ସ’ ମିଲ୍‌ରେ ଅଗ୍ନିକାଣ୍ଡ

ବାଲେଶ୍ୱର ଅଫିସ, ୩।୫-ବାଲେଶ୍ୱର ଜିଲା ଗଡ଼ଗଡ଼ିଆ ଛକ ନିକଟରେ ଥିବା ବଟେଶ୍ୱର ସ’ ମିଲ୍‌ରେ ରବିବାର ପୂର୍ବାହ୍ନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି। ଜିଲା ଅଗ୍ନିଶମ ବାହିନୀର ୩ଟି ଗାଡ଼ି ପହଞ୍ଚତ୍ ନିଆଁକୁ ଆୟତ୍ତ କରିଥିଲା। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି।