Categories: ଜାତୀୟ

ସ୍ପେଶାଲ ଲିଭ୍‌ ପିଟିଶନ ଦାଖଲ କଲେ ପଓ୍ବନ

ନୂଆଦିଲ୍ଲୀ,୧୭।୧: ନିର୍ଭୟା ଗଣବଳାତ୍କାର ଦୋଷୀ ପଓ୍ବନ ଗୁପ୍ତା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଶୁକ୍ରବାର ସେ ସୁପ୍ରିମକୋର୍ଟରେ ଏକ ସ୍ପେଶାଲ ଲିଭ୍‌ ପିଟିଶନ(ଏସ୍‌ଏଲ୍‌ପି) ଦାଖଲ କରିଛନ୍ତି। ସେଥିରେ ସେ ଦର୍ଶାଇଛନ୍ତି କି ଘଟଣା ସମୟରେ ଅର୍ଥାତ୍‌ ୨୦୧୨ ମସିହାରେ ସେ ଜଣେ ନାବାଳକ ଥିଲେ। ହେଲେ ଏହାକୁ ଦିଲ୍ଲୀ ହାଇକୋର୍ଟ ଗ୍ରହଣ କରି ନ ଥିଲେ। ସୂଚନାଯୋଗ୍ୟ, ୨୦୧୨, ଡିସେମ୍ବରରେ ପାରାମେଡିକାଲ ଛାତ୍ରୀ ନିର୍ଭୟାଙ୍କୁ ଏକ ଚଳନ୍ତା ବସରେ ରାଜଧାନୀ ଦିଲ୍ଲୀରେ ଗଣବଳାତ୍କାର କରାଯାଇଥିଲା। ଏହାର ଦୋଷୀଙ୍କୁ ଏବେ କୋର୍ଟ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି।

Share