ସ୍ୱାମୀଙ୍କ ସହ ମିଶି ଫିଲ୍ମ ତିଆରି କରିବେ ସୋନମ

ମୁମ୍ବାଇ: ବଲିଉଡ୍ ବିୟୁଟି ସୋନମ କପୁର ଏବେ ତାଙ୍କ ସ୍ୱାମୀ ଆନନ୍ଦ ଆହୁଜାଙ୍କ ସହ ମିଶି ଫିଲ୍ମ ନିର୍ମାଣ କରିବେ ବୋଲି ଜଣାପଡିଛି । କିଛିଦିନ ହେବ ବଲିଉଡ୍‌ରୁ ଦୂରେଇ ରହିଥିବା ସୋନମ ପତିଙ୍କ ସହ ପୁଣିଥରେ ବଲିଉଡ୍ ଫେରିବାକୁ ଚାହୁଁଥିବା ଶୁଣିବାକୁ ମିଳିଛି । ଆନନ୍ଦଙ୍କୁ ସେ ଜଣେ ନିର୍ମାତା ଭାବେ ଦେଖିବାକୁ ଚାହୁଁଛନ୍ତି ବୋଲି କୁହାଯାଉଛି । ଏବେ କରୋନା ଭାଇରସ କାରଣରୁ ଦେଶ ଲକ୍ ଡାଉନ୍ ଥିବାବେଳେ ବଲିଉଡ୍‌ର ସମସ୍ତ ଶୁଟିଂ ବନ୍ଦ ଥିବାରୁ ପ୍ରାୟ ସବୁ ସେଲିବ୍ରିଟି ଏବେ ଘରେ ରହି ବିଭିନ୍ନ ବ୍ୟଞ୍ଜନ ଶିଖୁଛନ୍ତି ବୋଲି ଦେଖାଯାଇଛି । ସୋନମ ମଧ୍ୟ ବିଭିନ୍ନ ବ୍ୟଞ୍ଜନ ତାଙ୍କ ମାଆଙ୍କଠାରୁ ଭିଡିଓ କନଫରେନସିଂ ଜରିଆରେ ଶିଖୁଛନ୍ତି ବୋଲି କହିଛନ୍ତି । ସୋନମ ଏବେ ତାଙ୍କ ଭଉଣୀ ରିୟା କପୁରଙ୍କ ପ୍ରଡକସନ୍ ହାଉସରେ ପାର୍ଟନର ଶିପ ଭାବେ କାମ କରୁଥିବା ବେଳେ ୨୦୨୧ରେ ପତି ଆନନ୍ଦ ଆହୁଜାଙ୍କ ସହ ମିଶି କାମ କରିବେ ବୋଲି ଶୁଣାଯାଉଛି ।

Share