ସ୍ବାଦିଷ୍ଟ ସହ ସ୍ବାସ୍ଥ୍ୟ ଉପକାରୀ କିଓ୍ବି: ଏସବୁ ସମସ୍ୟା କରେଦୂର

ପାହାଡ଼ିଆ ଅଞ୍ଚଳରେ ଏପରି କିଛି ଫଳ ରହିଛି ଯାହା ଅଧିକ ଲୋକପ୍ରିୟ ହୋଇ ନ ଥିଲେ ମଧ୍ୟ ଏହାକୁ ଥରେ ଖାଇଲେ ତାହା ସ୍ବାଦ ଭୁଲିହୋଇ ନ ଥାଏ। ଏପରି ଏକ ଫଳ ହେଉଛି କିୱି ଯାହା ଅଧିକ ସ୍ବାଦିଷ୍ଟ। ଏହାର ଅନେକ ଉପକାରୀ ଗୁଣ ମଧ୍ୟ ରହିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ। ଜାଣନ୍ତୁ ଏହି ଫଳକୁ ଖାଇବା ଦ୍ୱାରା କ’ଣ ସବୁ ଲାଭ ମିଳିଥାଏ।

ଚର୍ମ କୋଷଗୁଡ଼ିକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଠିକ୍‌ ରଖେ
ଏଥିରେ ଭଲ ପରିମାଣର ଭିଟାମିନ ଇ’ ଏବଂ ଆଣ୍ଟିଅକ୍ସିଡାଣ୍ଟ ଥାଏ । ଏହା ଚର୍ମ କୋଷଗୁଡ଼ିକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସୁସ୍ଥ ରଖେ ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ।

ଶରୀରରେ ଆଇରନ ବୃଦ୍ଧି

ଏଥିରେ ସର୍ବାଧିକ ଭିଟାମିନ୍‌ ସି ଥାଏ, ଯାହା କମଳାର ଦୁଇଗୁଣ ହୋଇଥାଏ। ଏହା ଶରୀରରେ ଆଇରନ୍‌ ବୃଦ୍ଧି କରିଥାଏ। ବିଶେଷକରି ରକ୍ତହୀନତା ସମସ୍ୟା ଦୂର ଲାଗି ଏହାକୁ ଖାଇବା ଜରୁରୀ।

ମଧୁମେହ ନିୟନ୍ତ୍ରଣ
ଏଥିରେ କମ୍‌ ପରିମାଣର ଗ୍ଲାଇସେମିକ୍‌ ଇଣ୍ଡେକ୍ସ ରହିଥାଏ। ଯାହା ରକ୍ତରେ ଗ୍ଲୁକୋଜ ବୃଦ୍ଧି କରେ ନାହିଁ । ଏହି କାରଣରୁ ମଧୁମେହ, ହୃଦ୍‌ରୋଗ ଏବଂ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ।

ଗର୍ଭାବସ୍ଥାରେ ଲାଭଦାୟକ
ଗର୍ଭବତୀ ମହିଳାମାନେ ପ୍ରତିଦିନ ୪୦୦ରୁ ୬୦୦ ମାଇକ୍ରୋଗ୍ରାମ ଫଲିକ୍‌ ଏସିଡ୍‌ ଆବଶ୍ୟକ କରୁଥିବା ବେଳେ କିୱି ଫଲିକ୍‌ ଏସିଡ୍‌ର ଉତ୍ସ ହୋଇଥାଏ। ଏହାକୁ ଖାଇଲେ ଗର୍ଭରେ ଥିବା ଶିଶୁର ମସ୍ତିଷ୍କ ବିକାଶ ହୋଇଥାଏ ।