ସ୍ପେସ୍‌ ହୋମ ଦେବ ସୁଖଦ ଅନୁଭୂତି

ନ୍ୟୁୟର୍କ: ବିଶ୍ୱବ୍ରହ୍ମାଣ୍ଡର ପର୍ଯ୍ୟଟନ ମାନଚିତ୍ରରେ ଯୋଡ଼ି ହେବ ମହାକାଶ। ଅର୍ଥାତ୍‌ ଜଣେ ଚାହିଁଲେ ମହକାଶକୁ ଯାଇପାରିବ। ସେଠାରୁ ଉପଭୋଗ କରିପାରିବ ପୃଥିବୀର ମନୋରମ ଦୃଶ୍ୟ। ହଁ ଏକଥା ସତ ଯେ, କେବଳ ଦୁଃସାହସିକ କାର୍ଯ୍ୟ ଏବଂ ମହାକାଶ ଉପରେ ରୁଚି ରଖୁଥିବା ବ୍ୟକ୍ତିମାନେ ଏହାର ଆନନ୍ଦ ଉଠାଇପାରିବେ। ପୃଥିବୀର କକ୍ଷଠାରୁ ଦୂରରେ ରହି ସବୁଜ ଗ୍ରହକୁ ଦେଖିବାର ମଜା ନେବାକୁ ପକେଟ୍‌ରୁ ଖର୍ଚ୍ଚ ହୋଇପାରେ ମୋଟା ରକମର ଅର୍ଥ। ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ଖୁବ୍‌ଶୀଘ୍ର ପର୍ଯ୍ୟଟକଙ୍କୁ ଏପରି ସୁଯୋଗ ଯୋଗାଇଦେବାକୁ ଉଦ୍ୟମ ଚଳାଇଛି, ଯାହାର ନାମ ରଖାଯାଇଛି ‘ସ୍ପେଶ ହୋମ୍‌’।
ଇଣ୍ଟରନ୍ୟାଶନାଲ ସ୍ପେସ୍‌ ଷ୍ଟେଶନ (ଆଇଏସ୍‌ଏସ୍‌)ରେ ନାସା ପକ୍ଷରୁ ନିର୍ମାଣ କରାଯାଉଛି ଏକ ଅତ୍ୟାଧୁନିକ ମୋଡ୍ୟୁଲ୍‌। ଏହାକୁ ସାକାର ରୂପ ଦେବାକୁ ଟେକ୍ସାସ ବେସ୍‌ଡ୍‌ ଷ୍ଟାର୍ଟଅପ୍‌ କମ୍ପାନୀ ‘ଏକ୍‌ଜିୟମ ସ୍ପେସ୍‌’ ସହିତ ଆଲୋଚନା ସରିଛି। ଯଦି ସବୁକିଛି ଠିକ୍‌ଠାକ୍‌ ଚାଲେ ତେବେ ୨୦୨୪ ସୁଦ୍ଧା ମହାକାଶ ପର୍ଯ୍ୟଟନର ମଜା ନେଇପାରିବେ ପର୍ଯ୍ୟଟକ। ଏପରି ମୋଡ୍ୟୁଲ ଏବଂ ପ୍ରକଳ୍ପ ପ୍ରସ୍ତୁତ କରିବା ପଛର ପ୍ରମୁଖ ଉଦ୍ଦେଶ୍ୟ ହେଉଛି ବ୍ୟବସାୟିକ ଅଗ୍ରଗତି। ପ୍ରକଳ୍ପ କାର୍ଯ୍ୟକାରୀ ହେବା ଆଗରୁ ଏକ୍‌ଜିୟମ ସ୍ପେସ୍‌ ପକ୍ଷରୁ ଏହାର କନ୍‌ସେପ୍ଟ ଫଟୋ ରିଲିଜ କରାଯାଇଛି। ପ୍ରସ୍ତାବିତ ପ୍ରକଳ୍ପ ସମ୍ପର୍କରେ ନାସା ପକ୍ଷରୁ କୁହାଯାଇଛି, ନୋଡ୍‌ ମୋଡ୍ୟୁଲ, ରିସର୍ଚ୍ଚ ଆଣ୍ଡ ମାନୁଫ୍ୟାକ୍‌ଚରିଂ ଫେକଲଟି, ଲାର୍ଜ ଓ୍ବିଣ୍ଡୋ ଆର୍ଥ ଅବ୍‌ଜର୍‌ଭେଟିରି ଏବଂ କ୍ର୍ୟୁ ହେବିଟାଟ୍‌ ୟୁନିଟ୍‌କୁ ନେଇ ମୋଡ୍ୟୁଲ୍‌ ପ୍ରସ୍ତୁତ କରାଯିବ। ଏହି ସେଗ୍‌ମେଣ୍ଟ ସହଜରେ ଆଇଏସ୍‌ଏସ୍‌ ସହିତ ଯୋଡ଼ି ହୋଇପାରିବ। ଆବଶ୍ୟକ ସମୟରେ ଏହାକୁ ପୃଥକ୍‌ ବି କରାଯାଇପାରିବ। ଗତବର୍ଷ ଏହି ପ୍ରକଳ୍ପର ରୂପରେଖ ପ୍ରସ୍ତୁତ କରାଯାଇଥିଲା। ଏହା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବାକୁ ୨-୩ ବର୍ଷ ଲାଗିଯାଇପାବେ ବୋଲି ନାସା ପକ୍ଷରୁ ସୂଚନା ଦିଆଯାଇଛି।
ଏହି ମୋଡ୍ୟୁଲ୍‌ ମହାକାଶରେ ଅଦ୍ୟାବଧି କରାଯାଇଥିବା ସବୁଠାରୁ ବଡ଼ ନିର୍ମାଣ। ଏଥିରେ ସଂଲଗ୍ନ କ୍ର୍ୟୁ କ୍ୱାର୍ଟର୍ସ ପର୍ଯ୍ୟଟକଙ୍କ ସୁଖଦ ଅନୁଭୂତି ଦେବ। ଏହି କ୍ୱାର୍ଟର୍ସର ଭିତର ପାର୍ଶ୍ୱ କାନ୍ଥ ଗଦିରେ ନିର୍ମିତ। ଏଠାରେ ଓ୍ବାଇ ଫାଇ, ଏଲ୍‌ଇଡି, ମିରର ଏବଂ ଗ୍ଲାସ୍‌ ଓ୍ବିଣ୍ଡୋ ସୁବିଧା ରହିବ। ଜିରୋ ଗ୍ରାଭିଟିରେ ସହଜରେ ସଞ୍ଚାଳନ ପାଇଁ କ୍ର୍ୟୁକ୍ୱାର୍ଟର୍ସର ବିଭିନ୍ନ ସ୍ଥାନରେ ରେଲିଂ ଲଗାଯାଇଛି। ମୋଡ୍ୟୁଲ୍‌ର ନିମ୍ନଭାଗରେ ୩୬୦ ଡିଗ୍ରୀ ଆର୍ଥ ଅବ୍‌ଜର୍‌ଭେଟିରି ଓ୍ବିଣ୍ଡୋ ରହିବ। ଏହାର ସହାୟତାରେ ଜଣେ ପର୍ଯ୍ୟଟକ ପୃଥିବୀର ୩୬୦ ଡିଗ୍ରୀ ଭ୍ୟୁ ଦେଖିପାରିବେ। ଏପରି ନିଆରା ଯୋଜନା ମହାକାଶ ପର୍ଯ୍ୟଟନକୁ ନୂଆ ଦିଗ ଦେଖାଇଥିବା ନାସା ପକ୍ଷରୁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ଚନ୍ଦ୍ରକୁ ମହାକାଶଚାରୀ ପଠାଇଲା ନାସା, ରକେଟ ଛଡ଼ାଯିବାର ୫ ମିନିଟ୍‌ ପରେ କମାଣ୍ଡର କହିଲେ…

କେପ୍‌ କାନାଭେରାଲ,୨ା୪: ଆମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡମିନିଷ୍ଟ୍ରେଶନ(ନାସା) ବୁଧବାର ଚନ୍ଦ୍ର ଅଭିମୁଖେ ୪ଜଣ ମହାକାଶଚାରୀଙ୍କୁ ପଠାଇଛି। ଆର୍ଟେମିସ୍‌-୨ ନାମରେ ଏହି ଚନ୍ଦ୍ର ଅଭିଯାନ ୩ଜଣ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri