ସ୍ବଚ୍ଛ, ମଳମୁକ୍ତ ଗ୍ରାମଭାବେ ପୁରସ୍କୃତ ହୋଇଥିଲା ଟାଙ୍ଗରସାହି: ପାଇଖାନା ନିର୍ମାଣ ଅର୍ଥ ନ ପାଇ ନିରାଶ ହିତାଧିକାରୀ

କାଳିଆପାଣି,୨୯।୯(ଡି.ଏନ.ଏ.)- ସୁକିନ୍ଦା ବ୍ଲକରେ ସ୍ବଚ୍ଛ ଓ ମଳମୁକ୍ତ ଗ୍ରାମଭାବେ ଉଦାହରଣ ସୃଷ୍ଟି କରିଥିବା ଟାଙ୍ଗରସାହି ଗ୍ରାମର ହିତାଧିକାରୀ ପ୍ରଶାସନର ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି। ଗତବର୍ଷ ଆରଡବ୍ଲ୍ୟୁଏସ୍‌ଏସ୍‌ ପକ୍ଷରୁ ଚିଙ୍ଗୁଡ଼ିପାଳ ପଞ୍ଚାୟତ ଟାଙ୍ଗରସାହି ଗ୍ରାମକୁ ସ୍ବଚ୍ଛ ଓ ମଳମୁକ୍ତ ଗ୍ରାମ ଭାବେ ପୁରସ୍କୃତ କରାଯାଇଥିଲା। ଯେଉଁଥିରେ ସ୍ଥାନୀୟ ବିଧାୟକ ପ୍ରୀତିରଞ୍ଜନ ଘଡ଼େଇ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ହେଲେ ଅଦ୍ୟାବଧି ପାଇଖାନା ନିର୍ମାଣ କରିଥିବା ହିତାଧିକାରୀ ସେମାନଙ୍କ ନିର୍ମାଣ ଟଙ୍କା ପାଇ ନ ଥିବା ଅଭିଯୋଗ କରିଛନ୍ତି। ଏପରିକି ଶୋଷଣର ଶିକାର ହେଉଥିବା ମଧ୍ୟ ଅଭିଯୋଗ କରିଛନ୍ତି। ସେ ସମୟରେ ଓଡ଼ିଶା ଖଣି ନିଗମ ପକ୍ଷରୁ ଫିଡ୍‌ବ୍ୟାକ ଫାଉଣ୍ଡେଶନ ଏନ୍‌ଜିଓ ତତ୍ୱାବଧାନରେ ନିଗରାନି ଟିମ୍‌ ଗଠନ କରାଯାଇଥିଲା। ଏହି ଦଳର ପ୍ରେରଣାରେ ମହିଳାମାନେ ଘରଘର ପହଞ୍ଚି ପାଇଖାନା ନିର୍ମାଣ କରି ପରିବେଶକୁ ସ୍ବଚ୍ଛ ଓ ମଳମୁକ୍ତ କରିବାକୁ ବୁଝାଇଥିଲେ। ଗ୍ରାମବାସୀମାନେ ପ୍ରତିଯୋଗିତାମୂଳକ ଭାବେ ପାଇଖାନା ନିର୍ମାଣ କରିବା ସହ ବାହାରେ ମଳତ୍ୟାଗ କରିବା ନାହିଁ କିମ୍ବା କାହାକୁ କରିବାକୁ ଦେବା ନାହିଁ ବୋଲି ପ୍ରତିଜ୍ଞା ନେଇଥିଲେ। ଆଦିବାସୀ ଅଧ୍ୟୁସିତ ପଞ୍ଚାୟତରେ ଏହି ଗ୍ରାମକୁ ଦେଖି ଉତ୍ସାହିତ ହୋଇ ସମସ୍ତ ଗ୍ରାମବାସୀ ପାଇଖାନା ନିର୍ମାଣ କରିଥିଲେ। ଧାର କରଜ କରି ପାଇଖାନା ନିର୍ମାଣ କରିଥିବା ହିତାଧିକାରୀଙ୍କୁ ମାତ୍ର ଏକ ମାସରେ ତାଙ୍କ ପ୍ରାପ୍ୟ ୧୨ହଜାର ଟଙ୍କା ପାଇଯିବେ ବୋଲି ଜଳ ପରିମଳ ବିଭାଗ ପକ୍ଷରୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ବର୍ଷେରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ଅଦ୍ୟାବଧି ସେମାନଙ୍କ ପ୍ରାପ୍ୟ ପାଇ ନ ଥିବାରୁ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଏହି ଟଙ୍କା ପାଇବାକୁ ବ୍ଲକ କାର୍ଯ୍ୟାଳୟ ଦୌଡ଼ିଦୌଡ଼ି ହିତାଧିକାରୀମାନେ ନୟାନ୍ତ ହୋଇପଡ଼ିଥିବା ଟାଙ୍ଗରସାହି ପ୍ରଭାତି ମହାନ୍ତ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଆରଡ଼ବ୍ଲ୍ୟୁଏସ୍‌ଏସ୍‌ ସୁକିନ୍ଦା ବ୍ଲକ କନିଷ୍ଠଯନ୍ତ୍ରୀ ବିଷ୍ଣୁମୋହନ ଶତପଥିଙ୍କୁ ପଚାରିବାରୁ, ଅନେକ ପଞ୍ଚାୟତର ହିତାଧିକାରୀ ପାଇଖାନା ଅର୍ଥ ପାଇବାକୁ ଅଛି। ସେମାନେ ସମସ୍ତେ କିପରି ବକେୟା ଅର୍ଥ ତୁରନ୍ତ ପାଇବେ ସେଥିପାଇଁ ଚେଷ୍ଟା କରାଯାଉଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମ ଧରିଲେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା ଓ ୬ ସମିତି ସଭ୍ୟ; ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ଲାଞ୍ଜିଗଡ଼,୧୯। ୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା  ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ସହିତ ୬ ଜଣ ସମିତି ସଭ୍ୟ ଗୁରୁବାର ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ବରଗଡ଼ ସହରରେ ଚାଲିଲା ପେଟ୍ରୋଲିଂ, ସୁରକ୍ଷା ବ୍ୟବସ୍ଥା କଡାକଡି କଲା ପୋଲିସ୍

ବରଗଡ଼,୧୯।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଜିଲା ପୋଲିସକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି। ତେବେ ଗୁରୁବାର ସନ୍ଧ୍ୟାରୁ ବରଗଡ଼ ପୋଲିସ ସହରରେ…

ସାନଖେମୁଣ୍ଡି ବ୍ଲକ ବିବାଦୀୟ ଏପିଓଙ୍କୁ ବଦଳି, ତୁରନ୍ତ ରିଲିଭ୍ କରାଯିବାକୁ…        

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁଙ୍କୁ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ୍ ଛତ୍ରପୁର…

ଧରିତ୍ରୀ ପ୍ରଭାବ: କେସିଙ୍ଗା ବ୍ଲକର ୮୦୧୯ ଚାଷୀଙ୍କଠାରୁ ଉଠିଲା ୩ ଲକ୍ଷ କୁଇଣ୍ଟାଲ ଧାନ

କେସିଙ୍ଗା, ୧୯ା୨ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବିଭିନ୍ନ ମଣ୍ଡିରୁ ଧାନ ଉଠୁ ନ ଥିବା ନେଇ ଗତ ୮ତାରିଖରେ  ଧରିତ୍ରୀରେ ଖବର ପ୍ରକାଶ…

ଥୁଆମୂଳ ରାମପୁର ବ୍ଲକରେ ମାଟ୍ରିକ ପରୀକ୍ଷା ଆରମ୍ଭ: ଅନୁପସ୍ଥିତ ରହିଲେ୨୯ ପରୀକ୍ଷାର୍ଥୀ…

ଥୁଆମୂଳ ରାମପୁର, ୧୯ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ୬ଟି ପରୀକ୍ଷା କେନ୍ଦ୍ରରେ ଗୁରୁବାରଠାରୁ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଭରସା କଲେ ନବୀନ: ସାନଖେମୁଣ୍ଡି ବ୍ଲକ ବିଜେଡ଼ି ସଭାପତି ହେଲେ…    

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ବିଜେଡ଼ି ସଭାପତି ରୂପେ ଜିଲା ପରିଷଦ ସଦସ୍ୟ ଅମିନ ପ୍ରଧାନଙ୍କୁ ନିଯୁକ୍ତି ମିଳିଛି।ଜଣେ ଯୁବ ସଙ୍ଗଠକ ଭାବେ…

ନବୀନ ଦେଲେ ବଡ଼ ଦାୟିତ୍ୱ: ତାରକେଶ୍ୱର ବ୍ଲକ, ତାରା ପ୍ରସାଦ ହେଲେ ନଗର ବିଜେଡ଼ି ସଭାପତି

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜେଡ଼ି ସଭାପତି ଭାବେ କେ. ତାରକେଶ୍ୱର ଦୋରାଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ଦିଗପହଣ୍ଡି ନଗର ବିଜେଡ଼ି ସଭାପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri