Categories: ଫୁରସତ

ସ୍ବାମୀଙ୍କ ସ୍ମୃତିରେ ୭୩ ହଜାର ଗଛ ଲଗେଇଲେଣି ମହିଳା

ବେଙ୍ଗାଲୁରୁ, ୧୨।୬: ପରିବେଶକୁ ସୁନ୍ଦର ଭାବେ ଗଢିତୋଳିବା ପାଇଁ ସମାଜର କିଛି ବ୍ୟକ୍ତି ଆଗେଇ ଆସନ୍ତି। ସେମାନଙ୍କୁ ମଧ୍ୟରେ ଜଣେ ହେଲେ ବେଙ୍ଗାଲୁରୁର ଜେନେଟ ଯଜ୍ଞଶ୍ୱରନ୍‌। ୨୦୦୫ରେ ସ୍ବାମୀଙ୍କ ମୃତ୍ୟୁ ହେବା ପରେ ସେ ତାଙ୍କ ସ୍ମୃତିରେ ଏକ ନିଆରା କାମ କରିବା ପାଇଁ ମନରେ ଭାବିଥିଲେ। ୨୦୦୬ରୁ ସେ ଗଛ ଲଗାଇବା ଆରମ୍ଭ କଲେ। ଆଜକୁ ପ୍ରାୟ ୧୩ବର୍ଷ ହେବ ସେ ୭୫ ହଜାର ଗଛ ଲଗାଇସାରିଲେଣି। ପରିବେଶକୁ ସୁରକ୍ଷିତ ରଖିବା ପାଇଁ ସେ ନିଜ ସ୍ବାମୀଙ୍କ ନାମରେ ରାଜନେଟ୍‌ ଯଜ୍ଞଶ୍ୱରନ ଚାରିଟେବୁଲ ଟ୍ରଷ୍ଟ ସ୍ଥାପନା କଲେ ୬୫ବର୍ଷୀୟ ଜେନେଟ। ଏହି ଟ୍ରଷ୍ଟ ଜରିଆରେ ସେ ଲୋକଙ୍କୁ ଗଛ ଲଗାଇବା ପାଇଁ ପ୍ରୋତ୍ସାହିତ କରୁଛନ୍ତି।

Share