ସ୍ମାର୍ଟ ଫୋନ୍‌ର ମାୟା: ପ୍ରଭାବିତ ହେଉଛି ପିଲାଙ୍କ ଶାରୀରିକ, ମାନସିକ ସ୍ବାସ୍ଥ୍ୟ

କଟକ ଅଫିସ,୧୪ା୧୨: ସ୍ମାର୍ଟ ଫୋନରେ କାର୍ଟୁନ୍‌, ଗୀତ, ଭିଡିଓ ଗେମ୍‌ ସହିତ ଟିକ୍‌ଟକ୍‌ ମାୟାରେ ପିଲାଠୁ ବୟସ୍କଙ୍କ ପର୍ଯ୍ୟନ୍ତ ବାୟା। ଏପରି କି ପିଲା ଅଝଟ କଲେ ମା’ ବାପାମାନେ ସ୍ମାର୍ଟ ଫୋନ ଧରାଇ ଦେଇ ଶାନ୍ତ କରୁଛନ୍ତି। କିନ୍ତୁ ଏହା ଯେ ପିଲା ଉପରେ କୁପ୍ରଭାବ ପକାଉଛି ତାହା ଅନେକଙ୍କୁ ଅଜଣା ଅଛି। ଏକ ଅଧ୍ୟୟନରୁ ଜଣାପଡିଛି, ଏହାଦ୍ୱାରା ପିଲାଙ୍କର ମାନସିକ ଓ ଶାରୀରିକ ସ୍ବାସ୍ଥ୍ୟ ବ୍ୟାପକ ଭାବେ ପ୍ରଭାବିତ ହେଉଛି। ଏସ୍‌ସିବି ମେଡିକାଲ ମାନସିକ ରୋଗ ପ୍ରତିଷ୍ଠାନର ବିଶେଷଜ୍ଞ ଡା. ସତ୍ୟକାମ ମହାପାତ୍ର ଏକ ଅଧ୍ୟୟନ ରିପୋର୍ଟକୁ ଆଧାର କରି ଏଭଳି କଥା କହିଛନ୍ତି। ଡା. ମହାପାତ୍ରଙ୍କ କହିବା ଅନୁଯାୟୀ, ମୋବାଇଲ ଫୋନର ଅତ୍ୟଧିକ ବ୍ୟବହାର ଯୋଗୁ ପିଲାମାନଙ୍କର ବ୍ୟବହାରରେ ଅନେକ ପରିବର୍ତ୍ତନ ଦେଖାଦେଉଛି। ଯେମିତି କି ଅଧିକ ଚିଡିଚିଡା ହେବା, ପାଠପଢାରେ କମ୍‌ ଧ୍ୟାନ ଦେବା, ପରିବାରର ସଦସ୍ୟ ଓ ସାଙ୍ଗସାଥୀଙ୍କ ସହିତ ମିଳାମିଶା କମ୍‌ କରିବା, ଏକୁଟିଆ ରହିବାକୁ ପସନ୍ଦ କରିବା, ସ୍ମରଣଶକ୍ତି ହ୍ରାସ ପାଇବା, ନିଦ କମିଯିବା, ଖାଦ୍ୟ କମ୍‌ ଖାଇବା, ଛୋଟ ଛୋଟ କଥାରେ ଭୟଭୀତ ହୋଇଯିବା ଆଦି ଘଟଣା ନଜରକୁ ଆସୁଛି। ଛୋଟ ପିଲାମାନେ ମୋବାଇଲ ଫୋନର ଅତ୍ୟଧିକ ବ୍ୟବହାର ଯୋଗୁ ସେମାନଙ୍କର କଥା କହିବା ଆରମ୍ଭ କରିବାରେ ବିଳମ୍ବ ହେଉଥିବା ଡା. ମହାପାତ୍ର କହିଛନ୍ତି। ଏପରି କି କିଛି ପିଲାଙ୍କର ମସ୍ତିଷ୍କ ଠିକ୍‌ ଭାବେ ବିକାଶ କରିବାରେ ବାଧାପ୍ରାପ୍ତ ହୋଇଥାଏ। ମାତ୍ରାଧିକ ସ୍ମାର୍ଟ ଫୋନ ବ୍ୟବହାର ଯୋଗୁ ମାନସିକ ଚାପ, ଡିପ୍ରେସନ, ଆଙ୍ଗ୍‌ଜାଇଟି ଓ ଏଡିଏଚ୍‌ଡି (ଆଟେନସନ ଡେଫିସିଟ୍‌ ହାଇପରଆକ୍ଟିଭିଟି ଡିଜ୍‌ଅର୍ଡର) ସମସ୍ୟା ସହିତ କେତେକ ଶାରୀରିକ କୁପ୍ରଭାବ ମଧ୍ୟ ପଡ଼ିଥାଏ। ଏଗୁଡ଼ିକ ହେଲା ମୁଣ୍ଡବିନ୍ଧା, ହାତଗଣ୍ଠି ଓ ଆଙ୍ଗୁଳି ବିନ୍ଧା ହେବା, ବେକ ଓ ଅଣ୍ଟା ଦରଜ ହେବା ଓ ଆଖି ଉପରେ କୁପ୍ରଭାବ ପଡ଼ିବା ଆଦି। କିଛିଦିନ ପୂର୍ବରୁ ସ୍ମାର୍ଟ ଫୋନରେ ବିଭିନ୍ନ ଅନ୍‌ଲାଇନ ଗେମ ଖେଳି ଅନେକ ଛୋଟ ପିଲା ଆତ୍ମହତ୍ୟା ମଧ୍ୟ କରିଥିଲେ। ମୋବାଇଲ ଫୋନର ଅତ୍ୟଧିକ ବ୍ୟବହାର ଯୋଗୁ ପିଲାମାନେ ଅଯଥା ଅନେକ ସମୟ ନଷ୍ଟ କରୁଛନ୍ତି, ଯାହାଦ୍ୱାରା ସେମାନଙ୍କର ପାଠପଢା ଉପରେ କୁପ୍ରଭାବ ପଡୁଛି।
ଡା. ମହାପାତ୍ରଙ୍କ କହିବା ଅନୁଯାୟୀ, ୧୨ ବର୍ଷରୁ କମ୍‌ ବୟସ୍କ ପିଲାଙ୍କୁ ସ୍ମାର୍ଟ ଫୋନ ବ୍ୟବହାର ପାଇଁ ଦିଅନ୍ତୁ ନାହିଁ। ସନ୍ଧ୍ୟା ପରେ ପିଲାକୁ ମୋବାଇଲ ଫୋନ ନ ଦେବାକୁ ଡାକ୍ତର ବାରଣ କରିଛନ୍ତି। ପିଲାଙ୍କୁ ୧ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ମୋବାଇଲ ଫୋନ ବ୍ୟବହାର ପାଇଁ ଦିଆ ନ ଯାଉ, ପିଲା ମୋବାଇଲ ଫୋନ ବ୍ୟବହାର କରୁଥିବା ବେଳେ ତାକୁ ଏକୁଟିଆ ନ ଛାଡ଼ିବା ପାଇଁ ସେ କହିଛନ୍ତି। ପିଲାମାନେ ମାତାପିତାଙ୍କ ଅନେକ ବ୍ୟବହାରକୁ ଅନୁସରଣ କରିଥାନ୍ତି। ତେଣୁ ଅଭିଭାବକମାନେ ମଧ୍ୟ ନିଜ ମୋବାଇଲ ଫୋନର କମ୍‌ ବ୍ୟବହାର କରନ୍ତୁ। ଯଦି ପିଲା ମାତ୍ରାଧିକ ମୋବାଇଲ ଫୋନ୍‌ ବ୍ୟବହାର କରୁଥାଏ ଓ ତାହାର ବ୍ୟବହାରରେ ପରିବର୍ତ୍ତନ ଦେଖାଯାଏ ତେବେ ପିଲାକୁ ମାନସିକ ରୋଗ ବିଶେଷଜ୍ଞଙ୍କ ପାଖକୁ ନେଇ ପରାମର୍ଶ କରିବା ପାଇଁ ଡା. ମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ପୁରୀ ହେଲା ମହାନଗର ନିଗମ: ଚଣ୍ଡିଖୋଲ ସମେତ ଏସବୁ ସହର ହେଲା NAC

ଭୁବନେଶ୍ବର,୩୧ା୧୨: ନୂଆ ବର୍ଷ ପୂର୍ବରୁ ରାଜ୍ୟର ପୌର ପ୍ରଶାସନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପବିତ୍ର ପୁରୀ ସହରକୁ ସରକାର ମହାନଗର ନିଗମର...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ଅତ୍ୟାଚାର, ଶୋଷଣ ବିରୋଧରେ ସ୍ବର ଉତ୍ତୋଳନ ଲୋଡ଼ା

ଭଞ୍ଜନଗର,୩୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାରରେ ଚକରା ବିଷୋୟୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ‘ଚକରା ବିଷୋୟୀଙ୍କ ଐତିହାସିକ...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri