ସ୍ବାମୀଙ୍କ ଭଲ ପାଇବାରେ ଅତିଷ୍ଠ ହୋଇ ସ୍ତ୍ରୀ ଛାଡ଼ପତ୍ର ପାଇଁ କୋର୍ଟର ହେଲେ ଦ୍ୱାରସ୍ଥ

ଆବୁଧାବି, ୨୫।୮: ସ୍ତ୍ରୀ ସ୍ବାମୀଙ୍କ ମଧ୍ୟରେ ଭଲ ପାଇବା ରହିବା ସ୍ବାଭାବିକ କଥା। ତେବେ ସ୍ବାମୀଙ୍କ ଭଲ ପାଇବାରେ ଅତିଷ୍ଠ ହୋଇ ଜଣେ ମହିଳା ଛାଡ଼ପତ୍ର ପାଇଁ କୋର୍ଟରେ ଆବେଦନ କରିଛନ୍ତି। ଏହି ଘଟଣା ୟୁଏଇରେ ଘଟିଛି। ସ୍ତ୍ରୀ ସ୍ଥାନୀୟ ଫୁଜୈରାସ୍ଥିତ କୋର୍ଟରେ ଏନେଇ ଆବେଦନ କରିଛନ୍ତି। ଆବେଦନରେ ଦର୍ଶାଯାଇଛି ଯେ, ସ୍ବାମୀ ଆବଶ୍ୟକତାଠାରୁ ଅଧିକ ଭଲ ପାଉଥିବାରୁ ଏଥିରେ ସେ ଅତିଷ୍ଠ ହୋଇପଡ଼ିଛନ୍ତି। ସେମାନଙ୍କର ବିବାହକୁ ମାତ୍ର ଏକ ବର୍ଷ ହୋଇଥିବା ଆବେଦନରେ ଦର୍ଶାଯାଇଛି। ସେହିପରି ବିବାହ ପରେ ସ୍ବାମୀ ତାଙ୍କ ସହିତ ଥରେ ହେଲେ ଝଗଡ଼ା ମଧ୍ୟ କରି ନ ଥିବା ସ୍ତ୍ରୀ ଦର୍ଶାଇଛନ୍ତି। ଏଭଳି ଆବେଦନକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜାରି ରହିଛି।

Share