ସ୍ପେଶାଲ ଡ୍ରାଇଭରେ ଦିଆଗଲାଣି ୭୭.୯୬ କୋଟି ଋଣ

ଛତ୍ରପୁର,୫ା୧୦(ଡି.ଏନ.ଏ.)-ଛତ୍ରପୁରସ୍ଥିତ ଅନସ୍ଲୋ ସରକାରୀ ହାଇସ୍କୁଲ ଖେଳପଡିଆରେ ଗଞ୍ଜାମ ଜିଲାର ସମସ୍ତ ବ୍ୟାଙ୍କକୁ ନେଇ ଚାଲିଥିବା ଗ୍ରାହକ ସମ୍ପର୍କ, ଋଣ ବଣ୍ଟନ ମେଳା ଶୁକ୍ରବାର ଉଦଯାପିତ ହୋଇଯାଇଛି ା ଉଦ୍‌ଯାପନ କାର୍ଯ୍ୟକ୍ରମରେ ଡିଆରଡିଏ ଏପିଡି ରବି ନାରାୟଣ ତ୍ରିପାଠୀ ଯୋଗଦେଇ ଏପରି ମେଳା ଦ୍ୱାରା ଲୋକେ ହାତପାଅନ୍ତାରେ ଋଣ ଏବଂ ବିଭିନ୍ନ ଲାଭ ପାଇପାରିବେ ବୋଲି କହିଥିଲେ ା ଏଲଡିଏମ୍‌ ଅଶୋକ କୁମାର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମହିଳା ସଂଘର ସଦସ୍ୟା ଓ ଅନ୍ୟମାନଙ୍କୁ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଯାଇଥିଲା ା ଆନ୍ଧ୍ରବ୍ୟାଙ୍କ ଜିଏମ୍‌ ଭି. ବ୍ରହ୍ମାନନ୍ଦ ରେଡ୍ଡୀ, ଏସବିଆଇ ରିଜିଓନାଲ ମ୍ୟାନେଜର ଏଚ୍‌. ପଟ୍ଟନାୟକ, କାନାଡା ବ୍ୟାଙ୍କ ରିଜିଓନାଲ ମ୍ୟାନେଜର ନିରାକାର ବେହେରା, ଉକତ୍ଳ ଗ୍ରାମୀଣ ବ୍ୟାଙ୍କର ଜିଲା ସଂଯୋଜକ କାମିନୀକାନ୍ତ ଜେନା, ବ୍ୟାଙ୍କ ପ୍ରବନ୍ଧକ ଶୁଭଦା ମହାନ୍ତି ପ୍ରମୁଖ ମେଳାରେ ଉପସ୍ଥିତ ଥିଲେ ା ଆନ୍ଧ୍ର ବ୍ୟାଙ୍କର ସୁକାନ୍ତ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ା ସେପ୍ଟେମ୍ବର ୧୯ରୁ ଚାଲିଥିବା ସ୍ପେଶାଲ ଡ୍ରାଇଭରେ ଏ ପର୍ଯ୍ୟନ୍ତ ଗଞ୍ଜାମ ଜିଲାର ବିଭିନ୍ନ ବ୍ୟାଙ୍କ ପକ୍ଷରୁ ମୋଟ ୭୭ କୋଟି ୯୬ ଲକ୍ଷ ୯୩ ହଜାର ଟଙ୍କା ଋଣ ପ୍ରଦାନ କରାଯାଇଛି ା ଶୁକ୍ରବାର ବିଭିନ୍ନ ବ୍ୟାଙ୍କ ପକ୍ଷରୁ ଉକ୍ତ ମେଳାରେ ୨ କୋଟି ୩୭ ଲକ୍ଷ ଟଙ୍କା ଋଣ ଦିଆଯାଇଛି। ଏହି ସ୍ପେଶାଲ ଡ୍ରାଇଭ ଆହୁରି ମାସେ ଚାଲିବ ବୋଳି ସୂଚନା ମିଳିଛି ା


Enter your email to get our daily news in your inbox.

All Right Reserved By Dharitri.Com

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ହୁମ୍ମା ଫାଣ୍ଡି ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ବିନାୟକ ଦାସ: ଟ୍ରାଫିକ-ଆଇନ ଶୃଙ୍ଖଳାକୁ ପ୍ରାଥମିକତା

ଗଞ୍ଜାମ,୧୦।୪(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ଅଧୀନସ୍ଥ ହୁମ୍ମା ଫାଣ୍ଡିର ନୂତନ ଫାଣ୍ଡି ଅଧିକାରୀ ଭାବେ ବିନାୟକ ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ…

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

ଭାଲିଡେସନ ଆକ୍ଟକୁ ନେଇ ପେନସନଭୋଗୀଙ୍କ ମନରେ ଭୟ: ବିରୋଧ କଲେ ଅବସରପ୍ରାପ୍ତ କର୍ମଚାରୀ ସଂଘ

ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସଭାରେ ଦିଗପହଣ୍ଡି ଅବସରପ୍ରାପ୍ତ କର୍ମଚାରୀ…

ଚାଇନାକୁ ପାନେ ଦେବ ଭାରତ: ଇରାନ ମଡେଲ୍‌କୁ ଆପଣାଇ…

ନୂଆଦିଲ୍ଲୀ,୧୦।୪: ସୀମିତ ସମ୍ବଳ ସତ୍ତ୍ୱେ ଏକ ସଂକୀର୍ଣ୍ଣ ସମୁଦ୍ର କରିଡର (ଚୋକପଏଣ୍ଟ)କୁ କିପରି ଏକ ରଣନୈତିକ ଅସ୍ତ୍ରରେ ପରିଣତ କରାଯାଇପାରିବ ତାହା ଇରାନ ବିଶ୍ୱକୁ ଦେଖାଇଛି। ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri