Categories: ବରଗଡ଼

ସ୍ବାଧୀନତା ଦିବସ ପାଳିତ

ବରଗଡ ଅଫିସ,୧୫।୮: ବରଗଡ କେଶବ ନଗରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁବାର ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଉକ୍ତ ସମାରୋହରେ ଶିକ୍ଷାବିତ୍‌ ରୁକ୍ମଣ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍କୁଲ ପରିଚାଳନା କମିଟି ସଭାପତି ତେଜସ୍ବୀ ଦିଶ୍ରୀ, ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ କୁମାର ଦାସ ଏବଂ ଅନ୍ୟ ଗୁରମା ଗୁରୁଜୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଛାତ୍ରୀଛାତ୍ର ପରେଡ ପ୍ରଦର୍ଶନ କରିଥିଲେ। ସେହିପରି ଅତିଥିମାନେ ଦେଶ ମାତୃକାର ସେବାରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ବରପୁତ୍ରଙ୍କ ପଥାନୁସରଣ ସହିତ ଦେଶସେବା କରିବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଇଥିଲେ।