Categories: ଜାତୀୟ

ସ୍ବଚ୍ଛତା ଅଭିଯାନ: ଗୀତ ଗାଇ ଲୋକଙ୍କୁ ସଚେତନ କରୁଛନ୍ତି ମ୍ୟୁନିସିପାଲିଟି କର୍ମଚାରୀ ମହାଦେବ ଯାଦବ

ପୁଣେ,୧୮।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଦେଶରେ ସ୍ବଚ୍ଛତା ଅଭିଯାନ ଜାରି ରଖିଛନ୍ତି। ପୁଣେ ମ୍ୟୁନିସିପାଲିଟିରେ କାମ କରୁଥିବା ମହାଦେବ ଯାଦବ ରାସ୍ତା ଘାଟ ସଫା କରିବା ସମୟରେ ସ୍ଥାନୀୟ ଲୋକଙ୍କୁ ସଚେତନ କରିବା ଲାଗି ଗୀତ ଗାଉଛନ୍ତି। ଏସବୁ ଗୀତ ସେ ନିଜେ ରଚନା କରିଛନ୍ତି। ଶୁଖିଲା ଏବଂ ତରଳ ଆବର୍ଜନା ଭିନ୍ନ ଭିନ୍ନ ସ୍ଥାନରେ ପକାଇବା ଲାଗି ସେ ଲୋକଙ୍କୁ ଗୀତ ମାଧ୍ୟମରେ ଅନୁରୋଧ କରୁଛନ୍ତି। ମହାଦେବଙ୍କ ଗୀତ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ବହୁ ଲୋକ ମହାଦେବଙ୍କ ଏଭଳି ନିଆରା ପ୍ରୟାସକୁ ସ୍ବାଗତ କରିଛନ୍ତି।

Share