ସ୍ବତନ୍ତ୍ର ଟ୍ରେନ୍‌ରେ ବରଗଡ଼ରେ ପହଞ୍ଚିଲେ ୧୪୦୦ ପ୍ରବାସୀ

ବରଗଡ଼ ଅଫିସ,୧୩ା୬: ରାଜ୍ୟ ବାହାରେ ରହିଥିବା ୧୪୦୦ ପ୍ରବାସୀ ଶନିବାର ଅପରାହ୍ନରେ ଏକ ସ୍ବତନ୍ତ୍ର ଟ୍ରେନ୍‌ ଯୋଗେ ବରଗଡ଼ ରୋଡ୍‌ ଷ୍ଟେଶନରେ ପହଞ୍ଚିଛନ୍ତି। ବରଗଡ଼ ଜିଲା ପୋଲିସ ପ୍ରଶାସନ ସମେତ ବିଭିନ୍ନ ଅନୁଷ୍ଠାନର ସ୍ବେଚ୍ଛାସେବୀମାନେ ସେମାନଙ୍କୁ ଖାଦ୍ୟ, ପାନୀୟ ଯୋଗାଇ ଦେଇଥିଲେ। ସେହିପରି ଏଠାରେ ପହଞ୍ଚିଥିବା ପ୍ରବାସୀ ଶ୍ରମିକଙ୍କୁ ବିଭିନ୍ନ ବସ୍‌ ତଥା ଯାତ୍ରୀବାହୀ ଗାଡ଼ି ଯୋଗେ କ୍ବାରାଣ୍ଟାଇନ୍‌ ସେଣ୍ଟରକୁ ନିଆଯାଇଛି।