ସ୍ବାଭିମାନ ଅଞ୍ଚଳରେ ପାଓ୍ବାର ଚାଳିତ ଆମ୍ବୁଲାନ୍ସ ଲଞ୍ଚ ଉଦ୍‌ଘାଟନ କଲେ ଗଣଶିକ୍ଷା ମନ୍ତ୍ରୀ

ମାଲକାନଗିରି,୧୮।୧୨(ଡି.ଏନ୍‌.ଏ.): ସ୍ବାଭିମାନ ଅଞ୍ଚଳ ପାଇଁ ପାୱାର ଚାଳିତ ଆମ୍ବୁଲାନ୍ସ ଲଞ୍ଚ ଉଦ୍‌ଘାଟନ ହୋଇଛି। ସେହିପରି ଶିକ୍ଷକ କ୍ଲଷ୍ଟରର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ, ପ୍ରଶାସକ ସୁରେଶ ମହାପାତ୍ର ଏବଂ ମାଲକାନଗିରି ଜିଲାପାଳ ମନୀଷ ଅଗ୍ରୱାଲଙ୍କ ଉପସ୍ଥିତିରେ ପାୱାର ଚାଳିତ ଆମ୍ବୁଲାନ୍ସ ଲଞ୍ଚ ଉଦ୍‌ଘାଟିତ ହୋଇଛି। ଉକ୍ତ ଆମ୍ବୁଲାନ୍ସଟି ପଣସପୁଟ, ଯୋଡ଼ମ୍ବ, ଅଣ୍ଡିରାପାଲି, ଯନ୍ତ୍ରୀ ଓ ଗାଜୁଲୁମାମୁଡ଼ି ପଞ୍ଚାୟତର ହଜାର ହଜାର ଜନସାଧାରଣଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବ। ଉକ୍ତ କାର୍ଯ୍ୟକ୍ରମରେ ନବରଙ୍ଗପୁର ଏମ୍‌ପି ରମେଶ ଚନ୍ଦ୍ର ମାଝି, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକl, ମାଲକାନଗିରି ସିଡିିଏମ୍‌ଓ ଅଜୟ କୁମାର ବୋଇତାଳୁ ପ୍ରମୁଖ ଉପସ୍ଥିତ ଥିଲେ।ଛି। ସେହିପରି ଶିକ୍ଷକ କ୍ଲଷ୍ଟରର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ, ପ୍ରଶାସକ ସୁରେଶ ମହାପାତ୍ର ଏବଂ ମାଲକାନଗିରି ଜିଲାପାଳ ମନୀଷ ଅଗ୍ରୱାଲଙ୍କ ଉପସ୍ଥିତିରେ ପାୱାର ଚାଳିତ ଆମ୍ବୁଲାନ୍ସ ଲଞ୍ଚ ଉଦ୍‌ଘାଟିତ ହୋଇଛି। ଉକ୍ତ ଆମ୍ବୁଲାନ୍ସଟି ପଣସପୁଟ, ଯୋଡ଼ମ୍ବ, ଅଣ୍ଡିରାପାଲି, ଯନ୍ତ୍ରୀ ଓ ଗାଜୁଲୁମାମୁଡ଼ି ପଞ୍ଚାୟତର ହଜାର ହଜାର ଜନସାଧାରଣଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବ। ଉକ୍ତ କାର୍ଯ୍ୟକ୍ରମରେ ନବରଙ୍ଗପୁର ଏମ୍‌ପି ରମେଶ ଚନ୍ଦ୍ର ମାଝି, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକl, ମାଲକାନଗିରି ସିଡିିଏମ୍‌ଓ ଅଜୟ କୁମାର ବୋଇତାଳୁ ପ୍ରମୁଖ ଉପସ୍ଥିତ ଥିଲେ।