ସ୍ବଚ୍ଛ ସାଥୀ ଚୟନରେ ଅନିୟମିତତା: ଆବେଦନକାରୀଙ୍କୁ ଅଣଦେଖା

ରଣପୁର,୨୬ା୯(ସ୍ବ.ପ୍ର.): ରଣପୁର ଏନ୍‌ଏସିରେ ସ୍ବଚ୍ଛ ସାଥୀ ଚୟନରେ ଅନିୟମିତତା ନେଇ ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ଏଥିରେ ଆବେଦନକାରୀଙ୍କୁ ଅଣଦେଖା କରାଯାଇ ଅଣଆବେଦନକାରୀଙ୍କୁ ଅନୁକମ୍ପା ଦେଖାଇ ନିଯୁକ୍ତି ମିଳିଛି ବୋଲି ଦର୍ଶାଯାଇଛି। ସ୍ବଚ୍ଛ ଭାରତ ମିଶନ ପକ୍ଷରୁ ରଣପୁର ଏନ୍‌ଏସିରେ ୩ ସ୍ବଚ୍ଛ ସାଥୀ ଓ ୧ ସୁପରଭାଇଜର ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ହେଲେ କେବଳ ୩ ସ୍ବଚ୍ଛ ସାଥୀଙ୍କ ନିଯୁକ୍ତି କାର୍ଯ୍ୟ ପ୍ରଥମେ ହୋଇଥିଲା। ଏଥିପାଇଁ ୧୩ ଜଣ ଆବେଦନ କରିଥିଲେ। ଯୁକ୍ତ ୨ ପାସ କରିଥିବା ସ୍ବୟଂ ସହାୟିକା ଗୋଷ୍ଠୀ ସଭ୍ୟା କେବଳ ଏଥିରେ ନିଯୁକ୍ତି ପାଇବେ ବୋଲି କୁହାଯାଇଥିଲା। ଏଥିପାଇଁ ବିଜ୍ଞାପନ ବାହାରି ନ ଥିଲା। ଏପରିସ୍ଥଳେ ୧୩ ଆବେଦନକାରୀଙ୍କୁ ବାଦ୍‌ ଦେଇ ୩ ଜଣଙ୍କୁ ନିଯୁକ୍ତି ମିଳିଛି । ନିଯୁକ୍ତି ପାଇଥିବା ୩ ସ୍ବଚ୍ଛ ସାଥୀଙ୍କୁ ବୁଧବାର ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ କାର୍ଯ୍ୟ ସମ୍ପର୍କରେ ପ୍ରଶିକ୍ଷଣ ଦେଇଛନ୍ତି। ଏଣେତେଣେ ଅଳିଆ ନ ପକାଇ କେବଳ ଡଷ୍ଟବିନ୍‌ରେ ପକାଇବାକୁ ବିଭିନ୍ନ ୱାର୍ଡ ବୁଲି ସଚେତନତା ସୃଷ୍ଟି କରିବା ସ୍ବଚ୍ଛ ସାଥୀର କାର୍ଯ୍ୟ ବୋଲି କୁହାଯାଇଛି। ଆଗାମୀ ଦିନରେ ପୁଣି ୩ଜଣ ରହିବାର ବ୍ୟବସ୍ଥା ରହିଛି। ଏ ନେଇ ମା’ ତାରିଣୀ ସ୍ବୟଂ ସହାୟିକା ଗୋଷ୍ଠୀର ଲକ୍ଷ୍ମୀପ୍ରିୟା ସାହୁ କୁହନ୍ତି, ମୁଁ ବିଏ ପାସ୍‌ କରି ଆବେଦନ କରିଥିଲି। ମୋତେ ସୁଯୋଗ ଦିଆଗଲାନି। ମୋଠାରୁ କମ୍‌ ପାଠ ପଢ଼ି ଆବେଦନ କରି ନ ଥିବା ପ୍ରାର୍ଥୀ ନିଯୁକ୍ତି ପାଇଛନ୍ତି। ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତା କରାଯାଇ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଗଲା ନାହିଁ । ରାନୁପ୍ରିୟା ମଲ୍ଲିକ କୁହନ୍ତି, ମୁଁ ଉଚ୍ଚ ଶିକ୍ଷିତା ହୋଇଥିବାବେଳେ ମୋତେ ଅଣଦେଖା କରାଗଲା। ଆବେଦନ କରିଥିଲେ ବି ମୋତେ ସାକ୍ଷାତକାରକୁ ଡକାଇଲେ ନାହିଁ। ଏନ୍‌ଏସି ନିର୍ବାହୀ ଅଧିକାରୀ ଅର୍ଚ୍ଚନା ନାୟକ କୁହନ୍ତି, ସ୍ବଚ୍ଛ ସାଥୀ ପାଇଁ ବିଜ୍ଞାପନ ପ୍ରକାଶ କରିବାର ଆବଶ୍ୟକତା ନାହିଁ। ଆବେଦନକାରୀଙ୍କ ମଧ୍ୟରୁ ଚୟନ କରାଯିବା ମଧ୍ୟ ନିିୟମ ନାହିଁ । ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଯେଉଁମାନଙ୍କର କାର୍ଯ୍ୟ କରିବାର ଦକ୍ଷତା ରହିଛି ସେପରି ସ୍ବୟଂ ସହାୟିକା ଗୋଷ୍ଠୀର ୩ଜଣଙ୍କୁ ନିଯୁକ୍ତି ଦିଆଯାଇ ପ୍ରଶିକ୍ଷଣ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri