Categories: ଫୁରସତ

ସ୍ମାର୍ଟ ଟଏଲେଟ୍‌

ଆପଣ ଟଏଲେଟ୍‌ ଯାଇଥିବେ ଆଉ ଟଏଲେଟ୍‌ ସରିବା ପରେ ହିଁ ନିଜ ସ୍ବାସ୍ଥ୍ୟ ସୂଚନା ଜାଣିପାରିବେ। ଏଭଳି ଏକକଥା ଶୁଣିବା ପାଇଁ ଅବଶ୍ୟ ଅଡୁଆ ଲାଗିପାରେ। କିନ୍ତୁ ଏଭଳି ସୂଚନା ଦେବାପାଇଁ ବୈଜ୍ଞାନିକମାନେ ତିଆରି କରିଛନ୍ତି ଏକ ସ୍ମାର୍ଟ ଟଏଲେଟ୍‌। ଏହି ସ୍ମାର୍ଟ ଟଏଲେଟ୍‌କୁ ତିଆରି କରିଛନ୍ତି ଷ୍ଟାନ୍‌ଫୋର୍ଡ ଯୁନିଭର୍ସିଟିର ବୈଜ୍ଞାନିକମାନଙ୍କର ଏକ ଟିମ୍‌। ଏହି ଟଏଲେଟ୍‌ ମାଧ୍ୟମରେ ଆପଣ ନିଜ ସ୍ବାସ୍ଥ୍ୟ ସମ୍ପର୍କରେ ବିଭିନ୍ନ ପ୍ରକାରର ତଥ୍ୟ ଜାଣିପାରିବେ। ସ୍ମାର୍ଟ ଟଏଲେଟ୍‌ରେ ଆପଣ ମଳତ୍ୟାଗ କରିବା ପରେ ଆପେ ଆପେ ପରୀକ୍ଷା ହେଇଯିବ। ଏହାପରେ ବ୍ୟକ୍ତିଜଣଙ୍କର ମଳ, ମୂତ୍ରରେ କେଉଁ ସବୁ ଉପାଦାନ ରହିଛି, ତାହା ସମ୍ପର୍କରେ ଏକ ନିର୍ଦ୍ଧିଷ୍ଟ ତଥ୍ୟ ବି ତତ୍‌କ୍ଷଣାତ୍‌ ବାହାରିଯିବ। ତେଣୁ ଶରୀରର କ’ଣ ସବୁ ଅସୁବିଧା ବା ରୋଗ ରହିଛି ସେନେଇ ସହଜରେ ତଥ୍ୟ ମିଳିପାରିବ। ଏଭଳି ଏକ ସ୍ମାର୍ଟ ଟଏଲେଟ୍‌ ତିଆରି କରିବାରେ ମୁଖ୍ୟ ଭୂମିକା ନେଇଛନ୍ତି ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞ ସଞ୍ଜୀବ ଗମ୍ଭୀର। ତାଙ୍କ କହିବା ଅନୁସାରେ ଏହି ଟଏଲେଟ୍‌ ମାଧ୍ୟମରେ ବ୍ୟକ୍ତିର ପରିଚୟ ବି ମିଳିପାରିବ। ଏହା ସହିତ ୟୁରିନ୍‌ ଓ ଷ୍ଟୁଲ୍‌ ପରୀକ୍ଷା ପରେ କୌଣସି ରୋଗ ଥିଲେ ସେ ସମ୍ପର୍କିତ ସୂଚନା ଦେବ ଏହି ଟଏଲେଟ୍‌।

Share