ସ୍ବାମୀଙ୍କୁ ମୁଖାଗ୍ନି ଦେଲେ ସ୍ତ୍ରୀ: ଲକ୍‌ଡାଉନ୍‌ ଯୋଗୁ ପହଞ୍ଚି ପାରିଲେନି ପୁଅ !

ଚନ୍ଦୌଲି,୮।୪: ଭାରତରେ କରୋନା ସଂକ୍ରମଣ ରୋକିବା ଲାଗି ସରକାରଙ୍କ ପକ୍ଷରୁ ୨୧ ଦିନିଆ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। ଉତ୍ତରପ୍ରଦେଶର ଚନ୍ଦୌଲିର ବବୁରୀ ଅଞ୍ଚଳରେ ବାସ କରୁଥିବା ସନ୍ତୋଷ ଜୟସ୍ବାଲ୍‌ଙ୍କର ଜିଲା ହସ୍ପିଟାଲରେ ହୃଦ୍‌ଘାତରେ ମୃତ୍ୟୁ ଘଟିଥିଲା। ଲକ୍‌ ଡାଉନ୍‌ ଯୋଗୁ ବାହାରେ ଥିବା ପୁଅମାନେ ବାପାଙ୍କ ପରଲୋକ ହୋଇଥିବା ଖବର ଶୁଣି ମଧ୍ୟ ଆସିପାରି ନ ଥିଲେ। ସେହିପରି ଅନ୍ୟ ପ୍ରିୟ ପରିଜନ ମଧ୍ୟ ଆସିବା ଅସମ୍ଭବ ଥିଲା। ତେବେ ମୃତ ସନ୍ତୋଷଙ୍କ ସ୍ତ୍ରୀ ଗୁଡ଼ିଆ ଅନ୍ତିମ ସଂସ୍କାର ପାଇଁ ଅଣ୍ଟା ଭିଡ଼ିଥିଲେ। ଗାଁ ଲୋକଙ୍କ ସହଯୋଗରେ ସେ ସ୍ଥାନୀୟ ପଡ଼ଓ୍ବା ସ୍ଥିତ ଭଗବାନ ଅବଧୁତ ରାମଘାଟରେ ସ୍ବାମୀଙ୍କ ଅନ୍ତିମ ସଂସ୍କାରରେ ମୁଖାଗ୍ନି ଦେଇଥିଲେ। ଏବେ ଏହା ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

Share