ସ୍ବାମୀଙ୍କ ମୃତ୍ୟୁକୁ ଦୁଇ ବର୍ଷ ବିତିଥିଲେ ସୁଦ୍ଧା ସାଏବାନିଙ୍କୁ ମିଳିନି ବିଧବା ଭତ୍ତା

ଭତ୍ତାଲାଠୋର,(ଡି.ଏନ୍‌.ଏ.):୧୯।୬: ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ କରୁଆଁଝର ପଞ୍ଚାୟତ ଅଧୀନ ଚାଉଲଡିଆ ଗ୍ରାମର ସାଏବାନି ରଣା (୫୫)ଙ୍କୁ ବିଧବା ଭତ୍ତା ମିଳି ନ ଥିବା ଅଭିଯୋଗ ହୋଇଛି।
ସୂଚନାଯୋଗ୍ୟ, ଦୁଇ ବର୍ଷ ପୂର୍ବେ ସାଏବାନିଙ୍କ ସ୍ବାମୀଙ୍କ ଯକ୍ଷ୍ମାରେ ମୃତ୍ୟୁ ଘଟିଥିଲା। ମାତ୍ର ଏଯାବତ୍‌ ତାଙ୍କୁ ସାମାଜିକ କଲ୍ୟାଣ ଯୋଜନାରେ ସାମିଲ୍‌ କରି ଭତ୍ତା ପ୍ରଦାନ କରାଯାଇ ନ ଥିବା ସେ ଅଭିଯୋଗ କରିଛନ୍ତି। ଏ ନେଇ ଆବଶ୍ୟକୀୟ କାଗଜପତ୍ର ଏକତ୍ରିତ କରି ପଞ୍ଚାୟତଠାରୁ ବ୍ଲକ ପର୍ଯ୍ୟନ୍ତ ଯାଇଥିଲେ ହେଁ ତାଙ୍କୁ ଭତ୍ତା ମିଳି ନାହିଁ। ସେ ଗରୀବ ଶ୍ରେଣୀର ହୋଇଥିବାରୁ କୌଣସି ଉପାୟ ନ ପାଇ ମଜୁରୀ ଲାଗୁଛନ୍ତି। ଏନେଇ କରୁଆଁଝର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପୃଥୀରାଜ ରାଉତଙ୍କୁ ଯୋଗାଯୋଗ କରିବାରୁ ସେ କୁହନ୍ତି, ତାଙ୍କର କାଗଜ ପତ୍ର ଦେଖି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ। ତେବେ ଯଥା ଶୀଘ୍ର ତାଙ୍କୁ ଭତ୍ତା ଯୋଗାଇ ଦେବା ପାଇଁ ଦାବି ହେଉଛି।