Categories: ଜାତୀୟ

ସ୍ବାମୀ କରୁଥିଲେ ଦ୍ୱିତୀୟ ବିବାହ, ମଣ୍ଡପରେ ପହଞ୍ଚିଲେ ପ୍ରଥମ ସ୍ତ୍ରୀ

ମୁଜାଫରନଗର, ୧୬।୭: ଛାଡପତ୍ର ନ ଦେଇ ଦ୍ୱିତୀୟ ବିବାହ କରୁଥିବା ସ୍ବାମୀଙ୍କୁ ହାଜତକୁ ନେଇଛନ୍ତି ପ୍ରଥମ ସ୍ତ୍ରୀ। ସ୍ବାମୀ ମଣ୍ଡପରେ ଦ୍ୱିତୀୟ ବିବାହ କରୁଥିବା ଜାଣି ପୋଲିସ ଧରି ସେଠାରେ ପହଞ୍ଚିଥିଲେ ସ୍ତ୍ରୀ। ଏହାଦେଖି କନ୍ୟାଘର ପକ୍ଷ ଲୋକେ ସେଠାରୁ ଉଭାନ ହୋଇଯାଇଥିଲେ। ପୋଲିସ ବରକୁ ପଚରାଉଚରା ପାଇଁ ଥାନାକୁ ନେଇଥିଲେ। ପ୍ରଥମ ସ୍ତ୍ରୀଙ୍କ ଅଭିଯୋଗ ଉନଯାୟୀ ତାଙ୍କ ସ୍ବାମୀ ତାଙ୍କୁ ଏପର୍ଯ୍ୟନ୍ତ ଛାଡପତ୍ର ଦେଇନାହାନ୍ତି। କୋର୍ଟରେ ମାମଲା ଏବେ ବିଚାରାଧୀନ ରହିଛି। ତେଣୁ ସ୍ବାମୀ କେମିତି ଦ୍ୱିତୀୟ ବିବାହ କରୁଛନ୍ତି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ମୁଜାଫରନଗରର ଜଣେ ଯୁବକ ସୋମବାର ବିବାହ କରୁଥିଲାବେଳେ ତାଙ୍କ ପ୍ରଥମ ସ୍ତ୍ରୀଙ୍କ ପରିବାର ଲୋକେ ସେଠାରେ ପହଞ୍ଚି ତାଙ୍କ ସହ ମାରପିଟ୍‌ କରିଥିଲେ।

Share