ସ୍ବାସ୍ଥ୍ୟ ବୀମା କାର୍ଯ୍ୟକାରିତା ନେଇ ଦାବିପତ୍ର

ଯାଜପୁରରୋଡ/କଳିଙ୍ଗନଗର,୨୭।୮(ସ୍ବ.ପ୍ର/ଡି.ଏନ୍‌.ଏ.)- ଯାଜପୁର ଜିଲା ବ୍ୟାସନଗର ସହର ଆଗାମୀ ଦିନରେ ପ୍ରମୁଖ ସହର ହେବାକୁ ଯାଉଛି ା କିନ୍ତୁ ଜିଲା ତଥା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହାର ଅଧିବାସୀଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ଗୁରୁତ୍ୱ ଦିଆଯାଉ ନାହିଁ । ଫଳରେ ଶତାଧିକ ଲୋକ ଭିନ୍ନ ଭିନ୍ନରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଛନ୍ତି। ହେଲେ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ ଯୋଜନା ଓ ଆୟୁଷ୍ମାନ ଯୋଜନା ବ୍ୟାସନଗର ପୌରପରିଷଦରେ କାର୍ଯ୍ୟକାରୀ ହୋଇପାରି ନାହିଁ । ଏ ଦିଗରେ ପଦକ୍ଷେପ ଦାବିରେ ସୋମବାର ବ୍ୟାସନଗର ସ୍ଥିତ ଚେତନା ଲେଡିସ୍‌ କ୍ଲବ ତରଫରୁ ଜିଲାପାଳଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଅତିରିକ୍ତ କଳିଙ୍ଗନଗର ଜିଲାପାଳଙ୍କ କାର୍ଯ୍ୟାଳୟରେ ଭୂଅଧିଗ୍ରହଣ ଅଧିକାରୀ ସପନୀ କୁମାର ନନ୍ଦଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଆଗାମୀ ୧୫ଦିନ ମଧ୍ୟରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷିତ ସ୍ବାସ୍ଥ୍ୟ ବୀମା ଯୋଜନାର ସୁବିଧା ପ୍ରଦାନ କରା ନ ଗଲେ ଗଣ ଆନ୍ଦୋଳନ କରିବାକୁ ଚେତାବନୀ ଦିଆଯାଇଛି। ଚେତନା ଲେଡିଜ୍‌ କ୍ଲବର ସଭାପତି ସବିତା ଖୁଣ୍ଟିଆ, ସାଧାରଣ ସମ୍ପାଦକ ମିଲ୍ଲି ମହାଳିକ, ଆନନ୍ଦିତା ଦାସ୍‌, ନମିତା ଲାହା, ଦୀପ୍ତିମୟୀ ନାୟକ, ହେନାରାଣୀ ନାଥ, ମିନତି ହାତି, ଉଷା ମୁଖୀ, ସଶ୍ମିତା ଦେ ପ୍ରମୁଖ ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଳେ। ଅନ୍ୟମାନଙ୍କ ମଧ୍ୟରେ ମାନସୀ ମଲ୍ଲିକ୍‌, ଆରତୀ ସାହୁ, ମୈତ୍ରୀ ଗୋଚ୍ଛାୟତ, ବନିତା ନାୟକ, ପ୍ରଜ୍ଞା ପରମିତା ସାହୁ, ମାନସୀ ପେରେଇ, ମମତା ମଞ୍ଜରୀ ଜେନା, ସୁଜାତା ସାହୁ, ସୋର୍ଣ୍ଣଲତା ସାହୁ, ମୀନା ମଲ୍ଲିକ୍‌, ସେବତୀ ସାମଲ, ରୁନୁ ସାମଲ୍‌, ଋପା ସେଠୀ, ଉମା ପରମାଣିକ୍‌, ବେବି ପରମାଣିକ୍‌, କଞ୍ଜନ ଦାସ୍‌, ମୀନା ମଲ୍ଲିକ୍‌, ସରସ୍ବତୀ ମଲ୍ଲିକ୍‌, ଉପଦେଷ୍ଟା ବ୍ୟାସଦେବ ମଣ୍ଡଳ ଭାଜପା ସଭାପତି ନିତ୍ୟାନନ୍ଦ ମହାଳିକ୍‌, ବିନୟ ରାଉତ, ଭ୍ରମରବର ରାଉତ, ସରୋଜ କୁମାର ଦେ, ପ୍ରକାଶ କୁମାର ରାଉତ, ସୁଜିତ୍‌ ମଲ୍ଲିକ୍‌, ଜ୍ଞାନ ରଞ୍ଜନ ଓଝା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୧ କେଭି ତାରରେ ଲାଗି ୩ ଦଣ୍ଡୁଆ ମୃତ, ୨ ଗୁରୁତର

ଢେଙ୍କାନାଳ, ଅନୁଗୋଳ, ୧୨ା୪ (ରତନ ନାୟାର/ଜ୍ୟୋତିରଞ୍ଜନ ସାହୁ): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅଧୀନ ପାଟଳା ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା…

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ସଚେତନ ନାଗରିକ ମଞ୍ଚ ନୂତନ ସଭାପତି ହେଲେ ଗୋବିନ୍ଦ ବନଛୋର, ଛୁଟିଲା ଶୁଭେଚ୍ଛାର ସୁଅ

କେସିଙ୍ଗା,୧୨ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଅଗ୍ରଣୀ ସାମାଜିକ ସଂଘ ସଚେତନ ନାଗରିକ ମଞ୍ଚ କେସିଙ୍ଗାର ନୂତନ ସଭାପତି ଭାବେ ପୂର୍ବତନ କେସିଙ୍ଗା ଏନଏସି ଉପାଧ୍ୟକ୍ଷ ଗୋବିନ୍ଦ ବନଛୋର…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri