଲସ୍‌ ସୁରକ୍ଷା: ବିମାନ ବନ୍ଦରରେ କରାଗଲା ଯାଞ୍ଚ୍‌

ହାଇଦ୍ରାବାଦ୍‌ ୧୫।୬: ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁଙ୍କ ସୁରକ୍ଷା ବ୍ୟବସ୍ଥା ହଟାଇ ଦିଆଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଗନ୍ନବରମ୍‌ ବିମାନବନ୍ଦରରେ ଚନ୍ଦ୍ରାବାବୁଙ୍କୁ ସୁରକ୍ଷା ଯାଞ୍ଚ୍‌ କରାଯାଇଛି। ବିମାନ ପର୍ଯ୍ୟନ୍ତ ଯିବା ପାଇଁ ତାଙ୍କୁ ଭିଆପି ସୁବିଧାରୁ ମଧ୍ୟ ବଞ୍ଚିତ କରାଯାଇଥିବା କୁହାଯାଉଛି। ପୂର୍ବରୁ ତାଙ୍କୁ ଜେଡ୍‌ ପ୍ଲସ୍‌ ସୁରକ୍ଷା ପ୍ରଦାନ କରାଯାଇଥିଲା। ଫଳରେ ୨୪ ଘଣ୍ଟା ୨୩ ଜଣ ସୁରକ୍ଷାକର୍ମୀଙ୍କ ବଳୟରେ ରହୁଥିଲେ। ୨୦୦୩ରେ ତିରୁପତି ଅଲିପିରୀଠାରେ ମାଓବାଦୀଙ୍କ ଆକ୍ରମଣ ପରଠାରୁ ଏହି ସୁରକ୍ଷା ତାଙ୍କୁ ଯୋଗାଇ ଦିଆଯାଇଥିଲା। ଚନ୍ଦ୍ରାବାବୁଙ୍କ ସୁରକ୍ଷା ହଟାଯିବା ଘଟଣାରେ ଟିଡିପି ଭାଜପା ଏବଂ ଓ୍ବାଇଏସ୍‌ଆର୍‌ କଂଗ୍ରେସକୁ ଦାୟୀ କରି ଏହାର ନିନ୍ଦା କରିଛି।

Share