ସ୍ବାଧୀନତା ଦିବସରେ ସୁରକ୍ଷା ବ୍ୟବସ୍ଥା ନେଇ ଡିଜିପିଙ୍କ ସମୀକ୍ଷା: ପ୍ରଦର୍ଶନୀ ପଡ଼ିଆରେ ଲାଗିବ ସିସିଟିଭି

ଭୁବନେଶ୍ୱର,୧୦ା୮(ବ୍ୟୁରୋ): ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ବିଜୟ କୁମାର ଶର୍ମା ଦାୟିତ୍ୱ ନେବା ପରେ ଶୁକ୍ରବାର ଡିଜିପି କ୍ୟାମ୍ପ ଅଫିସରେ ପ୍ରଥମ ସମୀକ୍ଷା ବୈଠକ କରିଛନ୍ତି। ଏଥିରେ ଟ୍ବିନ୍‌ ସିଟିର ଆଇନଶୃଙ୍ଖଳା ସ୍ଥିତି ଓ ସ୍ବାଧୀନତା ଦିବସ ପାଇଁ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା। ପ୍ରଥମଥର ଗାନ୍ଧୀମାର୍ଗ ବଦଳରେ ପ୍ରଦର୍ଶନୀ ପଡ଼ିିଆରେ ସ୍ବାଧୀନତା ଦିବସ ଉତ୍ସବ ଆୟୋଜନ ହେବାକୁ ଯାଉଛି। ଏଥିଲାଗି ପାର୍କିଂ ବ୍ୟବସ୍ଥା, ଭିଆଇପିମାନଙ୍କ ବସିବା ସ୍ଥାନ ଓ ଜନସାଧାରଣ ଦେଖିବା ପାଇଁ ବ୍ୟବସ୍ଥା କରିବା ଆଦି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରାଯାଇଥିଲା। ସବୁଥର ପରି ଏଥର ରାଜ୍ୟସ୍ତରୀୟ ପରେଡ଼ ହେବ ନାହିଁ। ପରେଡ଼ ବଦଳରେ କେବଳ ରାଷ୍ଟ୍ରୀୟ ସାଲ୍ୟୁଟ୍‌ ଗ୍ରହଣ କରାଯିବ। ଏଥିରେ ୫ଟି ପୋଲିସ ଟିମ୍‌ ଓ ବ୍ୟାଣ୍ଡ ପାର୍ଟି ସାମିଲ ହେବେ। ପ୍ରଦର୍ଶନୀ ପଡ଼ିିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିବା ସହ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ଏକ ପ୍ରଦର୍ଶନୀକୁ ଉଦ୍‌ଘାଟନ କରିବେ। ତେଣୁ ସୁରକ୍ଷା ପାଇଁ କିଭଳି ବ୍ୟବସ୍ଥା ଗ୍ରହଣ କରାଯିବ ଓ କେତେ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ ସେ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ଏଥିସହ ଡିଜିପି ଶର୍ମା କଟକ ଓ ଭୁବନେଶ୍ୱରର ଆଇନ୍‌ ଶୃଙ୍ଖଳା ଉପରେ ପୋଲିସ କମିଶନରଙ୍କ ସହିତ ଆଲୋଚନା କରିଥିଲେ। ସହରର ସୁରକ୍ଷା ପାଇଁ ଆଉ କ’ଣ ଅଧିକ ବ୍ୟବସ୍ଥା କରାଯାଇପାରିବ ସେନେଇ ପରାମର୍ଶ ଦେଇଥିବା ଜଣାପଡିଛି। ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟିବା ପରେ ପାକିସ୍ତାନ ଓ ଭାରତ ମଧ୍ୟରେ ସମ୍ପର୍କ ଭଲ ନାହିଁ। ତେଣୁ ପାକିସ୍ତାନର ଆତଙ୍କବାଦୀ ଦେଶରେ ପଶି ସ୍ବାଧୀନତା ଦିବସରେ ବଡଧରଣର ଅଘଟଣ ଘଟାଇପାରନ୍ତି। ଏ ନେଇ କେନ୍ଦ୍ର ଗୋଇନ୍ଦା ବିଭାଗ ଆଶଙ୍କା କରିବା ସହ ସମସ୍ତ ରାଜ୍ୟକୁ ଆଲର୍ଟ ରହିବାକୁ ପରାମର୍ଶ ଦେଇଛନ୍ତି। ତେଣୁ ବିମାନ ବନ୍ଦର ଓ ରେଲଓ୍ବେ ଷ୍ଟେଶନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ସ୍ବାଧୀନତା ଦିବସ ପୂର୍ବରୁ ସହରରେ ଚେକିଂ ଓ ବ୍ଲକିଂ କଡ଼ାକଡ଼ିି କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି। ପ୍ରଦର୍ଶନୀ ପଡ଼ିଆ ଓ ଏହାର ଆଖପାଖରେ ସିସିଟିଭି ଲଗାଇବା ସହ କଣ୍ଟ୍ରୋଲରୁମ୍‌ ଖୋଲାଯାଇ ତୀକ୍ଷ୍‌ଣ ନଜର ରଖିବାକୁ ଅଧିକାରୀମାନଙ୍କୁ କୁହାଯାଇଛି। ବିଶେଷକରି ଗୋଇନ୍ଦା ପୋଲିସକୁ ଅଧିକ ସକ୍ରିୟ ହେବାକୁ ପରାମର୍ଶ ଦିଆଯାଇଛି। ଯଦି ଗୋଇନ୍ଦା ବିଭାଗ କୌଣସି ଗୁରୁତ୍ୱପୂର୍ଣ୍ଣ ସୂଚନା ପାଏ ତାହାଲେ ତୁରନ୍ତ ବରିଷ୍ଠ ଅଧିକାରୀଙ୍କୁ ଜଣାଇବା ସହ ପଦକ୍ଷେପ ନେବାକୁ କୁହାଯାଇଛି। ବୈଠକ ପରେ ଏ ନେଇ ଡିଜିପି ଶର୍ମା ଗଣମାଧ୍ୟମକୁ କହିଛନ୍ତି, ଏଥର ନୂଆ କରି ସ୍ବାଧୀନତା ଦିବସ ଗାନ୍ଧୀମାର୍ଗ ବଦଳରେ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବ। ତେଣୁ ଭିଆଇପିମାନଙ୍କ ବସିବା ସ୍ଥାନ ଓ ସାଧାରଣ ଲୋକେ ଏହାକୁ ଦେଖିବା ସହ ପାର୍କିଂ ବ୍ୟବସ୍ଥା କରିବା ଲାଗି ଆଲୋଚନା କରାଯାଇଥିଲା। ଯେଭଳି ସ୍ବାଧୀନତା ଦିବସ ଶାନ୍ତିଶୃଙ୍ଖଳାର ସହ ପାଳନ କରାଯିବ ସେନେଇ ସମସ୍ତ ଉଦ୍ୟମ କରାଯାଉଛି। ସେହିପରି ପୋଲିସ କମିଶନର ସତ୍ୟଜିତ୍‌ ମହାନ୍ତି କହିଛନ୍ତି, ସ୍ବାଧୀନତା ଦିବସକୁ ଦୃଷ୍ଟିରେ ରଖି ୨୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ। ଏଥିସହ ହୋଟେଲ, ଲଜ୍‌ ଆଦି ବିଭିନ୍ନ ସ୍ଥାନରେ ଚେକିଂକୁ ଜୋରଦାର କରାଯିବ। ୫ଟି ଟିମ୍‌ ରାଷ୍ଟ୍ରୀୟ ସାଲ୍ୟୁଟ ପାଇଁ ସାମିଲ ହେଉଥିବାରୁ ସେମାନେ ୧୨ ଓ ୧୩ ତାରିଖରେ ଅଭ୍ୟାସ କରିବେ। ୧୩ ତାରିଖରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଚୂଡ଼ାନ୍ତ ପ୍ରକ୍ରିୟା ଶେଷ ହେବ। କେଉଁ ଅଫିସର କେଉଁ ଦାୟିତ୍ୱରେ ରହିବେ ତାହା ସେହିଦିନ ଘୋଷଣା କରାଯିବ। ସ୍ବାଧୀନତା ଦିବସର ଗୋଟିଏ ଦିନ ପୂର୍ବରୁ ପୋଲିସ ପକ୍ଷରୁ ଏକ ଅଭ୍ୟାସ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି। ଏହି ବୈଠକରେ ପୋଲିସ କମିଶନରଙ୍କ ସମେତ ରାଜ୍ୟ ଗୋଇନ୍ଦା ନିର୍ଦ୍ଦେଶକ ସୁନୀଲ ରୟ, ଏଡିଜି ରାଧାକୃଷ୍ଣ ଶର୍ମା, ଏଡିଜି ଆର.ପି.କୋଚେ, ଭୁବନେଶ୍ୱର ଡିସିପି ଅନୁପ କୁମାର ସାହୁ ଏବଂ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri