ସ୍ବତନ୍ତ୍ର ପ୍ୟାକେଜ୍‌ ଘୋଷଣା ଦାବିକଲା ଘରୋଇ ବସ୍‌ କର୍ମଚାରୀ ସଂଘ

ଭଦ୍ରକ ଅଫିସ,୧ା୬: ଭଦ୍ରକ ଘରୋଇ ବସ୍‌ କର୍ମଚାରୀ ସଂଘ ପକ୍ଷରୁ ସୋମବାର ଜିଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏହି ବର୍ଗର ଲୋକଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ୍‌ ଘୋଷଣା କରିବା ପାଇଁ ଦାବି କରାଯାଇଛି। ପ୍ରତିଟି ବର୍ଗର ଲୋକଙ୍କୁ ବିଭିନ୍ନ ଘୋଷଣା କରାଯାଇ ସନ୍ତୁଷ୍ଟ କରାଯାଇଥିବା ବେଳେ ଏମାନଙ୍କ କ୍ଷତି ପାଇଁ ରାଜ୍ୟ କିମ୍ବା କେନ୍ଦ୍ର ସରକାର କୌଣସି ପ୍ୟାକେଜ୍‌ ଘୋଷଣା କରି ନ ଥିବାରୁ ଅସନ୍ତୋଷ ବ୍ୟକ୍ତ କରାଯାଇଥିଲା।