ସ୍ବପ୍ନରେ ବିଶ୍ୱସ୍ତରୀୟ ଟର୍ମିନାଲ

୧୮୦ କୋଟି ଟଙ୍କା ବ୍ୟୟରେ ସ୍ମାର୍ଟସିଟିର ସ୍ମାର୍ଟ ବସ୍‌ ଟର୍ମିନାଲ ରୂପ ନେଇଥାନ୍ତା ବରମୁଣ୍ଡା ବସ୍‌ଷ୍ଟାଣ୍ଡ। ବିଶ୍ୱସ୍ତରୀୟ ବସ୍‌ଷ୍ଟାଣ୍ଡ ଭାବେ ଏହାକୁ ଗଢି ତୋଳାଯାଇଥାନ୍ତା। ୨୦୧୯ ଏପ୍ରିଲ୍‌ ସୁଦ୍ଧା ଏହା ଅତ୍ୟାଧୁନିକ ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲରେ ପରିଣତ ହୋଇଥାନ୍ତା। ହେଲେ ସବୁକିଛି ଏବେ ସ୍ବପ୍ନ ପାଲଟିଛି। ଯୋଜନାର ବାସ୍ତବ ରୂପ ଦିଆଯିବା ବଦଳରେ ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌କୁ ଆହୁରି ବିକୃତ କରିଦିଆଯାଇଛି। ପାଣିକାଦୁଅ, ଦୁର୍ଗନ୍ଧ ଓ ଅବ୍ୟବସ୍ଥା ମଧ୍ୟରେ ଦୁର୍ଦ୍ଦଶା ଭୋଗୁଛନ୍ତି ଯାତ୍ରୀ।

ରାଜ୍ୟର ସବୁଠାରୁ ବଡ଼ ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ ୧୪.୪୩ ଏକର ଜମିରେ ପରିବ୍ୟାପ୍ତ। ଏହାର ପରିସୀମାକୁ ଆହୁରି ବୃଦ୍ଧି କରାଯାଇ ଅତ୍ୟାଧୁନିକ ବସ୍‌ ଟର୍ମିନାଲରେ ପରିଣତ କରିବାକୁ ଯୋଜନା ହୋଇଥିଲା। ମାଗଣା ଓ୍ବାଇଫାଇରୁ ଆରମ୍ଭକରି ମଲ୍ଟି ଲେବଲ୍‌ ପାର୍କିଂ ବ୍ୟବସ୍ଥା, ଡିଜିଟାଲ ଡିସ୍‌ପ୍ଲେ ବୋର୍ଡ ଓ ସିସିଟିଭି କ୍ୟାମେରା ପର୍ଯ୍ୟନ୍ତ ସବୁକିଛି ସୁବିଧା କରାଯିବାର ଥିଲା। ପବ୍ଲିକ୍‌ ପ୍ଲାଜା ଡିଜାଇନ୍‌ରେ ହେବାକୁ ଥିବା ଏହି ବସ୍‌ଷ୍ଟାଣ୍ଡରେ ଯାତ୍ରୀଙ୍କ ପରିବହନ ପାଇଁ ପ୍ରିପେଡ୍‌ ଅଟୋରିକ୍ସା, ଅତ୍ୟାଧୁନିକ ବାଇସାଇକେଲ, ଓଲା, ଉବର ଭଳି ଟ୍ୟାକ୍ସି ଆଗ୍ରିଗେଟର ବ୍ୟବସ୍ଥା, ପାସେଞ୍ଜର ଇନ୍‌ଫରମେଶନ ସେଣ୍ଟର, ଭିନ୍ନକ୍ଷମଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଉପଲବ୍ଧ କରାଯାଇଥାନ୍ତା। ଏଥିପାଇଁ ଦିଲ୍ଲୀର ଇଣ୍ଟିଗ୍ରେଟେଡ୍‌ ଟ୍ରାନ୍‌ଜିଟ୍‌ ସିଷ୍ଟମ୍‌ ଲିମିଟେଡ୍‌ ସ୍ବତନ୍ତ୍ର ଡିଜାଇନ୍‌ ପ୍ରସ୍ତୁତ କରିଥିଲା। ଉକ୍ତ ଡିଜାଇନ୍‌କୁ ବିଡିଏ ତରଫରୁ ପରିବହନ ବିଭାଗ ନିକଟରେ ଉପସ୍ଥାପନ ମଧ୍ୟ କରାଯାଇଥିଲା। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ମଡର୍ନ ବସ୍‌ ଟର୍ମିନାଲର କାମ ଆରମ୍ଭ ହେବା ତ ଦୂରର କଥା, ଏଠାରେ ଥିବା ଖାଲଖମାରେ ସାମାନ୍ୟ ମାଟି ପକାଗଲା ନାହିଁ।
୨୦୧୮ ଜାନୁୟାରୀ ୧୧ରେ ବରବୁଣ୍ଡା ବସ୍‌ଷ୍ଟାଣ୍ଡ୍‌ର ଆଧୁନିକୀକରଣ ପାଇଁ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ୨୦୧୯ ଏପ୍ରିଲ ମାସ ସୁଦ୍ଧା କାମ ଶେଷ କରି ଏହାକୁ ଯାତ୍ରୀଙ୍କ ପାଇଁ ଉନ୍ମୁକ୍ତ କରିବାକୁ ନିଷ୍ପତ୍ତି ବି ହେଲା। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଟୁଇଟରରେ ଟୁଇଟ୍‌ କରି ବେଶ୍‌ ପ୍ରଶଂସା ପାଇଲେ। ମାତ୍ର ଧାର୍ଯ୍ୟ ତାରିଖରୁ ଏହା ମଧ୍ୟରେ ୩ମାସ ବିତିଗଲାଣି। ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଅବସ୍ଥା ସୁଧୁରିବା ପରିବର୍ତ୍ତେ ଆହୁରି ଖରାପ ହୋଇପଡ଼ିଛି। ପ୍ରତିଥର ବର୍ଷାଦିନ ଭଳି ଏଥର ମଧ୍ୟ ନାଳନର୍ଦ୍ଦମା ଓ କାଦୁଅ ପାଣିରେ ଭର୍ତ୍ତିହୋଇଛି ବସ୍‌ଷ୍ଟାଣ୍ଡ ପରିସର। କୁଢ କୁଢ ଆବର୍ଜନା ପଚିଶଢ଼ି ଗନ୍ଧ ବାହାରୁଛି। ଶୌଚାଳୟ ନ ଥିବାରୁ ଲୋକେ ବାହାରେ ପରିସ୍ରା କରୁଛନ୍ତି। ଏହାର ଦୁର୍ଗନ୍ଧରେ ନାକ ଫାଟିପଡୁଛି। ବରମଣ୍ଡା ବସ୍‌ଷ୍ଟାଣ୍ଡ୍‌ର ଏଭଳି ଅଭାବନୀୟ ଅବସ୍ଥା କେବଳ ରାଜ୍ୟବାସୀଙ୍କୁ ନୁହେଁ, ରାଜ୍ୟ ବାହାରୁ ଆସୁଥିବା ହଜାର ହଜାର ଯାତ୍ରୀ ଓ ପର୍ଯ୍ୟଟକଙ୍କୁ ତିକ୍ତ ଅନୁଭୂତି ଦେଉଛି। ଏଭଳିସ୍ଥଳେ ମୁଖ୍ୟମନ୍ତ୍ରୀ କରିଥିବା ପୁରୁଣା ଟୁଇଟ୍‌କୁ ଲୋକେ ସୋସିଆଲ ମିଡ଼ିଆରେ ଭାଇରାଲ କରିବା ସହ ଟ୍ରୋଲ୍‌ କରିବାକୁ ବି ଭୁଲିନାହାନ୍ତି।

ବସ୍‌ଷ୍ଟାଣ୍ଡ ଭିତରକୁ ଯିବାକୁ ଡରୁଛନ୍ତି ଯାତ୍ରୀ

ଅଧିକାଂଶ ଯାତ୍ରୀ ବସ୍‌ଷ୍ଟାଣ୍ଡ ଭିତରକୁ ଯିବାକୁ ଡରୁଥିବାବେଳେ ବାହାରେ ଛିଡ଼ାହୋଇ ବସ୍‌କୁ ଅପେକ୍ଷା କରୁଛନ୍ତି। ଫଳରେ ଟର୍ମିନାଲର ପ୍ରବେଶ ପଥରେ ଯାତ୍ରୀଙ୍କ ଭିଡ଼ ଲାଗୁଥିବାବେଳେ ବସ୍‌ଗୁଡିକ ଅଟକି ରହି ଯାତ୍ରୀଙ୍କୁ ଉଠାଉଥିବାରୁ ଅଧିକାଂଶ ସମୟରେ ଜାମ୍‌ ହୋଇ ଜଟିଳ ପରିସ୍ଥିତି ସୃଷ୍ଟି ହେଉଛି। ସେହିଭଳି ଶୌଚାଳୟ ଅବସ୍ଥା ନ କହିବା ଭଲ। ଏଠାରେ ପାଣି ଆସୁ ନ ଥିବାବେଳେ ଏହାକୁ ସଫାସୁତୁରା କରିବାକୁ ମଧ୍ୟ କେହି ନାହାନ୍ତି। ଫଳରେ ୟୁରିନ୍‌ ଇନ୍‌ଫେକ୍‌ଶନ ଭୟରେ ଯାତ୍ରୀମାନେ ଏହାକୁ ବ୍ୟବହାର ନ କରି ମୁକ୍ତାକାଶରେ ପରିସ୍ରା କରୁଛନ୍ତି। ଏପଟେ ମହିଳା ଯାତ୍ରୀମାନେ ଆହୁରି ଦୁର୍ଦ୍ଦଶା ଭୋଗୁଛନ୍ତି। ବସ୍‌ଷ୍ଟାଣ୍ଡ ଭିତରକୁ ଯିବାବେଳେ ରୁମାଲ୍‌ ନ ବାନ୍ଧିଲେ ଦୁର୍ଗନ୍ଧରେ ନାକ ପାଟିପଡ଼ୁଛି। ସ୍ମାର୍ଟସିଟିର ଏହି ବସ୍‌ଷ୍ଟାଣ୍ଡ ସ୍ମାର୍ଟ ନ ହୋଇପାରିଲେ ବି ନିଜ ସ୍ଥିତିକୁ ସୁଧାରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। ବଡ଼ ବଡ଼ ଖାଲରେ ଅଧିକାଂଶ ସମୟରେ ଯାତ୍ରୀମାନେ ପଡ଼ି ଆହତ ହେଉଛନ୍ତି। କେବଳ ଯାତ୍ରୀ ନୁହନ୍ତି, ବସ ଚାଳକମାନେ ମଧ୍ୟ ବସ୍‌ ଚଲାଇବାକୁ ନାକେଦମ୍‌ ହେଉଛନ୍ତି। ସ୍ଥିତି ଏପରି ହୋଇଛି ବସ୍‌ଷ୍ଟାଣ୍ଡ୍‌ରୁ ଗୋଟିଏ ବସ୍‌ ବାହାରିବାକୁ ୨୦ରୁ ୩୦ ମିନିଟ ଲାଗିଯାଉଛି।
ଏନେଇ ବିଡିଏ ଉପାଧ୍ୟକ୍ଷ ପ୍ରେମ ଚନ୍ଦ୍ର ଚୌଧୁରୀଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରି ନ ଥିବାବେଳେ ଅନ୍ୟ ଅଧିକାରୀମାନେ ଏନେଇ କିଛି କହିପାରିବେ ନାହିଁ ବୋଲି କହିଥିଲେ।

ରିପୋର୍ଟ: ସସ୍ମିତା ପାଇକରାୟ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

କ୍ରସର ୟୁନିଟରୁ ଚୋରି, ବିଳମ୍ବିତ ରାତିରେ ପାଣି ମୋଟର…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ କେ.ସାମନ୍ତରାପୁର ଗ୍ରାମ ନିକଟ ଷ୍ଟୋନ କ୍ରସର ୟୁନିଟରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି…

ଟ୍ରମ୍ପଙ୍କ ଧମକ ପରେ ଇରାନର ବଡ଼ ଘୋଷଣା, ଶତ୍ରୁ ରାଷ୍ଟ୍ରର ଜାହାଜ ବ୍ୟତୀତ ସମସ୍ତ ଜାହାଜକୁ…

ନୂଆଦିଲ୍ଲୀ,୨୨।୩: ଟ୍ରମ୍ପଙ୍କ ଧମକ ପରେ ଇରାନ ପାଲଟା ଜବାବ ଦେଇଛି । ଇରାନ ହର୍ମୁଜ୍ ଷ୍ଟ୍ରେଟ ସମ୍ପର୍କରେ ନିଜର ମତରେ ସାମାନ୍ୟ ନରମତା ଦେଖାଇଛି । ଏହା…

ସ୍ୱାମୀ ଚେତନାନନ୍ଦଙ୍କ ଆଧ୍ୟାତ୍ମିକ ବାଣୀ ମାନବ ଜୀବନକୁ ଶୃଙ୍ଖଳିତ କରିପାରିବ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନ୍‌ଏସି ୧୦ନମ୍ୱର ୱାର୍ଡ ଗଡ଼ ଚୈତନ୍ୟପୁର ଶାସନ ସାହି ସ୍ଥିତ ସ୍ୱାମୀ ଚେତନାନନ୍ଦ ସାରସ୍ୱତ ବିଦ୍ୟାମନ୍ଦିରର ୧୫ତମ ବାର୍ଷିକୋତ୍ସବ ଏବଂ ଦୁଇଦିନ…

ହର୍ମୁଜ ଷ୍ଟ୍ରେଟରେ ପହଞ୍ଚିଲା ବ୍ରିଟିଶ ବୁଡ଼ାଜାହାଜ, ଟ୍ରମ୍ପଙ୍କ ଧମକ ମଧ୍ୟରେ କୀର ଷ୍ଟାରମରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଓ୍ବାଶିଂଟନ,୨୨।୩: ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଚାଲିଥିବା ସଂଘର୍ଷ ଆରମ୍ଭ ହେବାର ତିନି ସପ୍ତାହରୁ ଅଧିକ ସମୟ ବିତିଗଲାଣି; ତଥାପି, ଯୁଦ୍ଧ ଶେଷ ହେବାର କୌଣସି ସୂଚନା ନାହିଁ –…

ବିନା ଦର୍ଶକରେ ଖେଳାଯିବ PSL ମ୍ୟାଚ୍, ଏହି କାରଣରୁ ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୩: ପାକିସ୍ତାନ ସୁପର ଲିଗ୍ (PSL)ର ନୂତନ ସିଜିନ୍ ମାର୍ଚ୍ଚ ୨୬ ରେ ଆରମ୍ଭ ହେବାକୁ ଯାଉଛି । ସିଜିନ୍ ଆରମ୍ଭ ହେବା ପୂର୍ବରୁ, PCB ଟୁର୍ଣ୍ଣାମେଣ୍ଟ…

ସରକାରୀ ଜମି ଜବରଦଖଲ, ଚୌରଗଡ଼ିଆ ଗ୍ରାମରେ ତୀବ୍ର ଜନଅସନ୍ତୋଷ

ବଞ୍ଚୋ,୨୨।୩(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଚୋରଗାଡ଼ିଆ ଗ୍ରାମରେ ସରକାରୀ ଜମି ଜବରଦଖଲକୁ ନେଇ ଜନଅସନ୍ତୋଷ ଦେଖାଦେଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ,…

ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବତୀ, ଯୁବକଙ୍କ ଜୀବନ

ମୁନିଗୁଡ଼ା,୨୨।୩: ରାୟଗଡ଼ା ଜିଲା ବିଷମକଟକ ଥାନା ଚାଟିକଣାଠାରେ ରବିବାର ଏକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଯୁବତୀ ଏବଂ ଯୁବକଙ୍କ ମୃତ୍ୟୁ ଘଟିଛି। ହେଲେ ସେମାନଙ୍କ ପରିଚୟ…

VIDEO:ଷ୍ଟ୍ରେଟ ଅଫ୍ ହର୍ମୁଜରେ ଇରାନର ବଡ଼ ଆକ୍ରମଣ, F-୧୫ ଫାଇଟର ଜେଟକୁ ଖସାଇ ଦେଇଥିବା ଦାବି

ନୂଆଦିଲ୍ଲୀ,୨୨।୩: ଇରାନ ପୁଣିଥରେ ଇସ୍ରାଏଲ ଏବଂ ଆମେରିକାକୁ ଏକ ବଡ଼ ଝଟକା ଦେଇଛି । ଏକ ଇରାନୀ କ୍ଷେପଣାସ୍ତ୍ର ହର୍ମୁଜ୍ ଷ୍ଟ୍ରେଟରେ ଶତ୍ରୁପକ୍ଷର ଏକ F-୧୫ ଲଢ଼ୁଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri