‘ହଙ୍ଗାମା-୨’ର ପ୍ରଥମ ପୋଷ୍ଟର ରିଲିଜ୍‌, ପରେଶଙ୍କ ସହ ନଜର ଆସୁଛନ୍ତି ଶିଳ୍ପା

ବମ୍ବେ: ରିଲିଜ୍‌ ହୋଇଛି ‘ହଙ୍ଗାମା-୨’ର ପୋଷ୍ଟର। ଟ୍ରେଡ୍‌ ଆନାଲିଷ୍ଟ ତରନ୍‌ ଆଦର୍ଶ ନିଜର ଟୁଇଟର ହ୍ୟାଣ୍ଡେଲରେ ଫିଲ୍ମର ପୋଷ୍ଟରକୁ ରିଲିଜ୍‌ କରିଛନ୍ତି। ଏଥିସହ ଫିଲ୍ମଟି ଆସନ୍ତାବର୍ଷ ଅଗଷ୍ଟ ୧୪ରେ ରିଲିଜ୍‌ ହେବା ସ୍ପଷ୍ଟ ହୋଇଛି। କଳାକାର ଭାବେ ପରେଶ ରାଓ୍ବଲ, ଶିଳ୍ପା ସେଟ୍ଟୀ କୁନ୍ଦ୍ରା, ମିଜାନ୍‌ ଜାଫ୍ରି, ପ୍ରଣିଥା ସୁବାସଙ୍କୁ ଦେଖିବାକୁ ମିଳିବ। ଫିଲ୍ମଟି ୨୦୦୩ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ହଙ୍ଗାମା’ର ଦ୍ୱିତୀୟ ଭାଗ।

ଫିଲ୍ମରେ ଖାସ୍‌ କଥା ହେଉଛି ଶିଳ୍ପା ବହୁ ଦିନ ପରେ ବଲିଉଡ୍‌କୁ ଫେରୁଛନ୍ତି। ୨୦୦୭ରେ ରିଲିଜ୍‌ ହୋଇଥିବା ‘ଅପ୍‌ନେ’ରେ ସେ ଶେଷଥର ଲାଗି ନଜରକୁ ଆସିଥିଲେ। ଏହାପରେ ଛୋଟ ଭୂମିକାରେ ତାଙ୍କୁ ଦେଖିବାକୁ ମିଳିଛି। ଏଣୁ ‘ହଙ୍ଗାମା-୨’କୁ ନେଇ ଶିଳ୍ପାଙ୍କ ପ୍ରଶଂସକମାନେ ବହୁତ ଆଶା ରଖିଛନ୍ତି। ପୂର୍ବ ଭାଗ ଭଳି ଏହା ମଧ୍ୟ ଦର୍ଶକଙ୍କୁ ବେଶ୍‌ ହସାଇବ ବୋଲି ଆଶା କରାଯାଉଛି।

Share