Posted inଖେଳ

ସ୍ବର୍ଣ୍ଣ ହରାଇବେ ଉସ୍ତ୍ୟୁଗୋଭ୍‌

ମସ୍କୋ,୧୫ା୨ (ଏଏଫ୍‌ପି): ଡୋପ୍‌ ଟେଷ୍ଟରେ ବିଫଳ ହେବା ପରେ ରୁଷୀୟ ବାଇଥଲେଟ୍‌ ଏଭଜେନି ଉସ୍ତ୍ୟୁଗୋଭ ସସ୍‌ପେଣ୍ଡ ହୋଇଛନ୍ତି। ଫଳରେ ୨୦୧୪ ଓ୍ବିଣ୍ଟର ଅଲିମ୍ପିକ ରିଲେରେ ସେ ଯେଉଁ ପଦକ ପାଇଥିଲେ ତାହା ପ୍ରତ୍ୟାହାର କରିନିଆଯିବ। ଇଣ୍ଟରନ୍ୟାଶନାଲ ବାଇଥ୍ଲନ ୟୁନିୟମ (ଆଇବିୟୁ) ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୪ ବର୍ଷୀୟ ଏହି ଆଥଲେଟ ଆହୁରି ମଧ୍ୟ ଭାଙ୍କୋଭରଠାରେ ୨୦୧୦ ଅଲିମ୍ପିକ୍‌ ୧୫ କିମି ମାସ୍‌ ଷ୍ଟାର୍ଟ ଟାଇଟଲ ଜିତିଥିଲେ। ୬ ବର୍ଷ ପୂର୍ବେ ସୋଚି ଓ୍ବିଣ୍ଟର ଗେମ୍ସ ପରେ ସେ ଅବସର ନେଇଥିଲେ। ୨୦୧୪ରେ ତାଙ୍କଠାରୁ ସଂଗ୍ରହ କରାଯାଇଥିବା ସାମ୍ପଲରେ ଏକପ୍ରକାର ଷ୍ଟେରଏଡ୍‌ ଠାବ କରାଯାଇଥିଲା। ଫଳତଃ ୨୦୧୩-୧୪ ସିଜନରେ ତାଙ୍କର ସମସ୍ତ ଫଳାଫଳରୁ ରଦ୍ଦ କରାଯାଇଛି। ଆଇବିୟୁ ଆହୁରି ମଧ୍ୟ ସ୍ବେତଲାନା ସ୍ଲେପ୍ଟସୋଭାଙ୍କ ୨୦୧୩-୧୪ ଫଳାଫଳକୁ ଅବୈଧ ଘୋଷଣା କରିଛି। ଏହି ଆଥଲେଟ ଜଣକ ଅନ୍ୟ ଏକ ଷ୍ଟେରଏଡ୍‌ ଓଷ୍ଟାରିନ୍‌ ପାଇଁ ଡୋପ୍‌ ଟେଷ୍ଟରେ ଧରାପଡ଼ିଥିଲେ। ମସ୍କୋ ଡୋପ୍‌ ଟେଷ୍ଟ ଲାବରେଟୋରିରେ କେତେକ ଡାଟା ଟ୍ୟାମ୍ପରିଂ ହୋଇଥିବା ଅଭିଯୋଗକୁ ନେଇ ଓ୍ବାଲର୍‌ଡ ଆଣ୍ଟି ଡୋପିଂ ଏଜେନ୍ସି (ଓ୍ବାଡା) ରୁଷିଆକୁ ୨୦୨୦ ଅଲିମ୍ପିକ୍ସରୁ ବାସନ୍ଦ କରିଛି। ରୁଷିଆ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ବାସନ୍ଦ ଦଣ୍ଡ ପରେ ୨୦୧୪ ପଦକ ତାଲିକାର ପ୍ରଥମ ସ୍ଥାନରେ ଥିବା ରୁଷିଆ ନରଓ୍ବେ ଏବଂ କାନାଡା ପଛକୁ ତୃତୀୟ ସ୍ଥାନକୁ ଖସିଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri