Categories: ଜାତୀୟ

ସ୍ବାଧୀନତା ଦିବସରେ ବି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ପୁଞ୍ଚ,୧୫।୮: ପାକିସ୍ତାନ ତା’ର ପୂର୍ବ ପ୍ରକୃତି ଭୁଲି ପାରୁ ନାହିଁ। ଭାରତ ଗୁରୁବାର ସ୍ବାଧୀନତା ଦିବସ ଓ ରାଖୀ ପୂର୍ଣ୍ଣିମା ପାଳନ କରୁଥିବା ବେଳେ ସେପଟେ ସୀମାରେ ଅଶାନ୍ତ ପରିବଶେ ସୃଷ୍ଟି କରିଛି ପାକିସ୍ତାନ। ଜମ୍ମୁ-କଶ୍ମୀରର କେଜି ସେକ୍ଟରରେ ଗୁରୁବାର ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ସୂଚନା ମିଳିଛି। ଏହି ସମୟରେ ଭାରତୀୟ ସେନା ମଧ୍ୟ ଏହାର କଡା ଯବାବ ଦେଇଛନ୍ତି। ଏପର୍ଯ୍ୟନ୍ତ ମୃତାହତଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।

Share