ସ୍ମାର୍ଟକେମ୍‌ ଆମୋନିୟମ ନାଇଟ୍ରେଟ୍‌ ପ୍ଲାଣ୍ଟକୁ ବିରୋଧ ଜାରି

ଛତ୍ରପୁର,୫।୨(ଡି.ଏନ.ଏ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ କାଳିପଲ୍ଲୀ ନିକଟ ଟାଟା ଇଣ୍ଡଷ୍ଟ୍ରିଆଲ ପାର୍କ ପରିସରରେ ସ୍ମାର୍ଟକେମ ଟେକ୍ନୋଲୋଜିର ଆମୋନିୟମ ନାଇଟ୍ରେଟ୍‌ ପ୍ଲାଣ୍ଟ ସ୍ଥାପନକୁ ସ୍ଥାନୀୟ ଲୋକଙ୍କ ବିରୋଧ ଜାରିରହିଛିା ଊକ୍ତ ପ୍ଲାଣ୍ଟ ପ୍ରତିଷ୍ଠା ହେଲେ ଏଥିରୁ ନିର୍ଗତ ବିଷାକ୍ତ ଗ୍ୟାସରେ ସ୍ଥାନୀୟ ୧୮ ଗାଁର ଲୋକେ ବିଶେଷ ପ୍ରଭାବିତ ହେବେ ବୋଲି ଆଶଙ୍କା କରି ଲୋକେ ଏହି ପ୍ଲାଣ୍ଟ ସ୍ଥାପନକୁ ଗତ କିଛି ମାସ ହେଲା ବିରୋଧ କରିଆସୁଛନ୍ତି ା ଅପରପକ୍ଷରେ ଶନିବାର ଏ ସମ୍ପର୍କରେ ଆଲୋଚନା ପାଇଁ ଏକ ତ୍ରିପାକ୍ଷିକ ଆଲୋଚନା ବୈଠକ ସ୍ଥାନୀୟ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା ା ଏଥିରେ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଅଧ୍ୟକ୍ଷତା କରିଥିଲେ। ତେବେ ଏହି ଆଲୋଚନା ବୈଠକରୁ କୌଣସି ନିଷ୍କର୍ସ ବାହାରିପାରିନି ା ଫଳରେ ଆଲୋଚନା ବିଫଳ ହୋଇଥିବା ଗାଁ କମିଟି ପକ୍ଷରୁ ସୂଚନା ଦିଆଯାଇଛି। ଏହି କମ୍ପାନୀ ସ୍ଥାପନକୁ ବିରୋଧ ଜାରିରହିବ ବୋଲି ଉକ୍ତ ବୈଠକରେ ଗାଁ କମିଟିର ପ୍ରତିନିଧିଦଳ ରୋକଠୋକ୍‌ ଶୁଣାଇଥିଲେ ା ଏଥିସହ ଏହା ବଦଳରେ ଆଉ କୌଣସି କମ୍ପାନୀ ଏଠାରେ ସ୍ଥାପନ ହେଲେ ସ୍ବାଗତ କରିବୁ ଏବଂ ଜନଶୁଣାଣି କରାଯାଉ ବୋଲି ଗାଁ କମିଟି ପକ୍ଷରୁ କୁହାଯାଇଥିଲା ା ଆଗାମୀ ୭ ଦିନ ମଧ୍ୟରେ ଗାଁରେ ଆଲୋଚନା କରି ନିଷ୍ପତ୍ତି ଜଣାଇବାକୁ ଜିଲାପାଳ ପରାମର୍ଶ ଦେଇଛନ୍ତି ା ଏହି ବୈଠକରେ ଗଞ୍ଜାମ ଏସପି ଜଗମୋହନ ମୀନାଙ୍କ ସମେତ ପୋଲିସ ଓ ପ୍ରଶାସନିକ ଅଧିକାରୀ ଏବଂ ଗାଁ କମିଟି ସଭାପତି ବି.ମୋହନ ପାତ୍ର, କୋଷାଧ୍ୟକ୍ଷ ଘନଶ୍ୟାମ ସାହୁ, ଗୁରୁଦେବ ବେହେରା, ଏସ.ଲାଛେୟା ରେଡ୍ଡୀ, ବି.ଗୌରେୟା ପାତ୍ର, କେ. ଗଶେଷ ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ ା

ଛତ୍ରପୁର ବ୍ଳକ କାଳିପଲ୍ଲୀଠାରେ ଟାଟା ଇଣ୍ଡଷ୍ଟ୍ରିଆଲ ପାର୍କ ପରିସରରେ ସ୍ମାର୍ଟକେମ୍‌ କମ୍ପାନୀର ପ୍ରକଳ୍ପ ସ୍ଥାପନ କାର୍ଯ୍ୟକୁ ବିରୋଧ କରି ସ୍ଥାନୀୟ ଲୋକେ ଆନ୍ଦୋଳନକୁ ଓହ୍ଲାଇଥିବାରୁ ପୋଲିସର କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି ା ଏହାକୁ ଗାଁ କମିଟି ପକ୍ଷରୁ ତୀବ୍ର ନିନ୍ଦା କରାଯିବା ସହ ଏକ ବୈଠକ କରି ପ୍ରତିକ୍ରିୟା ପ୍ରକାଶ କରାଯାଇଛି ା ବର୍ତ୍ତମାନ ସୁଦ୍ଧା ୬୬ ଜଣଙ୍କୁ ପୋଲିସ ପକ୍ଷରୁ ନୋଟିସ୍‌ ଜାରି ହେଲାଣି ା ସେଥିରୁ ୧୩ଜଣଙ୍କୁ ସିଆରପିସିର ୧୦୭ରେ ନୋଟିସ୍‌ ଜାରି କରାଯାଇଥିବା ବେଳେ ଅନ୍ୟ ୫୩ ଜଣଙ୍କୁ ୧୧୨ରେ ନୋଟିସ୍‌ ଜାରି କରାଯାଇଥିବା ଗାଁ କମିଟି ପକ୍ଷରୁ ସୂଚନା ଦିଆଯାଇଛି ା ୧୩ ଜଣ ମାଜିଷ୍ଟ୍ରେଟ୍‌ ଆଗରେ ହାଜର ହୋଇସାରିଛନ୍ତି। ତେବେ ଆଉ ଅନ୍ୟ ୫୩ ଜଣ ମାଜିଷ୍ଟ୍ରେଟ୍‌ ଆଗରେ ହାଜର ହେବେନି ବୋଲି ଗାଁ କମିଟି ବୈଠକରେ ନିଷ୍ପତି ନେଇଛନ୍ତି। ସମସ୍ତ ଗାଁ ଲୋକଙ୍କୁ ନୋଟିସ୍‌ ଜାରି କରାଯାଉ ଏବଂ ସମସ୍ତ ଲୋକ ଛତ୍ରପୁର ଆସି ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବସିବୁ ବୋଲି କୁହାଯାଇଛି ା ବିନା ଜନଶୁଣାଣି ଏବଂ ବିଷାକ୍ତ ଗ୍ୟାସ ଏହି ପ୍ରକଳ୍ପରୁ ନିର୍ଗତ ହେବାକୁ ଥିବାରୁ ଏହା ସ୍ଥାପନ କୁ ବିରୋଧ କରିବାକୁ ଏପରି ନୋଟିସ୍‌ ଦିଆଯାଉଛି ା
ଏହାକୁ ଗାଁ କମିଟି ସଭାପତି ବି.ମୋହନ ପାତ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ା