ସ୍ବାଧୀନତା ଦିବସରେ ସୁରକ୍ଷା ବ୍ୟବସ୍ଥା ନେଇ ଡିଜିପିଙ୍କ ସମୀକ୍ଷା: ପ୍ରଦର୍ଶନୀ ପଡ଼ିଆରେ ଲାଗିବ ସିସିଟିଭି

ଭୁବନେଶ୍ୱର,୧୦ା୮(ବ୍ୟୁରୋ): ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ବିଜୟ କୁମାର ଶର୍ମା ଦାୟିତ୍ୱ ନେବା ପରେ ଶୁକ୍ରବାର ଡିଜିପି କ୍ୟାମ୍ପ ଅଫିସରେ ପ୍ରଥମ ସମୀକ୍ଷା ବୈଠକ କରିଛନ୍ତି। ଏଥିରେ ଟ୍ବିନ୍‌ ସିଟିର ଆଇନଶୃଙ୍ଖଳା ସ୍ଥିତି ଓ ସ୍ବାଧୀନତା ଦିବସ ପାଇଁ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା। ପ୍ରଥମଥର ଗାନ୍ଧୀମାର୍ଗ ବଦଳରେ ପ୍ରଦର୍ଶନୀ ପଡ଼ିିଆରେ ସ୍ବାଧୀନତା ଦିବସ ଉତ୍ସବ ଆୟୋଜନ ହେବାକୁ ଯାଉଛି। ଏଥିଲାଗି ପାର୍କିଂ ବ୍ୟବସ୍ଥା, ଭିଆଇପିମାନଙ୍କ ବସିବା ସ୍ଥାନ ଓ ଜନସାଧାରଣ ଦେଖିବା ପାଇଁ ବ୍ୟବସ୍ଥା କରିବା ଆଦି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରାଯାଇଥିଲା। ସବୁଥର ପରି ଏଥର ରାଜ୍ୟସ୍ତରୀୟ ପରେଡ଼ ହେବ ନାହିଁ। ପରେଡ଼ ବଦଳରେ କେବଳ ରାଷ୍ଟ୍ରୀୟ ସାଲ୍ୟୁଟ୍‌ ଗ୍ରହଣ କରାଯିବ। ଏଥିରେ ୫ଟି ପୋଲିସ ଟିମ୍‌ ଓ ବ୍ୟାଣ୍ଡ ପାର୍ଟି ସାମିଲ ହେବେ। ପ୍ରଦର୍ଶନୀ ପଡ଼ିିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିବା ସହ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ଏକ ପ୍ରଦର୍ଶନୀକୁ ଉଦ୍‌ଘାଟନ କରିବେ। ତେଣୁ ସୁରକ୍ଷା ପାଇଁ କିଭଳି ବ୍ୟବସ୍ଥା ଗ୍ରହଣ କରାଯିବ ଓ କେତେ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ ସେ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ଏଥିସହ ଡିଜିପି ଶର୍ମା କଟକ ଓ ଭୁବନେଶ୍ୱରର ଆଇନ୍‌ ଶୃଙ୍ଖଳା ଉପରେ ପୋଲିସ କମିଶନରଙ୍କ ସହିତ ଆଲୋଚନା କରିଥିଲେ। ସହରର ସୁରକ୍ଷା ପାଇଁ ଆଉ କ’ଣ ଅଧିକ ବ୍ୟବସ୍ଥା କରାଯାଇପାରିବ ସେନେଇ ପରାମର୍ଶ ଦେଇଥିବା ଜଣାପଡିଛି। ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟିବା ପରେ ପାକିସ୍ତାନ ଓ ଭାରତ ମଧ୍ୟରେ ସମ୍ପର୍କ ଭଲ ନାହିଁ। ତେଣୁ ପାକିସ୍ତାନର ଆତଙ୍କବାଦୀ ଦେଶରେ ପଶି ସ୍ବାଧୀନତା ଦିବସରେ ବଡଧରଣର ଅଘଟଣ ଘଟାଇପାରନ୍ତି। ଏ ନେଇ କେନ୍ଦ୍ର ଗୋଇନ୍ଦା ବିଭାଗ ଆଶଙ୍କା କରିବା ସହ ସମସ୍ତ ରାଜ୍ୟକୁ ଆଲର୍ଟ ରହିବାକୁ ପରାମର୍ଶ ଦେଇଛନ୍ତି। ତେଣୁ ବିମାନ ବନ୍ଦର ଓ ରେଲଓ୍ବେ ଷ୍ଟେଶନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ସ୍ବାଧୀନତା ଦିବସ ପୂର୍ବରୁ ସହରରେ ଚେକିଂ ଓ ବ୍ଲକିଂ କଡ଼ାକଡ଼ିି କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି। ପ୍ରଦର୍ଶନୀ ପଡ଼ିଆ ଓ ଏହାର ଆଖପାଖରେ ସିସିଟିଭି ଲଗାଇବା ସହ କଣ୍ଟ୍ରୋଲରୁମ୍‌ ଖୋଲାଯାଇ ତୀକ୍ଷ୍‌ଣ ନଜର ରଖିବାକୁ ଅଧିକାରୀମାନଙ୍କୁ କୁହାଯାଇଛି। ବିଶେଷକରି ଗୋଇନ୍ଦା ପୋଲିସକୁ ଅଧିକ ସକ୍ରିୟ ହେବାକୁ ପରାମର୍ଶ ଦିଆଯାଇଛି। ଯଦି ଗୋଇନ୍ଦା ବିଭାଗ କୌଣସି ଗୁରୁତ୍ୱପୂର୍ଣ୍ଣ ସୂଚନା ପାଏ ତାହାଲେ ତୁରନ୍ତ ବରିଷ୍ଠ ଅଧିକାରୀଙ୍କୁ ଜଣାଇବା ସହ ପଦକ୍ଷେପ ନେବାକୁ କୁହାଯାଇଛି। ବୈଠକ ପରେ ଏ ନେଇ ଡିଜିପି ଶର୍ମା ଗଣମାଧ୍ୟମକୁ କହିଛନ୍ତି, ଏଥର ନୂଆ କରି ସ୍ବାଧୀନତା ଦିବସ ଗାନ୍ଧୀମାର୍ଗ ବଦଳରେ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବ। ତେଣୁ ଭିଆଇପିମାନଙ୍କ ବସିବା ସ୍ଥାନ ଓ ସାଧାରଣ ଲୋକେ ଏହାକୁ ଦେଖିବା ସହ ପାର୍କିଂ ବ୍ୟବସ୍ଥା କରିବା ଲାଗି ଆଲୋଚନା କରାଯାଇଥିଲା। ଯେଭଳି ସ୍ବାଧୀନତା ଦିବସ ଶାନ୍ତିଶୃଙ୍ଖଳାର ସହ ପାଳନ କରାଯିବ ସେନେଇ ସମସ୍ତ ଉଦ୍ୟମ କରାଯାଉଛି। ସେହିପରି ପୋଲିସ କମିଶନର ସତ୍ୟଜିତ୍‌ ମହାନ୍ତି କହିଛନ୍ତି, ସ୍ବାଧୀନତା ଦିବସକୁ ଦୃଷ୍ଟିରେ ରଖି ୨୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ। ଏଥିସହ ହୋଟେଲ, ଲଜ୍‌ ଆଦି ବିଭିନ୍ନ ସ୍ଥାନରେ ଚେକିଂକୁ ଜୋରଦାର କରାଯିବ। ୫ଟି ଟିମ୍‌ ରାଷ୍ଟ୍ରୀୟ ସାଲ୍ୟୁଟ ପାଇଁ ସାମିଲ ହେଉଥିବାରୁ ସେମାନେ ୧୨ ଓ ୧୩ ତାରିଖରେ ଅଭ୍ୟାସ କରିବେ। ୧୩ ତାରିଖରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଚୂଡ଼ାନ୍ତ ପ୍ରକ୍ରିୟା ଶେଷ ହେବ। କେଉଁ ଅଫିସର କେଉଁ ଦାୟିତ୍ୱରେ ରହିବେ ତାହା ସେହିଦିନ ଘୋଷଣା କରାଯିବ। ସ୍ବାଧୀନତା ଦିବସର ଗୋଟିଏ ଦିନ ପୂର୍ବରୁ ପୋଲିସ ପକ୍ଷରୁ ଏକ ଅଭ୍ୟାସ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି। ଏହି ବୈଠକରେ ପୋଲିସ କମିଶନରଙ୍କ ସମେତ ରାଜ୍ୟ ଗୋଇନ୍ଦା ନିର୍ଦ୍ଦେଶକ ସୁନୀଲ ରୟ, ଏଡିଜି ରାଧାକୃଷ୍ଣ ଶର୍ମା, ଏଡିଜି ଆର.ପି.କୋଚେ, ଭୁବନେଶ୍ୱର ଡିସିପି ଅନୁପ କୁମାର ସାହୁ ଏବଂ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri