ସ୍ବତନ୍ତ୍ର ସଚିବଙ୍କ ଭଦ୍ରକ ଗସ୍ତ: ଆଇନଶୃଙ୍ଖଳା, ପ୍ରଶାସନିକ ବ୍ୟବସ୍ଥା ସମ୍ପର୍କରେ କଲେ ଆଲୋଚନା

ଭଦ୍ରକ ଅଫିସ,୨୪ା୪: ଭଦ୍ରକ ଜିଲା ଗସ୍ତରେ ଆସି ସ୍ବତନ୍ତ୍ର ସଚିବ ଏସ୍‌କେ ଲୋହାନୀ ଶୁକ୍ରବାର ଜିଲାର ସ୍ଥିତି ସମୀକ୍ଷା କରିଛନ୍ତି। ସେହିଭଳି ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ ଜିଲାରେ ଡେରା ପକାଇଛନ୍ତି। ଜିଲାପାଳ ଜ୍ଞାନ ରଞ୍ଜନ ଦାସ, ଏସ୍‌ପି ରାଜେଶ ପଣ୍ଡିତଙ୍କ ସହ ସଚିବ ଲୋହାନୀ ଏବଂ ଏଡିଜେ ପ୍ରିୟଦର୍ଶୀ ଜିଲାରେ ସଟ୍‌ଡାଉନ୍‌ ସମୟରେ ଆଇନଶୃଙ୍ଖଳା ବ୍ୟବସ୍ଥା ଓ ପ୍ରଶାସନିକ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଛନ୍ତି।