Posted inଜାତୀୟ

ସ୍ବଚ୍ଛତା କର୍ମୀଙ୍କ ହାଜତ ମୃତ୍ୟୁ

ବାର୍‌ମେର,୭ା୧୦(ପି.ଟି.): ରାଜସ୍ଥାନର ବାର୍‌ମେର ଜିଲା ଅନ୍ତର୍ଗତ ବାଲୋତ୍ରାରେ ରବିବାର ଜଣେ ସ୍ବଚ୍ଛତା କର୍ମୀଙ୍କର ପୋଲିସ ହାଜତରେ ମୃତ୍ୟୁ ଘଟିଛି। ପୈତୃକ ସମ୍ପତ୍ତିକୁ ନେଇ ପାରିବାରିକ ଗଣ୍ଡଗୋଳରୁ ଜଗଦୀଶ ଗୋଲିୟାର ଓ ଅନ୍ୟ ଦୁଇଜଣଙ୍କୁ ପଚପଦ୍ର ଥାନା ପୋଲିସ ଗିରଫ କରିଥିଲା। ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଦ୍ୱାରା ତଦନ୍ତ କରାଯିବ ବୋଲି ବାର୍‌ମେର ଏସ୍‌ପି ଶରଦ ଚୌଧ୍‌ରୀ କହିଛନ୍ତି। ଉକ୍ତ ଥାନାର ସମସ୍ତ ଅଧିକାରୀଙ୍କୁ ବଦଳି କରାଯାଇଛି। ଜଗଦୀଶଙ୍କ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ସୋମବାର ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମେଡିକାଲ ବୋର୍ଡ ତାଙ୍କ ଶବବ୍ୟବଚ୍ଛେଦ କରିବ। ପାରିବାରିକ ସଂଘର୍ଷ ବେଳେ କୌଣସି ଆଭ୍ୟନ୍ତରୀଣ ଆଘାତ ଯୋଗୁ ସ୍ବଚ୍ଛତା କର୍ମୀଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି ବୋଲି ଡିଏସ୍‌ପି ସୁଭାଷ ଚନ୍ଦ୍ର କହିଛନ୍ତି। ହାଜତରେ ଥିବାବେଳେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଜଗଦୀଶଙ୍କୁ ଆକ୍ରମଣ କରିଥିବା ୮ ଜଣଙ୍କ ବିରୋଧରେ ପରିବାର ପକ୍ଷରୁ ଏତଲା ଦିଆଯାଇଥିଲା। ଏପର୍ଯ୍ୟନ୍ତ କୌଣସି ମାମଲା ରୁଜୁ ହୋଇନାହିଁ। ଜଗଦୀଶ ଜିଲା କୋର୍ଟରେ ଟାଇପିଷ୍ଟ ଭାବେ କାମ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କରଡ଼ା ଘାଟିରେ ଦୁର୍ଘଟଣା: ନିୟନ୍ତ୍ରଣ ହରାଇ ୫୦ ଫୁଟ ଗାତକୁ ଖସିଲା ଟ୍ରକ

ରାଇକିଆ,୧୯।୨(ପ୍ରଦୀପ ବେହେରା)- କନ୍ଧମାଳ ଜିଲା ରାଇକିଆ ବ୍ଳକର କରଡ଼ା ଘାଟିଠାରେ ନିୟନ୍ତ୍ରଣ ହରାଇ ଏକ ମହୁଲ ବୋଝେଇ ଟ୍ରକ ଘାଟିର ୫୦ ଫୁଟ ଘାଟି ତଳକୁ ଖସିଯାଇଛି।…

୧୫ ବର୍ଷ କ୍ୟାରିଅରର ଅନ୍ତ, 30 ବର୍ଷ ବୟସରେ ଅବସର ଘୋଷଣା କଲେ ଏହି ଖୋଳାଳି

ନୂଆଦିଲ୍ଲୀ,୧୯ା୨: ନ୍ୟୁଜିଲାଣ୍ଡ ମହିଳା କ୍ରିକେଟରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଦଳର ଜଣେ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ଲରେନ୍ ଡାଉନ୍ କ୍ରିକେଟରୁ…

ମାଓବାଦୀଙ୍କୁ ଧରାଇଦେଲେ ୧ କୋଟି ଟଙ୍କା ପର୍ଯ୍ୟନ୍ତ ପୁରସ୍କାର: ମାର୍ଚ୍ଚ ୩୧ ଡେଡ୍‌ଲାଇନ

ନୂଆଦିଲ୍ଲୀ,୧୯ା୨ (ପିଟି/ଏଜେନ୍ସି):୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଭାରତକୁ ମାଓବାଦମୁକ୍ତ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଥିବାବେଳେ ଉକ୍ତ ଡେଡ୍‌ଲାଇନ୍‌ ପାଖେଇ ଆସିଲାଣି। ଏହି ପରିପ୍ରେକ୍ଷୀରେ ସୁରକ୍ଷା ବଳର…

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣଙ୍କ ଜୀବନ ଗଲା: ତଦନ୍ତ ଆରମ୍ଭ

ପଟ୍ଟାଙ୍ଗି,୧୯।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଦେଓପଟ୍ଟାଙ୍ଗି ପଞ୍ଚାୟତ ଅଧିନସ୍ଥ ପାଟଖଣ୍ଡା ଦେବତା ନିକଟରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ…

୧୦ ଗ୍ରାମ ସୁନା ବନ୍ଧକ ରଖିଲେ କେଉଁ ବ୍ୟାଙ୍କ ଦେବ ଅଧିକ ଲୋନ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୨: ୨୨ କ୍ୟାରେଟ୍ ସୁନାର ବର୍ତ୍ତମାନର ମୂଲ୍ୟ ପ୍ରତି ୧୦ ଗ୍ରାମ ୧,୪୩,୩୪୦ ଟଙ୍କା। ଏହି ମୂଲ୍ୟରେ ଆପଣ ସୁନା ଜମା କରି ଋଣ ନେଇପାରିବେ। ତଥାପି,…

ଟ୍ରେଲରକୁ ପଛପଟୁ ଧକ୍କା ଦେଲା ଟିପର, ଚାଳକ ଗୁରୁତର

ପରଜଙ୍ଗ,୧୯ା୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦେଇ ଯାଇଥିବା ୫୩ ନଂ ଜାତୀୟ ରାଜପଥର ପରଜଙ୍ଗ ବାଇପାସ୍ ରାସ୍ତାରେ ଦୁର୍ଘଟଣା । ଗୁରୁବାର ଭୋର ଏକ…

ମା’ଝିଅଙ୍କୁ ଜାଳିଦେଲେ ସମ୍ପର୍କୀୟ: କାରଣ ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ରାଞ୍ଚି,୧୯ା୨:ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲା କାଲାଇୟା ଗ୍ରାମରେ ଗୁଣିଗାରେଡ଼ି ସନ୍ଦେହରେ ଜଣେ ୩୨ ବର୍ଷୀୟା ମହିଳା ଓ ତାଙ୍କ ୨ ମାସର ଝିଅଙ୍କୁ ସମ୍ପର୍କୀୟମାନେ ଜାଳି ହତ୍ୟା…

ସ୍ତ୍ରୀଙ୍କ ବେକରେ ଟଓ୍ବେଲ୍‌ ବାନ୍ଧି ମାରିଦେଲେ ଅବସରପ୍ରାପ୍ତ ଇସ୍ରୋ ଅଧିକାରୀ: କାରଣ ଜାଣିଲେ…

ବେଙ୍ଗାଲୁରୁ,୧୯ା୨:ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ରୁ ଅବସର ଗ୍ରହଣ କରିଥିବା ଜଣେ ୬୫ ବର୍ଷୀୟ ଅଧିକାରୀ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି। ନାଗେଶ୍ୱର ରାଓ ତାଙ୍କ ପରିବାର ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri